Advertisment

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା; ସୁଇସାଇଡ୍‌ ନୋଟ୍‌ ପରେ ପୋଲିସ ହାତରେ ଲାଗିଲା ମୃତ୍ୟୁ ପୂର୍ବର ଭିଡିଓ

ଅଖିଳ ଭାରତୀୟ ଆଖଡ଼ା ପରିଷଦ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ହଟୁନି ସସ୍ପେନ୍ସ।  ମୃତ୍ୟୁର ଦୁଇ ଦିନ ପରେ ଅର୍ଥାତ୍‌ ଆଜି ହେବ ଶବ ବ୍ୟବଚ୍ଛେଦ।

author-image
Minati Mishra
ଅଦ୍ୟତନ ହୋଇଛି
Mahant Narendra Giri

Mahant Narendra Giri

ପ୍ରୟାଗରାଜ: ଅଖିଳ ଭାରତୀୟ ଆଖଡ଼ା ପରିଷଦ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ହଟୁନି ସସ୍ପେନ୍ସ।  ମୃତ୍ୟୁର ଦୁଇ ଦିନ ପରେ ଅର୍ଥାତ୍‌ ଆଜି ହେବ ଶବ ବ୍ୟବଚ୍ଛେଦ। ତେବେ ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଜାଣିବାକୁ ଜାରି ରହିଛି ପୋଲିସର ଛାନଭିନ୍। ସୁଇସାଇଡ ନୋଟ ପରେ ଏବେ ପୋଲିସ ହାତରେ ଲାଗିଛି ମୃତ୍ୟୁ ପୂର୍ବର ଭିଡିଓ ଯାହା ନରେନ୍ଦ୍ର ଗିରିର ନିଜ ମୋବାଇଲ୍‌ରେ କରିଥିଲେ। ଏହାକୁ ନେଇ ପୋଲିସ ତଦନ୍ତ କରିବ। 

Advertisment

ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି  ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁର ଦୁଇ ଦିନ ପରେ ବି କାରଣ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ  । ବାଘମ୍ବରୀ ମଠରୁ ସନ୍ଦେହଜନକ ଅବସ୍ଥାରେ ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ସହ ଏକ ୧୫ ପୃଷ୍ଠାର ସୁଇସାଇଡ୍ ନୋଟ ଜବତ ହୋଇଥିଲା । ଏହି ଘଟଣାରେ ପୋଲିସ ମହନ୍ତ ନରେନ୍ଦ୍ର ଗିରିଙ୍କ ମୁଖ୍ୟ ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରି ପଚରାଉଚରା କରୁଛି । 

ୟୁପି ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା SIT ଗଠନ କରି ମାମଲାରେ ତଦନ୍ତ କରୁଛନ୍ତି। ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜାଣିବାପାଇଁ ଆଜି ଶବ ବ୍ୟବଚ୍ଛେଦ କରାଯିବ  । ଅନ୍ୟପକ୍ଷେ ମହନ୍ତଙ୍କ ଏକ ୧୫ ପୃଷ୍ଠାର ସୁଇସାଇଡ୍ ନୋଟକୁ ନେଇ ବଢୁଛି ସସ୍ପେନ୍ସ  । ଯେଉଁଥିରେ ତାଙ୍କ ଆତ୍ମହତ୍ୟା ପଛର କାରଣ ଏବଂ ମଠର ସମ୍ପତ୍ତିକୁ ନେଇ ୱିଲ୍ ଥିବା କୁହାଯାଉଛି  । କିଛି ଏ ସଂପର୍କିତ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ସହ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଛି  । ତେବେ କ’ଣ ଲେଖାଅଛି  ସୁଇସାଇଡ୍ ନୋଟ୍‌ରେ ? 

Advertisment

ସୁଇସାଇଡାଲ ନୋଟରେ ନରେନ୍ଦ୍ର ଗିରି ତାଙ୍କୁ ସମସ୍ୟାରେ ପକାଉଥିବା ଲୋକଙ୍କ ନାଁ ଲେଖିଛନ୍ତି। ଲେଖିଛନ୍ତି ଅପମାନିତ ହୋଇ ଜୀବନ ବିତାଇବା ମୋ ପକ୍ଷରେ ସମ୍ଭବ ନୁହେଁ । ତେଣୁ ମୁଁ ଜୀବନ ହାରୁଛି ବୋଲି ମହନ୍ତ ନରେନ୍ଦ୍ର ଗିରି ତାଙ୍କ ସୁଇସାଇଡ୍ ନୋଟରେ ଲେଖିଥିବା କୁହାଯାଉଛି । ସେ ଏଥିରେ ଲେଖିଛନ୍ତି, ଆନନ୍ଦ ଗିରି ପାଇଁ ମୁଁ ବିଚଳିତ ଅଛି। ସେପ୍ଟେମ୍ବର ୧୩ରେ ମୁଁ ମୋ ଜୀବନ ନେବାକୁ ଯାଉଥିଲି, କିନ୍ତୁ ସାହସ ଜୁଟାଇପାରିଲି ନାହିଁ । ଆଜି ଖବର ପାଇଲି ଯେ, ଆନନ୍ଦ ଗିରି ଦିନେ ଦୁଇଦିନି ଭିତରେ ଜଣେ ମହିଳାଙ୍କ ସହ ମୋ ଫଟୋ କମ୍ପ୍ୟୁଟର୍ରେ ଯୋଡ଼ି ଭାଇରାଲ୍ କରିଦେବ । ମୁଁ ମୋ ପକ୍ଷ ରଖି ସ୍ପଷ୍ଟ କରିବାକୁ ଭାବିଲି, କିନ୍ତୁ ବଦନାମ ହେବାକୁ ମୋର ଭୟ ରହିଛି । ମୁଁ ସମ୍ମାନର ସହ ବଞ୍ଚିଛି, ବଦନାମ ହୋଇ ବଞ୍ଚିପାରିବି ନାହିଁ । ଆନନ୍ଦ ଗିରି କହୁଛି ଯେ, ତୁମେ କେତେ ସ୍ପଷ୍ଟୀକରଣ ଦେଇପାରିବ? ଏହି କଥା ମୋତେ ଚିନ୍ତିତ କରୁଛି ଏବଂ ମୁଁ ମୋ ଜୀବନ ନେବାକୁ ଯାଉଛି ।’

ସେତିକି ନୁହେଁ, ମୃତ୍ୟୁର କିଛି ସମୟ ପୂର୍ବରୁ ନରେନ୍ଦ୍ର ଗିରି ଏକ ଭିଡିଓ କରିଥିଲେ । ୧ ମିନିଟର ଏହି ଭିଡିଓକୁ  ନରେନ୍ଦ୍ର ଗିରିଙ୍କ ମୋବାଇଲରୁ ପୋଲିସ ଜବତ କରିଛି। ଏଥିରେ ସେ ନିଜ ମୃତ୍ୟୁର କାରଣ ସମ୍ପର୍କରେ କହିବା ସହ   ତାଙ୍କର ତିନି ଜଣ ଶିଷ୍ୟଙ୍କୁ ଦାୟୀ କରିଛନ୍ତି। 

ସୂଚନାଥାଉ କି, ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବହୁ ରାଜନୈତିକ ଦଳ ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ଲୋକଙ୍କୁ ପଚରାଉଚରା କରୁଛି ପୋଲିସ ।  ଜବତ୍ ହୋଇଥିବା ସୁଇସାଇଡ୍ ନୋଟ୍ ଉପରେ ମଧ୍ୟ ତଦନ୍ତ ଜାରି ରହିଛି । ଆଗାମୀ ସମୟରେ ମହନ୍ତ ନରେନ୍ଦ୍ର ଗିରିଙ୍କ ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରାଯିବ । ମହନ୍ତଙ୍କୁ Y ବର୍ଗର ସୁରକ୍ଷା ମିଳିଥିଲା ।

Prayagraj Mahant Narendra Giri
Advertisment
Advertisment