Advertisment

ସିବିଆଇକୁ ନେଇ ବଡ ଟିପ୍ପଣୀ ଦେଲେ ମାଡ୍ରାସ ହାଇକୋର୍ଟ

କୋର୍ଟ ୧୨ଟି ପଏଣ୍ଟରେ ସିବିଆଇକୁ ଅଧିକ ସ୍ୱାଧୀନତା ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପଏଣ୍ଟଗୁଡ଼ିକୁ କାର୍ଯ୍ୟକାରୀ କରାଇଲେ ‘ପଞ୍ଜୁରୀ ଭିତରର ଶୁଆ’ ଅଧିକ କ୍ଷମତା ପାଇପାରିବ ବୋଲି ହାଇକୋର୍ଟ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
ସିବିଆଇକୁ ନେଇ ବଡ ଟିପ୍ପଣୀ ଦେଲେ ମାଡ୍ରାସ ହାଇକୋର୍ଟ

CBI

ନୂଆଦିଲ୍ଲୀ: ସିବିଆଇକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବା ଦରକାର। ନିର୍ବାଚନ କମିଶନର ଏବଂ ସିଏଜି ଭଳି ସିବିଆଇ ମଧ୍ୟ ପୂର୍ଣ୍ଣ ସ୍ୱାଧୀନତା ପାଇବା ଦରକାର। ସିବିଆଇକୁ ନେଇ କେନ୍ଦ୍ର ସରକାରଙ୍କୁ ଏଭଳି ବଡ ଟିପ୍ପଣୀ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ଏକ ସ୍ୱତନ୍ତ୍ର ଆଇନ୍ ଆଣି ସିବିଆଇକୁ ପୂର୍ଣ୍ଣ ସ୍ୱାଧୀନତା ଦେବାର ଆବଶ୍ୟକତା ରହିଛି। ସିଏଜି ଏବଂ ନିର୍ବାଚନ କମିଶନରଙ୍କ କ୍ଷମତା ପରି ସିବିଆଇକୁ ମଧ୍ୟ ମିଳିବା ଦରକାର। ସିଏଜି ସଂସଦ ପ୍ରତି ଯେପରି ଉତ୍ତରଦାୟୀ ରହୁଛି, ସେମିତି ସିବିଆଇ ମଧ୍ୟ ସିଏଜି ଭଳି ସଂସଦ ନିକଟରେ ଉତ୍ତରଦାୟୀ ହେବା ଦରକାର। ଏଭଳି ହେଲେ ସିବିଆଇ ଅଧିକ ସ୍ୱାଧୀନତା ପାଇପାରିବ ବୋଲି କୋର୍ଟ କହିଛନ୍ତି।

Advertisment

ଜଷ୍ଟିସ ଏନ୍ କିରୁବାକରଣ ଏବଂ ବି ପୁଗଲେନ୍ଧିଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଯେତେବେଳେ କୌଣସି ଅପରାଧ ହୁଏ ସେଠାରେ ପୁଲିସକୁ ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଏ। ହେଲେ ମାମଲା ବଡ ତଥା ଗମ୍ଭୀର ହୋଇଥିଲେ ସିବିଆଇ ହିଁ ତଦନ୍ତ କରିପାରିବ ବୋଲି ଲୋକଙ୍କର ଭରସା ଥାଏ। ବିଡମ୍ବନାର ବିଷୟ, ଯେତେବେଳେ ସିବିଆଇ ତଦନ୍ତ ଦାବି ହେଉଛି ସେତେବେଳେ ସିବିଆଇ ପାଖରେ ମ୍ୟାନ୍ ପାୱାର ଅଭାବ ରହୁଛି। ତେଣୁ ସେମାନେ ଠିକ୍ ଭାବରେ ତଦନ୍ତ କରିପାରୁ ନାହାନ୍ତି। ସିବିଆଇ ଏଭଳି ଗତାନୁଗତିକ ପ୍ରତିକ୍ରିୟା କୋର୍ଟରେ ରଖୁଛି ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି।

ତେଣୁ ସିବିଆଇ ନିମନ୍ତେ ଅଲଗା ବଜେଟ୍ ଆବଣ୍ଟନ ପାଇଁ କେନ୍ଦ୍ର ସରକାରଙ୍କୁ କୋର୍ଟ ପକ୍ଷରୁ ପରାମର୍ଶ ଦିଆଯାଇଛି। ନିଯୁକ୍ତି ଉପରେ ସିବିଆଇ ନିର୍ଭର କରିବା ପରିବର୍ତ୍ତେ ସିବିଆଇ ପାଇଁ ଏକ ଉତ୍ସର୍ଗୀକୃତ କ୍ୟାଡର ରହିବା ଉଚିତ ବୋଲି କୋର୍ଟ କହିଛନ୍ତି। ସେହିଭଳି ସିବିଆଇକୁ ଫୋରେନସିକ୍ ସାଇନ୍ସ ଲ୍ୟାବ ସହିତ ପାଣ୍ଠି ଯୋଗାଇ ଦେବା ଭଳି ବ୍ୟବସ୍ଥା କରିବା ଦରକାର ବୋଲି କୋର୍ଟ କହିଛନ୍ତି।

Advertisment

କୋର୍ଟ ୧୨ଟି ପଏଣ୍ଟରେ ସିବିଆଇକୁ ଅଧିକ ସ୍ୱାଧୀନତା ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପଏଣ୍ଟଗୁଡ଼ିକୁ କାର୍ଯ୍ୟକାରୀ କରାଇଲେ ‘ପଞ୍ଜୁରୀ ଭିତରର ଶୁଆ’ ଅଧିକ କ୍ଷମତା ପାଇପାରିବ ବୋଲି ହାଇକୋର୍ଟ କହିଛନ୍ତି।

India News CBI
Advertisment
Advertisment