Advertisment

ମାତ୍ର ୫୦୦ ଟଙ୍କାରେ ବିବାହ କଲେ ମାଜିଷ୍ଟ୍ରେଟ୍‌

ନିଜ ବାହାଘରକୁ ଆକର୍ଷଣୀୟ କରିବା ଲାଗି ବର୍ତ୍ତମାନ ସମୟରେ ଲକ୍ଷାଧିକ ଟଙ୍କାର ବ୍ୟୟଅଟକଳ କରୁଛନ୍ତି ଉଭୟ ବରଓ କନ୍ୟା ପକ୍ଷ। ଆଉ ନିଜ ବାହାଘରରୁ କିଛି ଭିନ୍ନ ଢଙ୍ଗରେ କରିବା ପାଇଁ ସମସ୍ତେ ଚାହାଁନ୍ତି, ଇଚ୍ଛା କରିବା ମଧ୍ୟ ସ୍ୱାଭାବିକ। ବରଯାତ୍ରୀଙ୍କୁ ଖାସ୍‌ ଚର୍ଚ୍ଚା ଦେବାଲାଗି ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ। ଏହାସହ କେତେ କଣ...କିନ୍ତୁ ମାତ୍ର ୫୦୦ ଟଙ୍କାରେ ବାହାଘର ହୋଇଥିବାରୁ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା।

author-image
Sarbeswar
ମାତ୍ର ୫୦୦ ଟଙ୍କାରେ ବିବାହ କଲେ ମାଜିଷ୍ଟ୍ରେଟ୍‌

Marriage

ଭୋପାଳ: ମାତ୍ର ୫୦୦ ଟଙ୍କାରେ ହେଲା ବାହାଘର। ହୁଏତ ଏହି କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ ଏ ମହଙ୍ଗା ଯୁଗରେ ଏତେ ଶସ୍ତାରେ କେମିତି ହେଲା ବାହାଘର? କାରଣ ବାହାଘର ଏକ ବାଲିଘର ନୁହେଁ, ଏଥି ପାଇଁ ଅନେକ ସାମଗ୍ରୀର ଲୋଡ଼ା ଥାଏ। ବେଦୀ ଉପରେ କର୍ମ ପାଇଁ ଅନେକ ଜିନିଷ ସାଙ୍ଗକୁ ବ୍ରାହ୍ଣଣଙ୍କର ମଧ୍ୟ ଆବଶ୍ୟକତା ଥାଏ। ଆଉ ଏ ସବୁ ୫ ଶହ ଟଙ୍କା ମଧ୍ୟରେ ଆଜିର ଦିନରେ କରିବା ସମ୍ଭବ ନୁହେଁ। ଏଇ ବାହାଘରକୁ ନେଇ ଏଇଥି ପାଇଁ ଚର୍ଚ୍ଚା ହେଉଛି କାରଣ ଏହି ବାହାଘର ସାଧାରଣ ଲୋକ ନୁହେଁ ବରଂ ଜଣେ ମାଜିଷ୍ଟ୍ରେଟ୍‌ ଓ ଆଉ ଜଣେ ସେନା ମେଜର କରିଛନ୍ତି। ଉଭୟ ମାତ୍ର ୫ ଶହ ଟଙ୍କା ଖର୍ଚ୍ଚ କରି ବିବାହ କରିଛନ୍ତି।

Advertisment

ନିଜ ବାହାଘରକୁ ଆକର୍ଷଣୀୟ କରିବା ଲାଗି ବର୍ତ୍ତମାନ ସମୟରେ ଲକ୍ଷାଧିକ ଟଙ୍କାର ବ୍ୟୟଅଟକଳ କରୁଛନ୍ତି ଉଭୟ ବରଓ କନ୍ୟା ପକ୍ଷ। ଆଉ ନିଜ ବାହାଘରରୁ କିଛି ଭିନ୍ନ ଢଙ୍ଗରେ କରିବା ପାଇଁ ସମସ୍ତେ ଚାହାଁନ୍ତି, ଇଚ୍ଛା କରିବା ମଧ୍ୟ ସ୍ୱାଭାବିକ। ବରଯାତ୍ରୀଙ୍କୁ ଖାସ୍‌ ଚର୍ଚ୍ଚା ଦେବାଲାଗି ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ। ଏହାସହ କେତେ କଣ...କିନ୍ତୁ ମାତ୍ର ୫୦୦ ଟଙ୍କାରେ ବାହାଘର ହୋଇଥିବାରୁ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା।

Advertisment

ସୂଚନା ଅନୁସାରେ ମଧ୍ୟ ପ୍ରଦେଶ ଭୋପାଳ ନିବାସୀ ଶିବାଙ୍ଗୀ ଯୋଶୀ ସ୍ଥାନୀୟ ଅଂଚଳର ମେଜର ଅନିକେତ୍‌ ଚରୁର୍ବେଦୀଙ୍କୁ କୋର୍ଟ ମ୍ୟାରେଜ୍‌ କରିଛନ୍ତି। କିଛି ଭିନ୍ନ ଢଙ୍ଗରେ ବିବାହ କରିଥିବାରୁ ସାବାସୀ ମଧ୍ୟ ସାଉଣ୍ଟୁଛନ୍ତି ନବ ଦମ୍ପତି। ପରିବାରର ସମ୍ମତି ପରେ ହିଁ ଏହି ବାହାଘର ହୋଇଛି। ଏଠାରେ କହିରଖୁଛୁ, ଅନିମେତ୍‌ ବର୍ତ୍ତମାନ ସମୟରେ ଲେ ଲଦାଖରେ କାର୍ଯ୍ୟରତ ଥିବା ବେଳେ ଧର୍ମ ପତ୍ନୀ ଶିବାଙ୍ଗୀ ମାଜିଷ୍ଟ୍ରେଟ୍‌ ଅଛନ୍ତି। ୨ ବର୍ଷ ପୂର୍ବେ ଉଭୟଙ୍କର ବାହାଘର ଠିକ୍‌ ହୋଇଥିଲା। କିନ୍ତୁ କରୋନା ପାଇଁ ହୋଇ ପାରିନଥିଲା। ତେଣୁ ଉଭୟ ଅପେକ୍ଷା କରି କରି ଶେଷରେ ଏବେ ବିବାହ ବନ୍ଧନରେ ବାହା ହୋଇଛନ୍ତି।

ତେବେ ଶିବାଙ୍ଗୀ କହିଛନ୍ତି ଯେ, ଗୋଟିଏ ପଟେ କରୋନା ଓ ଅନ୍ୟ ପଟେ ମହଙ୍ଗା ମାଡ଼ରେ ଘାଂଟି ହେଉଛନ୍ତି ଲୋକେ। ତେଣୁ ଆମେ ମାନେ ଚିନ୍ତା କଲୁ କି ଅଳ୍ପ ଟଙ୍କାରେ କେମିତି ବିବାହ କରିବୁ। ଉଭୟ ନିଷ୍ପତ୍ତି ନେବା ପରେ ପରିବାର ଲୋକଙ୍କ ଅନୁମତି ନେଇ ବିବାହ କରିଥିବା ସେ କହିଛନ୍ତି। ସେପଟେ ମେଜର ମଧ୍ୟ ଶିବାଙ୍ଗୀଙ୍କ ସହ ଏକମତ ବୋଲି କହିଛନ୍ତି। ସେ ଯାହା ବି ହେଉ ମାତ୍ର ୫ ଶହ ଟଙ୍କାରେ ଉଭୟ ବିବାହ କରିଥିବାରୁ ତାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି।

Marriage Madhyapradesh
Advertisment
Advertisment