Advertisment

Breaking : ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ

ବିଲ୍ ପାରିତ ହେବା ପୂର୍ବରୁ କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ କୃଷି ଆଇନ୍‌ ସମ୍ପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ। ସେମାନଙ୍କ ଚର୍ଚ୍ଚା ଆବେଦନ ଆଗ୍ରାହ୍ୟ ହେବାରୁ ବିରୋଧୀ ଗୃହରେ ହୋ ହଲ୍ଲା କରିଥିଲେ। ଫଳରେ ଗୃହ ଅଚଳ ହୋଇଯାଇଥିଲା।

author-image
Prangyan Parimita
ଅଦ୍ୟତନ ହୋଇଛି
Farm Laws Repeal

Farm Laws Repeal

ନୂଆଦିଲ୍ଲୀ : ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଛି ବିଲ୍ । ବାଚନିକ ଭୋଟରେ ବିଲ୍ ପାରିତ ହୋଇଥିବା ନେଇ ବାଚସ୍ପତି ଘୋଷଣା କରିଛନ୍ତି । କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ ବିଲ୍ ସଂପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ ବିରୋଧୀ ଦଳ। ହେଲେ ଚର୍ଚ୍ଚା ଆବେଦନ ଅଗ୍ରାହ୍ୟ ହେବାରୁ ହୋହଲ୍ଲା କରିଥିଲେ ବିରୋଧୀ । 

Advertisment

ଫଳରେ ଗୃହ ଅଚଳ ହୋଇଯାଇଥିଲା । ଏପରିକି ଗାନ୍ଧିମୂର୍ତ୍ତି ତଳେ ସମସ୍ତ ବିରୋଧୀ ଏକଜୁଟ୍‌ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହଟ୍ଟଗୋଳ ଲାଗି ରହିବାକୁ ଲୋକସଭାକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି  ଲୋକସଭାରେ ପାରିତ ହେବା ପରେ ଏହି ବିଲ୍ ରାଜ୍ୟସଭାରେ ଆଗତ ହେବ ।   

ସେପଟେ ସଂସଦ ଶୀତକାଳୀନ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଉଭୟ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ହଟ୍ଟଗୋଳ ଲାଗି ରହିବାରୁ ଲୋକସଭାକୁ ବାଚସ୍ପତି ଦିନ ୧୨ଟା ପର୍ଯ୍ୟନ୍ତ ମୁତଲବୀ କରିଥିଲେ । ସେହିପରି ରାଜ୍ୟସଭା ଅଧ୍ୟକ୍ଷ ଗୃହକୁ ଦିନ ଗୋଟାଏ ପର୍ଯ୍ୟନ୍ତ ମୁଲତବୀ କରିଥିଲେ ।

Advertisment

ଆସନ୍ତା ଡିସେମ୍ବର ୨୩ ଯାଏଁ ଚାଲିବ ସଂସଦର ଶୀତକାଳୀନ ଅଧିବେଶନ । ଚଳିତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବା ଲାଗି ଯୋଜନା ରଖିଛନ୍ତି ସରକାର । ଚଳିତ ଅଧିବେଶନ ଆରମ୍ଭରେ ତିନି କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଇସାରିଥିବା ବେଳେ, କ୍ରିପ୍ଟୋ କରେନ୍ସି ନିୟନ୍ତ୍ରଣ ବିଲ୍ ପାସ୍ କରାଇବା ଲାଗି ସରକାର ଯୋଜନା ରଖିଛନ୍ତି

Farm Laws Repeal Bill Lok Sabha
Advertisment
Advertisment