Advertisment

୧୨୧ ଟଙ୍କା ଦେଲେ, ଝିଅ ବାହାଘର ବେଳେ ଏଲଆଇସି ଦେବ ଲକ୍ଷ ଲକ୍ଷ ଟଙ୍କା

କନ୍ୟାର ଉଜ୍ଜଳ ଭବିଷ୍ୟତ ପାଇଁ ଲୋକମାନେ ସେମାନଙ୍କ ଜନ୍ମରୁ ନିବେଶ ପଲିସି ପାଇଁ ପ୍ଲାନ୍ କରନ୍ତି। ଆଜି ଆମେ ଆପଣଙ୍କୁ ଏଲଆଇସିର ଏମିତି ଏକ ପ୍ଲାନ୍ ସମ୍ପର୍କରେ ଜଣାଉଛୁ, ଯାହା କନ୍ୟାର ବିବାହ ପାଇଁ ହିଁ ପ୍ରସ୍ତୁତ କରାଯାଇଛି। ଏଲଆଇସିର ଏହି ପଲିସିର ନାଁ ହେଉଛି ଜୀବନ ରକ୍ଷକ ସ୍କିମ୍ ବା କନ୍ୟାଦାନ ଯୋଜନା।

author-image
Prangyan Parimita
ଅଦ୍ୟତନ ହୋଇଛି
lic

lic

ଝିଅଟିଏ ଜନ୍ମ ହେଲେ ଚିନ୍ତାରେ ପଡି ଯାଆନ୍ତି ବାପା-ମାଆ। ବଡ ହେଲେ କେମିତି ବାହା ଦେବେ। ବିବାହ ପାଇଁ ଲକ୍ଷ ଲକ୍ଷ ଟଙ୍କା କେଉଁଠୁ ଆସିବ। ପୂରା ପରିବାର ଏମିତି ଚିନ୍ତାରେ ଘାଣ୍ଟି ହେଉଥିବା ବେଳେ ସେମାନଙ୍କ ଚିନ୍ତା ଲାଘବ କରିବାକୁ ଆଗେଇ ଆସିଛି ଏଲଆଇସି। ଏକ ଦମଦାର ସ୍କିମ ମାଧ୍ୟମରେ ଗ୍ରାହକଙ୍କୁ ଦେଉଛି ଭରପୁର ଫାଇଦା। ମାତ୍ର ୧୨୧ ଟଙ୍କା ଦେଲେ, ଝିଅ ବାହାଘର ବେଳେ ଏଲଆଇସି ଦେଉଛି ଲକ୍ଷ ଲକ୍ଷ ଟଙ୍କା। ଏବେ ଜାଣନ୍ତୁ ଏହି ଯୋଜନା ବିଷୟରେ ଅନେକ କିଛି।

Advertisment

କନ୍ୟାର ଉଜ୍ଜଳ ଭବିଷ୍ୟତ ପାଇଁ ଲୋକମାନେ ସେମାନଙ୍କ ଜନ୍ମରୁ ନିବେଶ ପଲିସି ପାଇଁ ପ୍ଲାନ୍ କରନ୍ତି। ଆଜି ଆମେ ଆପଣଙ୍କୁ ଏଲଆଇସିର ଏମିତି ଏକ ପ୍ଲାନ୍ ସମ୍ପର୍କରେ ଜଣାଉଛୁ, ଯାହା କନ୍ୟାର ବିବାହ ପାଇଁ ହିଁ ପ୍ରସ୍ତୁତ କରାଯାଇଛି। ଏଲଆଇସିର ଏହି ପଲିସିର ନାଁ ହେଉଛି ଜୀବନ ରକ୍ଷକ ସ୍କିମ୍ ବା କନ୍ୟାଦାନ ଯୋଜନା। ଏହି ଲାଭକାରୀ ଯୋଜନାରେ ୧୨୧ ଟଙ୍କା ପ୍ରତିଦିନ ହିସାବରେ ପ୍ରାୟ ୩୬୦୦ ଟଙ୍କା ମାସିକ ପ୍ରିମିୟମ ଜମା କରିବାକୁ ପଡିବ। ଯଦି କେହି ଏହାଠୁ ଅଧିକ ଟଙ୍କାର ପ୍ରିମିୟମ୍ ଥିବା ଯୋଜନା ନେବାକୁ ଚାହିଁବେ ତାହା ମଧ୍ୟ ନେଇ ପାରିବେ।

LICର ଏହି ଖାସ୍ ପଲିସିରେ ପ୍ରତିଦିନ ଆପଣ ଯଦି ୧୨୧ ଟଙ୍କା ଜମା କରନ୍ତି, ତେବେ ୨୫ ବର୍ଷରେ ଆପଣ ୨୭ ଲକ୍ଷ ଟଙ୍କା ପାଇ ପାରିବେ। ଏହା ବ୍ୟତୀତ ଯଦି ପଲିସି ନେବା ପରେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ ତେବେ ପରିବାରକୁ ପଲିସିର ପ୍ରିମିୟମ୍ ଭରିବାକୁ ପଡିବ ନାହିଁ। ଆଉ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ମିଳିଥାଏ। ଏହା ବ୍ୟତୀତ ୨୫ ବର୍ଷ ପୁରା ହେବା ପରେ ପଲିସିଧାରୀଙ୍କ ନୋମିନିଙ୍କୁ ୨୭ ଲକ୍ଷ ଟଙ୍କା ଦେଇଥାଏ ଏଲଆଇସି।

Advertisment

ଜୀବନ ରକ୍ଷକ ବା କନ୍ୟାଦାନ ପଲିସି ନେବା ପାଇଁ ଜଣେ ବ୍ୟକ୍ତିକୁ ସର୍ବନିମ୍ନ ୩୦ ବର୍ଷ ହୋଇଥିବା ଉଚିତ୍। ଆଉ ଝିଅର ବୟସ ୧ ବର୍ଷ ହେବା ଆବଶ୍ୟକ। ଏହି ପ୍ଲାନର ପ୍ରିମିୟମ୍ ୨୨ ବର୍ଷ ଦେବାକୁ ହୋଇଥାଏ। ଏମିତିକି ଝିଅର ବୟସ ଅନୁସାରେ ଏହି ପଲିସି ମିଳିଥାଏ ଓ ଝିଅର ବୟସ ଅନୁସାରେ ପଲିସିର ସମୟ ସୀମା ହ୍ରାସ ପାଇଥାଏ।

ଜୀବନ ରକ୍ଷକ ପଲିସି ସମ୍ପର୍କରେ ଅଧିକ ଜାଣିବା ପାଇଁ ଚାହୁଁଥିଲେ, ନିକଟସ୍ଥ ଏଲଆଇସି ଅଫିସ କିମ୍ୱା ଏଲଆଇସି ଏଜେଣ୍ଟଙ୍କ ସହ ଯୋଗଯୋଗ କଲେ ଉଚିତ ପରାମର୍ଶ ପାଇ ପାରିବେ।

LIC Scheme
Advertisment
Advertisment