Advertisment

ଅନ୍ୟ ଦେଶରେ ପୁଣି ବଢିଲାଣି କରୋନା: ସତର୍କ ନରହିଲେ ସ୍ଥିତି ହୋଇପାରେ ସଙ୍ଗୀନ

ଗତ ସପ୍ତାହରେ ୪୬ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ଥିଲା କିନ୍ତୁ ସବୁଠି ଖୁସିର କଥା ୫୪ ଜିଲ୍ଲା ଭିତରେ ଓଡ଼ିଶାର କୌଣସି ଜିଲ୍ଲା ନଥିବା ଜଣାପଡ଼ିଛି। ହେଲେ ପୁଣି ଥରେ ବିଭିନ୍ନ ଦେଶରେ କେସ୍ ବଢ଼ୁଥିବା କଥା କହିଲେ ଲବ୍ ଅଗ୍ରୱାଲ। ଆମେରିକା, ଫ୍ରାନ୍ସ, ମାଲେସିଆ, ଥାଇଲାଣ୍ଡ ଭଳି ଦେଶରରେ ପୁଣି କେସ୍ ବଢୁଛି। ତେଣୁ ଆମକୁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡ଼ିବ ବୋଲି କହିଲେ ଲବ୍ ଅଗ୍ରୱାଲ।

author-image
Sarbeswar
ସଚେତନ ନହେଲେ ପୁଣି ଲାଗୁ ହେବ କରୋନା କଟକଣା: ଲବ୍‌ ଅଗ୍ରୱାଲ୍‌

Lav Agarwal On Corona

ନୂଆଦିଲ୍ଲୀ: ଦେଶର ସଂକ୍ରମଣ ସ୍ଥିତିକୁ ନେଇ ପ୍ରେସମିଟ୍‌ କଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ। ସେ କହିଛନ୍ତି ଯେ, ୫୪ ଜିଲ୍ଲାରେ ପଜିଟିଭିଟି ୧୦%ରୁ ବେଶି ରହିଛି। ଦେଶରେ ଆରୋଗ୍ୟ ହାର ୯୭.୪ ପ୍ରତିଶତକୁ ବୃଦ୍ଧି ଘଟିଛି। କେବଳ ଏତିକି ନୁହେଁ ବରଂ ଦେଶର ୫୪ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତରୁ ଅଧିକ ରହିଛି। କେରଳ ଏବଂ ମଣିପୁରରେ ସର୍ବାଧିକ ୧୦ ଜିଲ୍ଲାରେ ପଜିଟିଭିଟି ରେଟ୍‌ ୧୦% ଉପରେ ରହିଛି। ଯାହାକୁ ନେଇ ଚିନ୍ତା ବଢିଛି। ଠିକ୍‌ ସେହିପରି ଦେଶର ମୋଟ ୧୨ ରାଜ୍ୟର ୫୪ ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ରହିଛି ବୋଲି ଲବ୍ କହିଛନ୍ତି। ଗତ ସପ୍ତାହରେ ୪୬ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ଥିଲା କିନ୍ତୁ ସବୁଠି ଖୁସିର କଥା ୫୪ ଜିଲ୍ଲା ଭିତରେ ଓଡ଼ିଶାର କୌଣସି ଜିଲ୍ଲା ନଥିବା ଜଣାପଡ଼ିଛି। ହେଲେ ପୁଣି ଥରେ ବିଭିନ୍ନ ଦେଶରେ କେସ୍ ବଢ଼ୁଥିବା କଥା କହିଲେ ଲବ୍ ଅଗ୍ରୱାଲ। ଆମେରିକା, ଫ୍ରାନ୍ସ, ମାଲେସିଆ, ଥାଇଲାଣ୍ଡ ଭଳି ଦେଶରରେ ପୁଣି କେସ୍ ବଢୁଛି। ତେଣୁ ଆମକୁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡ଼ିବ ବୋଲି କହିଲେ ଲବ୍ ଅଗ୍ରୱାଲ।

Advertisment

ସେପଟେ, ଦେଶରେ ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମଣ। ୨୪ ଘଂଟାରେ ମାତ୍ର ୨୯,୬୮୯ ଜଣ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ୨୪ ଘଂଟାରେ ୪୨୫ ଜଣଙ୍କ ପ୍ରାଣ ନେଇଛି କରୋନା। ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ଦେଶରେ ଆକ୍ଟିଭ୍‌ କେସ୍‌ର ସଂଖ୍ୟା ୩,୯୮,୧୦୦ ରହିଛି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଦେଶରୁ ୩,୦୬,୨୧,୪୬୯ ଜଣ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଲେଣି। ସେହିପରି ମୋଟ୍‌ରେ ୪,୨୧,୩୮୨ ଜଣ ପ୍ରାଣ ହରାଇଛନ୍ତି। କେବଳ ଏତିକି ନୁହେଁ ବରଂ ଏବେ ସୁଦ୍ଧା ୪୪,୧୨,୧୨,୩୯୫ ଲୋକଙ୍କୁ କେନ୍ଦ୍ର ସରକାର ଭ୍ୟାକ୍ସିନ୍‌ ଦେଇଥିବା ସୂଚନା ମିଳିଛି।

ଏପଟେ ଆମ ରାଜ୍ୟରେ, ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା କମୁନି। ଦୈନିକ ସଂକ୍ରମଣ ହାର ଏବେ ବି ଦେଢ ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୬୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୯୩୯ ଜଣ ଥିବାବେଳେ ଲୋକାଲ କେସ୍ ୬୯୦ ଥିବା ଜଣାଯାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆଜି ଟ୍ୱିଟ କରି ସୂଚନା ଦେଇଛି। ଅନ୍ୟପକ୍ଷେ ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି।

COVID19 India Coronavirus
Advertisment
Advertisment