Advertisment

ଦେଶରେ ଦିନକୁ ଦିନ ବଢୁଛି ସଂକ୍ରମଣ: ୨୪ ଘଣ୍ଟାରେ ୪୪,୬୫୮ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ବଢିବାରେ ଲାଗିଛି କରୋନା। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୪୪,୬୫୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ୪୯୬ ଜଣଙ୍କ ଆକ୍ରାନ୍ତଙ୍କ ପ୍ରାଣ ନେଇଛି ମହାମାରୀ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୨୬,୦୩,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୩୬,୮୬୧ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା

author-image
Sarbeswar
undefined

Odisha sees 1107 new Covid19 positive cases

ନୂଆଦିଲ୍ଲୀ: ଦେଶରେ ପୁଣି ବଢିବାରେ ଲାଗିଛି କରୋନା। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୪୪,୬୫୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ୪୯୬ ଜଣଙ୍କ ଆକ୍ରାନ୍ତଙ୍କ ପ୍ରାଣ ନେଇଛି ମହାମାରୀ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୨୬,୦୩,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୩୬,୮୬୧ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ଗତ ୨୪ ଘଂଟାରେ ୩୨,୯୮୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଆଉ ଆଜିର ସୁସ୍ଥଙ୍କ ସଂଖ୍ୟା ମିଶାଇ ୩,୧୮,୨୧,୪୨୮ରେ ପହଞ୍ଚିଲାଣି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେବି ଆକ୍ଟିଭ୍‌ କେସ୍‌ର ସଂଖ୍ୟା ୩,୪୪,୮୯୯ ରହିଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଏବେ ଚିନ୍ତା ବଢିଛି।

Advertisment

ସେପଟେ, କେରଳରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଗତକାଲି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ନୂତନ ସଂକ୍ରମଣ ସଂଖ୍ୟା ୩୦ ହଜାରରୁ ଅଧିକ ହୋଇଛି । ଗତକାଲି ଅର୍ଥାତ ଗୁରୁବାର ଦିନ କରୋନାର ୩୦,୦୦୭ ନୂତନ ମାମଲା ସହ ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୩୯.୧୩ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ୧୬୨ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୨୦, ୧୩୪ ରେ ପହଞ୍ଚିଛି । ଏହାପୂର୍ବରୁ ବୁଧବାର ଦିନ କେରଳରେ ରେକର୍ଡ ସଂଖ୍ୟକ ୩୧,୪୪୫ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଯାହା ଦେଶରେ ଚିହ୍ନଟ ହୋଇଥିବା ମୋଟ ୪୬,୧୬୪ ମାମଲାର ୬୮.୧୧ ପ୍ରତିଶତ ଅଟେ । ମେ ୨୦ ପରେ ସର୍ବାଧିକ ସଂଖ୍ୟକ ଚିହ୍ନଟ ହୋଇଛନ୍ତି ।

Advertisment

ଏପଟେ, ଧୀରେ ଧୀରେ ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୧୬ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୬ ଜଣ ଆକ୍ରାନ୍ତ ଅଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୪୭୫ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୪୧ଜଣ ଅଛନ୍ତି ।

COVID19 India Coronavirus
Advertisment
Advertisment