Advertisment

ଦେଶରେ ତଳମୁହାଁ କରୋନା ଗ୍ରାଫ୍‌: ୨୪ ଘଂଟାରେ ୩୯,୦୭୦ ଆକ୍ରାନ୍ତ ଚିହ୍ନଟ

ସେପଟେ, ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମୁଥିବା ଲକ୍ଷ୍ୟ କରାଯାଉଛି। ତଥାପି ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ତଳକୁ ଏଯାଏ ଖସି ନାହିଁ। ରାଜ୍ୟରେ ୨୪ ଘଣ୍ଟାରେ ୧,୨୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୭୧୮ ଜଣ ଥିବାବେଳେ ଲୋକାଲ କେସ୍ ୫୨୫ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ପୁଣି ୬୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

author-image
Sarbeswar
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୩୦,୫୪୯ ଆକ୍ରାନ୍ତ ହେଲେ ଚିହ୍ନଟ

corona virus

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କମୁଛି ସଂକ୍ରମଣ। ଗତ ୨୪ ଘଂଟାରେ, ଦେଶରେ ୩୯,୦୭୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୯୧ ଜଣଙ୍କ ଯାଇଛି ଜୀବନ। ଏହାସହ ଆଜିର ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୧୯,୩୪,୪୫୫ରେ ପହଞ୍ଚିବା ଥିବା ବେଳେ ମୃତ୍ୟୁ ସଂଖ୍ୟା ୪,୨୭,୮୬୨ରେ ପହଞ୍ଚିଛି। ଏହାସହ ୨୪ ଘଣ୍ଟା ମଧ୍ୟରେ ୪୩,୯୧୦ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ଦେଶରେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ୩,୧୦,୯୯,୭୭୧ରେ ପହଞ୍ଚିଛି।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ବି ଦେଶରେ ୪,୦୬,୮୨୨ ଆକ୍ଟିଭ୍‌ କେସ ରହିଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୫୦,୬୮,୧୦,୪୯୨ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏହା ସହ ଗତ ୨୪ଘଣ୍ଟା ରେ ୫୫,୯୧,୬୫୭ଜଣ ଲୋକେ ଟିକା ନେଇଛନ୍ତି।

ଏପଟେ, ସଂକ୍ରମଣରେ ଲଗାମ୍ ଲାଗୁନି, ଫେରିଲା କରୋନା କଟକଣା । ଦେଶର ଦକ୍ଷିଣୀ ରାଜ୍ୟ କର୍ଣ୍ଣାଟକରେ କରୋନା ବୃଦ୍ଧି ପାଉଥିବାରୁ ପୁଣି ପ୍ରତିବନ୍ଧକକୁ କଡାକଡି କରାଯାଇଛି । କେରଳ ଏବଂ ମହାରାଷ୍ଟ୍ର ସୀମାବର୍ତ୍ତୀ ଜିଲ୍ଲାମାନଙ୍କ ପାଇଁ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର । ପୂରା ରାଜ୍ୟରେ ଲାଗୁ ଥିବା ନାଇଟ୍ କର୍ଫ୍ୟୁକୁ ୧୦ଟା ପରିବର୍ତ୍ତେ ୯ ଟାର ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ, ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡା ,ମନୋରଞ୍ଜନ, ଶିକ୍ଷାଗତ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ଓ ଅନ୍ୟାନ୍ୟ ସମାବେଶ ଉପରେ କଟକଣା ଲଗାଯାଇଛି ।

Advertisment

ସେପଟେ, ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମୁଥିବା ଲକ୍ଷ୍ୟ କରାଯାଉଛି। ତଥାପି ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ତଳକୁ ଏଯାଏ ଖସି ନାହିଁ। ରାଜ୍ୟରେ ୨୪ ଘଣ୍ଟାରେ ୧,୨୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୭୧୮ ଜଣ ଥିବାବେଳେ ଲୋକାଲ କେସ୍ ୫୨୫ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ପୁଣି ୬୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ସଂକ୍ରମିତଙ୍କ ତାଲିକାରେ ଆଜି ବି ଉପରେ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧାରୁ ୩୯୯ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୫୩, ବାଲେଶ୍ୱରରୁ ୪୯, ବରଗଡ଼ରୁ ୯, ଭଦ୍ରକରୁ ୨୨, ବଲାଙ୍ଗିରରୁ ୬, ବୌଦ୍ଧରୁ ୪, କଟକରୁ ୧୭୭, ଦେବଗଡ଼ରୁ ୧,ଢେଙ୍କାନାଳରୁ ୨୯, ଗଜପତିରୁ ୩, ଗଂଜାମରୁ ୨, ଜଗତସିଂହପୁରରୁ ୮୮,ଯାଜପୁରରୁ ୫୦, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୨, କନ୍ଧମାଳରୁ ୫,କେନ୍ଦ୍ରାପଡ଼ାରୁ ୩୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

COVID19 India Coronavirus
Advertisment
Advertisment