Kiran
ନୂଆଦିଲ୍ଲୀ : ଯଦି ଆମେ ଦେଶର ଧନୀ ମହିଳାଙ୍କ ବିଷୟରେ କହିବା, ତେବେ କିରଣ ମଜୁମଦାର ଖାଁଙ୍କ ନାମ ଶୀର୍ଷରେ ରହିବ। କିରଣ ମଜୁମଦାର ବାୟୋକନ୍ ଲିମିଟେଡର ଚେୟାରମ୍ୟାନ୍ ଅଛନ୍ତି । ନିକଟରେ ପ୍ରକାଶିତ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ୨୦୨୧ କିରଣଙ୍କୁ ଭାରତର ସବୁଠାରୁ ଧନୀ ମହିଳାର ପରିଚୟ ମିଳିଛି। ବିଲିୟନେୟାର ତାଲିକାର ଶୀର୍ଷରେ କିରଣଙ୍କୁ ରଖାଯାଇଛି। ବାୟୋକନ୍ ଲିମିଟେଡ଼୍ର ପ୍ରତିଷ୍ଠାତା କିରଣଙ୍କର ସମ୍ପତ୍ତି ପ୍ରାୟ ୪.୮ ବିଲିୟନ ଡ଼ଲାର୍ ବୋଲି ଜଣାପଡ଼ିଛି। ତେବେ କିରଣ ଆଜି ଯେଉଁ ସ୍ଥାନରେ ଅଛନ୍ତି ସେଥିଲାଗି ତାଙ୍କୁ ଅନେକ ସଂଘର୍ଷ ମଧ୍ୟ କରିବାକୁ ପଡ଼ିଛି।
ପ୍ରତ୍ୟେକ ଭାରତୀୟ କିରଣ ମଜୁମଦାରଙ୍କ ପାଇଁ ଗର୍ବିତ ହେବା ଉଚିତ୍। କାରଣ ଯଦି ସେ ଶସ୍ତାରେ ଔଷଧ ଯୋଗାଇବାକୁ ଚିନ୍ତା କରିନଥାନ୍ତେ, ତେବେ ଆଜି ଚିକିତ୍ସା ବିନା କୋଟି କୋଟି ଲୋକ ପ୍ରାଣ ହରାଇଥାଆନ୍ତେ। ବିଶେଷକରି ମଧୁମେହ ଏବଂ କର୍କଟ ରୋଗୀଙ୍କ ଚିକିତ୍ସାକୁ ସେ ଅତି ସହଜ କରିଥିଲେ। କିରଣ ମଜୁମଦାର ଖାଁ କହିଛନ୍ତି ଯେ ଭାରତର ସବୁ ଗରିବ ଲୋକ ସହଜ ଓ ସୁବିଧାରେ କେମିତି ଔଷଧ ପାଇପାରିବେ ସେଥିପ୍ରତି ଆମେ କାମ କରୁଛୁ। ବାୟୋକନ୍ ଲିମିଟେଡର ଔଷଧ ପୂର୍ବରୁ ଭାରତରେ ଖୁବ୍ ମହଙ୍ଗା ରହିଥିଲା। ଯାହା ଦ୍ୱାରା ଗରିବ ଲୋକ ଔଷଧ କିଣିବା ପାଇଁ ସକ୍ଷମ ହେଉ ନଥିଲେ ଅର୍ଥାତ୍ ସେମାନଙ୍କ ପାଖରେ ଔଷଧ କିଣିବା ପ୍ରାୟ ସମ୍ଭବ ହେଉନଥିଲା। ଫଳ ସ୍ୱରୂପ ରୋଗୀଙ୍କ ପ୍ରାଣ ଯାଉଥିଲା। ବହୁରାଷ୍ଟ୍ରୀୟ କମ୍ପାନୀର ଔଷଧ ଗୁଡ଼ିକର ମାନ କମ୍ ରହୁଥିବା ବେଳେ ମୂଲ୍ୟ ଖୁବ୍ ଅଧିକ ରହୁଥିଲା ।
Also Read
ଏହାର ଅର୍ଥ ହେଉଛି କମ୍ ଔଷଧ ତିଆରି କରି ବଜାରରେ ମହଙ୍ଗା ଦରରେ ବିକ୍ରି କରିବା ଏବଂ ଅଧିକ ଲାଭ କରିବା ସେମାନଙ୍କର ଲକ୍ଷ ରହିଥିଲା। କିନ୍ତୁ କିରଣଙ୍କ ଚିନ୍ତାଧାରା କିଛି ଅଲଗା ଥିଲା। ସେ ଏହି ପ୍ରକ୍ରିୟାକୁ ଓଲଟପାଲଟ କରିଦେଲେ - ଉଚ୍ଚ ମାନର ଏବଂ କମ୍ ମୂଲ୍ୟର ଔଷଧ ତିଆରିରେ ସେ ସଫଳ ହୋଇଥିଲେ । କିରଣ ମଜୁମଦାରଙ୍କ ଏହି ପ୍ରୟାସ କାରଣରୁ ଭାରତର ପ୍ରତ୍ୟେକ ଲୋକ ସହଜରେ ଏବଂ କମ୍ ମୂଲ୍ୟରେ ଦରକାରୀ ଔଷଧ ପାଇ ପାରୁଛନ୍ତି। ତେଣୁ ସାରା ଭାରତ ତାଙ୍କୁ ଧନ୍ୟବାଦ ଜଣାଉଛି।
ଦେଶର ଆର୍ଥିକ ପରିସ୍ଥିତିକୁ ନଜରରେ ରଖି ବାୟୋକନ୍ ମଧୁମେହ ପାଇଁ ଇନସୁଲିନ୍ ବିକଶିତ କରିଛି । ଏହାଦ୍ୱାରା ଲୋକମାନେ ଖୁବ କମ୍ ମୂଲ୍ୟରେ ଇନ୍ସୁଲିନ୍ ପାଇପାରୁଛନ୍ତି। ଏଥି ସହିତ ସ୍ତନ କର୍କଟ ଔଷଧର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ଥିଲା। ତାହା ଏବେ ୨୦ ହଜାର ଟଙ୍କାରେ ମିଳିପାରୁଛି। ଦାମ୍ ଅଧିକ ରହିଥିବାରୁ ସମସ୍ତେ ଏତେ ପରିମାଣର ଟଙ୍କା ଦେବା ଲାଗି ସକ୍ଷମ ହେଉ ନଥିଲେ। ବାୟୋକନ୍ ଆସିବା ପରଠାରୁ ଦେଶରେ ଔଷଧର ଦାମ କମିଛି ଏବଂ ଆଗାମୀ ଦିନରେ ସମସ୍ତଙ୍କର କ୍ଷମତା ଅନୁସାରେ ଦାମ ନିର୍ଦ୍ଧାରଣ କରାଯିବ ବୋଲି କିରଣ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)