• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁବକଙ୍କ ରୋମିଓଗିରି ଛଡ଼ାଇଦେଲେ ଛାତ୍ରୀ । ଅନେକ ଦିନର ପୁଞ୍ଜିଭୁତ ରାଗ ଗୋଟିଏ ଦିନରେ ଶୁଝେଇଦେଲେ । ସବୁଦିନ ପିଛା କରୁଥିବା ଯୁବକଙ୍କୁ ଜଣେ କଲେଜ୍‌ ଛାତ୍ରୀ ସମସ୍ତଙ୍କ ସାମ୍ନାରେ ଉତ୍ତମ ମଧ୍ୟମ ଦେଇଛନ୍ତି । କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଶୁକ୍ରବାର ଦିନ ଏହି ଘଟଣା ଘଟିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ।

ଭିଡିଓରେ ଦେଖିବା ପାଇଁ ମିଳୁଛି, ଛାତ୍ରୀ ଜଣକ ଯୁବକଙ୍କୁ ଚପଲରେ ପାହାର ପରେ ପାହାର କଷି ଦେଉ ଯାଉଛନ୍ତି । ମାଡ଼ ଖାଇବା ପରେ ଯୁବକ ଜଣକ ନେହୁରା ହେଉଛନ୍ତି । ଅବଳା ଦୁର୍ବଳା ଭାବି ଗୋଟିଏ ଝିଅକୁ ସବୁ ଦିନ ହଇରାଣ ହେଉଥିବା ଝିଅ ଯେ ଦୁର୍ଗାରୂପ ନେଇ ଏମିତି ବର୍ଷିବ ସେ ବି ଆଦୌ ଚିନ୍ତା କରିନଥିଲା । ଏପରି ଅତର୍କିତ ଛେଚା ଖାଇବା ପରେ ଛାଡ଼ି ଦିଅ କହି ସମସ୍ତଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ।

ଅଭିଯୁକ୍ତର ନାମ ନଜିର (୩୫ ବର୍ଷ) ବୋଲି ଜଣାପଡ଼ିଛି । ଭିଡିଓରେ ଜଣେ ହଳଦିଆ ଟି ସାର୍ଟ ପିନ୍ଧା ଯୁବକ ତାକୁ ଧରିଥିବା ଦେଖିବାକୁ ମିଳିଛି । ଆଉ ଛାତ୍ରୀ ଜଣକ ତାଙ୍କୁ ପାହାର ପରେ ପାହାର ପକେଇ ଚାଲିଛନ୍ତି । ଏତେ ଲୋକଙ୍କ ଭିତରେ ପ୍ରତିବାଦ କରିବାର ତା’ର କୌଣସି ଜୁ ନଥିଲା । ତେଣୁ ଚୁପ୍‌ଚାପ୍‌ ମାଡ଼ ଖାଇବା ବ୍ୟତୀତ ତା ପାଖରେ ଅନ୍ୟ କୌଣସି ଉପାୟ ନଥିଲା ।

ସୂଚନା ଅନୁସାରେ, ସବୁଦିନ ପରି ଶୁକ୍ରବାର ସକାଳେ ଛାତ୍ରୀ ଜଣକ ହଷ୍ଟେଲ୍‌ରୁ କଲେଜକୁ ଯିବା ବାଟରେ ନଜିର୍‌ ତାଙ୍କ ପିଛା କରିଥିଲା । ସବୁଦିନ ବିରକ୍ତ ହେଉଥିଲେ ସୁଦ୍ଧା ଛାତ୍ରୀ ଜଣକ ଗତକାଲି ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ସ୍ଥାନୀୟ ଲୋକ । ନଜିର୍‌କୁ ଧରିବା ପରେ ପୋଲିସର ଜିମାରେ ଦେଇଥିଲେ ।