Advertisment

ପଞ୍ଜାବରେ ରାଜନୈତିକ ହଲଚଲ: ଫାଇଦା ନେଇପାରେ ପାକିସ୍ତାନ –ସିବଲ

ପଞ୍ଜାବ କଂଗ୍ରେସରେ କନ୍ଦଳ ବଢିବାରେ ଲାଗିଛି। ଗୋଟିଏ ପଟେ ସିଦ୍ଧୁ ଇସ୍ତଫା ଦେଲେ ଆଉ ଅନ୍ୟ ପଟେ ଅମରିନ୍ଦର ଦଳ ଛାଡିଲେ। ହେଲେ ପୁଣି ଥରେ ସିଦ୍ଧୁ ହିଁ ପିସିସି ସଭାପତି ହେବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କିନ୍ତୁ କଂଗ୍ରେସରେ ଦେଖାଦେଇଥିବା ଅସ୍ଥିରତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦଳର ବରିଷ୍ଠ ନେତା କପିଲ୍‌ ସିବଲ୍।

author-image
Sarbeswar
ଅଦ୍ୟତନ ହୋଇଛି
Kapil Sibal

Kapil Sibal

ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସରେ କନ୍ଦଳ ବଢିବାରେ ଲାଗିଛି। ଗୋଟିଏ ପଟେ ସିଦ୍ଧୁ ଇସ୍ତଫା ଦେଲେ ଆଉ ଅନ୍ୟ ପଟେ ଅମରିନ୍ଦର ଦଳ ଛାଡିଲେ। ହେଲେ ପୁଣି ଥରେ ସିଦ୍ଧୁ ହିଁ ପିସିସି ସଭାପତି ହେବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କିନ୍ତୁ କଂଗ୍ରେସରେ ଦେଖାଦେଇଥିବା ଅସ୍ଥିରତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦଳର ବରିଷ୍ଠ ନେତା କପିଲ୍‌ ସିବଲ୍।

Advertisment

କଂଗ୍ରେସକୁ ନେଇ ପୁଣି ବଡ଼ ମନ୍ତବ୍ୟ ଦେଲେ ସିବଲ। କହିଲେ, ଭାରତରେ ରାଜନୈତିକି ଅସ୍ଥିରତ ଦେଖାଦେଲେ ତାହାର ସିଧାସଳଖ ଫାଇଦା ପାକିସ୍ତାନ ହିଁ ନେଇଥାଏ। କେବଳ ଏତିକି ନୁହେଁ ବରଂ ଏହାର ସିଧାସଳଖ ଫାଇଦା ଆଇଏସଆଇ କେମିତି ନେବ ତାହା ତାକୁ ବେଶ୍‌ ଭଲଭାବରେ ଜଣା। ଆଉ ପଂଜାବ ରାଜନୀତିରେ ଏବେ ସର୍କସ ଚାଲିଥିବା ପରି ମନେ ହେଉଛି ବୋଲି କପିଲ୍‌ କହିଛନ୍ତି। କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ସୀମାରେ ଥିବା ଏକ ରାଜ୍ୟରେ ଏପରି ରାଜନୈତିକ ହଲଚଲ ହେବା ଆଦୌ ଠିକ୍‌ ନୁହେଁ। ଉଗ୍ରବାଦ ଇତିହାସ ସଂପର୍କରେ ଆମେ ଅବଗତ ଅଛୁ। ସୀମା ବାହାରେ ଥିବା ଶକ୍ତିମାନେ ଅସ୍ଥିରତା ସୃଷ୍ଟି ପାଇଁ ପରିସ୍ଥିତିର ଫାଇଦା ନିଅନ୍ତି। ଏସବୁ ଶକ୍ତି ଆମ ଦେଶପାଇଁ ବିପଦ ବୋଲି ସିବଲ୍ କହିଛନ୍ତି।

Advertisment

ଏହାପୂର୍ବରୁ ଜୁଲଫିକର ଅଲ୍ଲୀ ଭୁଟ୍ଟୋ କହିଥିଲେ କି ପାକିସ୍ତାନ ଭାରତରୁ ଏକ ବାଂଲାଦେଶ ସୃଷ୍ଟି କରିବା ପାଇଁ ସବୁବେଳେ ଉଦ୍ୟମ କରୁଛି। କିନ୍ତୁ ଏହା ପାକିସ୍ତାନ ସୀମାରେ ହେବ। ଆଉ ତାଙ୍କର ଏହି ମନ୍ତବ୍ୟକୁ ନେଇ ବେଶ୍‌ ରାଜନୀତି ମଧ୍ୟ ହୋଇଥିଲା। କିନ୍ତୁ ଏଠାରେ ସ୍ପଷ୍ଟ କରୁଛୁ କି, ପୂର୍ବରୁ ମଧ୍ୟ କପିଲ୍‌ ସିବଲ୍‌ କହିଥିଲେ କଂଗ୍ରେସରେ କେହି ମୁରବୀ ନାହାନ୍ତି। ଦଳର ନିଷ୍ପତ୍ତି କିଏ ନେଉଛି ତାହା ଆମେ ଜାଣିନାହୁଁ। ଆଉ ଏହାକୁ ନେଇ ସିବଲଙ୍କ ଘର ସାମ୍ନାରେ ଦଳୀୟ କର୍ମୀମାନେ ଭଙ୍ଗାରୁଜା କରିବା ସହ ସିବଲ ଦଳ ଛାଡ଼ନ୍ତୁ ବୋଲି ନାରା ଦେଇଥିଲେ। ହେଲେ ପୁଣି ଆଜି ଦଳ ସମ୍ପର୍କରେ ମନ୍ତବ୍ୟ ରଖି ଚର୍ଚ୍ଚାରେ ସିବଲ।

Congress Kapil Sibal Politics India
Advertisment
Advertisment