• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ମୋଦିଙ୍କୁ ହଟାଇବାକୁ ବିରୋଧୀଙ୍କ ମାଷ୍ଟରପ୍ଲାନ୍ । ପ୍ରଥମେ ବ୍ରେକଫାଷ୍ଟ, ଆଉ ଏବେ ଡିନରରେ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ୍ । କଂଗ୍ରେସର ବରିଷ୍ଠ ନେତା ତଥା ଓକିଲ କପିଲ ସିବଲଙ୍କ ଘରେ ବିରୋଧୀଙ୍କ ମେଳି । ସୋମବାର ଦିନ ବିରୋଧୀ ଦଳର ନେତାମାନଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ କପିଲ ସିବଲ । ପ୍ରାୟ ୧୫ ଟି ଦଳର ୪୫ ଜଣ ନେତା ଏବଂ ସାଂସଦ ରାତ୍ରିଭୋଜନରେ ଏକାଠି ହୋଇଥିଲେ । ଲାଲୁ ଯାଦବ, ଶରଦ ପାୱାର, ଅଖିଳେଶ ଯାଦବ, ଡେରେକ ଓବ୍ରାଇନ୍, ସୀତାରାମ ୟେଚୁରୀ ଏବଂ ସଞ୍ଜୟ ରାଉତଙ୍କ ଭଳି ନେତା ଏଥିରେ ସାମିଲ ଥିଲେ । କେବଳ ଏତିକି ନୁହେଁ ବିଜେଡି ନେତା ପିନାକି ମିଶ୍ର, ଅକାଳୀ ଦଳର ନରେଶ ଗୁଜରାଲ ଏବଂ ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂ ମଧ୍ୟ ଏଥିରେ ଭାଗ ନେଇଥିଲେ । ଏହା ସହିତ ଟିଡିପି, ଟିଆରଏସ ଏବଂ YSR କଂଗ୍ରେସ ଏବଂ ଆରଏଲଡିର ନେତାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

୨୦୨୪ ସାଧାଣ ନିର୍ବାଚନ ଓ ୟୁପି ବିଧାନସଭା ନିର୍ବାଚନରେ ବିଜେପିରୁ ଗାଦିଚ୍ୟୁତ କରିବାକୁ ବିରୋଧୀ ଏକାଠି ହୋଇଥିବା କୁହାଯାଉଛି । ତେବେ ଏହି ଡିନର ପାର୍ଟିରେ ଯୋଗ ଦେଇନାହାନ୍ତି ରାହୁଲ ଗାନ୍ଧୀ । ସୋମବାର ଠାରୁ ସେ ଦୁଇ ଦିନିଆ କାଶ୍ମୀର ଗସ୍ତରେ ଯାଇଛନ୍ତି । ଆଉ ଏହାରି ଭିରେ ରାତ୍ରୀଭୋଜନ ଆୟୋଜନ କରିଛନ୍ତି ବିରୋଧୀ । ତେଣୁ ଏଥିରୁ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନର ସ୍ୱର ଉଠୁଥିବା ସ୍ପଷ୍ଟ ଜଣାପଡ଼ୁଛି । ଗାନ୍ଧି ପରିବାରରୁ ନେତୃତ୍ୱ ଗଲେ ଦଳର ପୁନରୁଦ୍ଧାର ହେବ ବୋଲି କଂଗ୍ରେସ ଭିତରୁ ଓ ବାହାରୁ ସ୍ୱର ଉଠିଛି ।

ମୋଦି ସରକାରଙ୍କ ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବା ଲାଗି ହୋଇଥିବା ବୈଠକରେ ଆଲୋଚନା ହୋଇଛି । ଗତ ରାତିରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ବିରୋଧୀଙ୍କ ପାଇଁ ଆୟୋଜନ କରିଥିବା ରାତ୍ରିଭୋଜନ ଅବସରରେ ଏଭଳି ମତ ପ୍ରକାଶ ପାଇଛି । କଂଗ୍ରେସରର ପୁନରୁଦ୍ଧାର ହେବାକୁ ହେଲେ ଗାନ୍ଧି ପରିବାରର ନେତୃତ୍ୱର ଦଳ ବାହାରି ପାରିଲେ, ତାହା ସମ୍ଭବ ହେବ ବୋଲି ଭୋଜିକୁ ଆସିଥିବା ନେତାମାନେ ମତ ଦେଇଛନ୍ତି ।

ରାତ୍ରୀଭୋଜନ ଦେଉଥିବା କପିଲ ସିବଲ G23ର ଜଣେ ସଦସ୍ୟ, ଯିଏ କଂଗ୍ରେସ ନେତୃତ୍ୱରେ ଅସନ୍ତୁଷ୍ଟ ବୋଲି କୁହାଯାଉଛି। ସେମାନଙ୍କ ବ୍ୟତୀତ G23 ର ଅନେକ ମୂଳ ସଦସ୍ୟ ମଧ୍ୟ ଏହି ରାତ୍ରୀ ଭୋଜନରେ ଯୋଗ ଦେଇଛନ୍ତି । ଯେଉଁଥିରେ ଗୁଲାମ ନବୀ ଆଜାଦ, ଭୁପିନ୍ଦର ସିଂ ହୁଡା, ଆନନ୍ଦ ଶର୍ମା, ମନୀଶ ତିୱାରୀ, ଶଶି ଥରୁର ଏବଂ ସନ୍ଦୀପ ଦୀକ୍ଷିତଙ୍କ ନାମ ଗୁରୁତ୍ୱପୂର୍ଣ୍ଣ ।