Advertisment

କଂଗ୍ରେସରେ ଯୋଗ ଦେବେ କହ୍ନେୟା କୁମାର?

ଉଷ୍ମ ହେଉଛି ଜାତୀୟ ସ୍ତରର ରାଜନୀତି। ଖାସ୍‌ କରି ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ପଞ୍ଜାବ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ବେଶ୍‌ ସରଗରମ ହୋଇଛି

author-image
Sarbeswar
Congress

Congress

ନୂଆଦିଲ୍ଲୀ: ଉଷ୍ମ ହେଉଛି ଜାତୀୟ ସ୍ତରର ରାଜନୀତି। ଖାସ୍‌ କରି ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ପଞ୍ଜାବ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ବେଶ୍‌ ସରଗରମ ହୋଇଛି । ଗୁଜୁରାଟ ଏବଂ ପଞ୍ଜାରେ ମୁଖ୍ୟମନ୍ତ୍ରୀ ବଦଳିବା ପରେ ଏବେ ଅନେକ ନେତା ଦଳ ବଦଳ କରିବା ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ ସିପିଆଇ ନେତା ତଥା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ପୂର୍ବତନ ସଭାପତି କହ୍ନେୟା କୁମାର କଂଗ୍ରେସରେ ଯୋଗ ଦେବେ। ଏହାସହ ଗୁଜରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେଭାନୀ ମଧ୍ୟ କଂଗ୍ରେସରେ ଯୋଗଦେବାକୁ ସଜବାଜ ହେଉଛନ୍ତି। ସମ୍ବାଦ ସରବରାହ ସଂସ୍ଥା ANI ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୨୮ ରେ କଂଗ୍ରେସରେ ଏହି ଦୁଇ ନେତା ଯୋଗ ଦେଇପାରନ୍ତି।

Advertisment

୨୦୧୯ ଲୋକସଭା ନିର୍ବାଚନରେ ​କହ୍ନେୟା କୁମାରଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେ ସିପିଆଇ ଟିକେଟରେ ନିର୍ବାଚନରେ ​​ପ୍ରବେଶ କରିଥିଲେ। ଭେଟେରାନ ବିଜେପି ନେତା ଗିରିରାଜ ସିଂ ତାଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଥିଲେ। ତେବେ ରାଜନୈତିକ ସମୀକ୍ଷକ ମାନେ କହୁଛନ୍ତି ଯଦି କହ୍ନେୟା କଂଗ୍ରେସରେ ଯୋଗ ଦିଅନ୍ତି ତେବେ ତାଙ୍କ ପାଇଁ ଏହା ନିର୍ବାଚନ ରଣଙ୍ଗାନରେ ନୂଆ ଇନିଂସ ହେବ। ହେଲେ କହ୍ନେୟା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହାନ୍ତି କି ସେ କଂଗ୍ରେସରେ ଯୋଗ ଦେବେ ବୋଲି। ହେଲେ ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ସେପଟେ, ଆପ୍‌ରେ ଯୋଗ ଦେଇପାରନ୍ତି ବଲିଉଡ଼୍‌ ଅଭିନେତା ସୋନୁ ସୁଦ୍‌। ଦଳରେ ଯୋଗ ଦେବା ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ଲାଗିରହିଛି। ବଲିଉଡ ଅଭିନେତା ସୋନୁ ସୁଦ ଆମ୍ ଆଦମୀ ପାର୍ଟି (AAP) ରେ ଯୋଗଦେବା ଚର୍ଚ୍ଚା ଖୁବ୍‌ଶୀଘ୍ର ଶେଷ ହୋଇପାରେ। କୁହାଯାଉଛି ଯେ ସେ ଆପ୍‌ରେ ଯୋଗ ଦେବେ । ଦଳରେ ଯୋଗଦେବା ନେଇ ବୁଧବାର ଦିନ ସେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିବା ନେଇ ଜଣାପଡ଼ିଛି। ଅଗଷ୍ଟରେ, ଦିଲ୍ଲୀ ସରକାର ସୋନୁଙ୍କୁ 'ଦେଶ କେ ମେଣ୍ଟର' ପଦକ୍ଷେପର ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରିଥିଲା। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Congress Kanhaiya Kumar
Advertisment
Advertisment