Advertisment

ପ୍ରଧାନମନ୍ତ୍ରୀ ହେବା ପାଇଁ ଇଚ୍ଛା ରଖୁଛନ୍ତି କି ନୀତିଶ କୁମାର?

ଉପେନ୍ଦ୍ର ବର୍ତ୍ତମାନ ସମୟରେ, ଜେଡ଼ିୟୁର ସଂସଦୀୟ ବୋର୍ଡ଼ର ଅଧ୍ୟକ୍ଷ ରହିଛନ୍ତି। ଆଜି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖୁଥିବା ସମୟରେ ସେ ଏପରି କହିଛନ୍ତି। ଉପେନ୍ଦ୍ର କହିଛନ୍ତି, ଆଜିର ଦିନରେ ଦେଶରେ ଅନେକ ନେତାମାନେ ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ। ଆଉ ସେହି ପ୍ରାର୍ଥୀଙ୍କ ମଧ୍ୟରେ ନୀତିଶ କୁମାର ମଧ୍ୟ ଜଣେ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଦେଶର ଜନସଂଖ୍ୟା ଗଣନାରେ ନୀତିଶ କୁମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହାକୁ ଆମେ କେବେ ବି ଭୁଲି ପାରିବା ନାହିଁ।

author-image
Sarbeswar
୫୪୭ ଅଧିକ ଭୋଟରେ ଜିତିଥିଲେ, ୧୨ ଖଣ୍ଡ ଭୋଟ ପାଇଁ ହାରିଗଲେ

nitish-kumar

ପାଟନା: ପ୍ରଧାନମନ୍ତ୍ରୀ ହେବା ପାଇଁ ଇଚ୍ଛା କରୁଛନ୍ତି କି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର? ହୁଏତ ଏହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଘଟଣାଟି ପୂରା ସତ୍ୟ। ଏକଥା ଆମେ ନୁହେଁ ବରଂ ଜେଡ଼ିୟୁର ନେତା ଉପେନ୍ଦ୍ର କୁଶୱା କହିଛନ୍ତି। ସେ କହିଛନ୍ତି କି, ନୀତିଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥଙ୍କ ମଧ୍ୟରୁ ଜଣେ। ଆଉ ନିଜ ବୟାନକୁ ସେ ଏବେ ବେଶ୍‌ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି।

Advertisment

ଉପେନ୍ଦ୍ର ବର୍ତ୍ତମାନ ସମୟରେ, ଜେଡ଼ିୟୁର ସଂସଦୀୟ ବୋର୍ଡ଼ର ଅଧ୍ୟକ୍ଷ ରହିଛନ୍ତି। ଆଜି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖୁଥିବା ସମୟରେ ସେ ଏପରି କହିଛନ୍ତି। ଉପେନ୍ଦ୍ର କହିଛନ୍ତି, ଆଜିର ଦିନରେ ଦେଶରେ ଅନେକ ନେତାମାନେ ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ। ଆଉ ସେହି ପ୍ରାର୍ଥୀଙ୍କ ମଧ୍ୟରେ ନୀତିଶ କୁମାର ମଧ୍ୟ ଜଣେ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଦେଶର ଜନସଂଖ୍ୟା ଗଣନାରେ ନୀତିଶ କୁମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହାକୁ ଆମେ କେବେ ବି ଭୁଲି ପାରିବା ନାହିଁ।

Advertisment

ଏହାସହ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ଉପେନ୍ଦ୍ର କୁଶୱା କହିଛନ୍ତି ଯେ ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟ ଉପରେ ଆମେ କଦାପି ଆପୋଷ ବୁଝାମଣା କରିପାରିବୁ ନାହିଁ। ଯଦି ଏହାକୁ ନେଇ କେହି ଦୁଃଖ ପ୍ରକାଶ କରନ୍ତି ତେବେ ଆମ୍ଭେମାନେ ସେମାନଙ୍କୁ କୌଣସି ସାହାଯ୍ୟ କରିପାରିବୁ ନାହିଁ। ସେପଟେ, ବିଧାୟକ ଗୋପାଳ ମଣ୍ଡଳ ମଧ୍ୟ ସମାନ ବିବୃତ୍ତି କିଛି ଦିନ ତଳେ ଦେଇଥିଲେ। ସେ କହିଥିଲେ ନୀତିଶଙ୍କୁ ଦେଶର ନେତା ବୋଲି ସାଧାରଣ ଲୋକ ଗ୍ରହଣ କରିବାକୁ ଲାଗିଲେଣି। ଏମିତିକି ନୀତିଶ ବିହାର ନୁହେଁ ବରଂ ଦିଲ୍ଲୀରେ ବସିବେ ବୋଲି ଗୋପାଳ କହିଥିଲେ।

ତେବେ ପୂର୍ବରୁ ଆରଜେଡି କହିଥିଲା ଯେ, ନୀତିଶ କୁମାର ଯଦି ଏନଡିଏରୁ ଅଲଗା ହୁଅନ୍ତି ତେବେ ୨୦୨୪ ଲୋକସଭା ନିର୍ବାଚନରେ ନୀତିଶଙ୍କୁ ଆରଜେଡି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସମର୍ଥନ କରିବ। ଏହାସହ ନୀତିଶ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିବା ଦରକାର ବୋଲି ଆରଜେଡି କହିଥିଲା । ତେବେ ଆର୍‌ଜେଡିର ଏହି ନୂଆ ପ୍ରସ୍ତାବ ବିହାର ରାଜନୀତିକୁ ସରଗରମ କରିଦେଇଛି। ଆର୍‌ଜେଡିର ବରି‌ଷ୍ଠ ନେତା ଉଦୟ ନାରାୟଣ ଚୌଧୁରୀ କହିଥିଲେ ଯେ, ନୀତୀଶ ଆର୍‌ଜେଡିର ଏହି ପ୍ରସ୍ତାବ ଗ୍ରହଣ କରିବା ହିଁ ଉଚିତ ହେବ, କାରଣ ତାଙ୍କ ପାଇଁ ଏବେ ଦିଲ୍ଲୀ ଦଖଲ କରିବା ସମୟ ଆସିଯାଇଛି। ଆଉ ଆଜିର ଚର୍ଚ୍ଚାକୁ ନେଇ ଖୋଦ୍‌ ନୀତିଶ ମଧ୍ୟ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି।

Bihar Nitish Kumar Politics
Advertisment
Advertisment