Advertisment

ଆତଙ୍କବାଦୀ ଗୁଳିର ଶୀକାର ହେଲେ ଜାମ୍ମୁ-କାଶ୍ମୀର ପୋଲିସ

ଆତଙ୍କବାଦୀର ଶୀକାର ହେଲେ ଜାମ୍ମୁ-କାଶ୍ମୀର ପୋଲିସ। ରବିବାର ଜଣେ ପ୍ରୋବେସନାରୀ ସବ୍-ଇନ୍ସପେକ୍ଟରଙ୍କୁ ଜାମ୍ମୁ କାଶ୍ମୀରର ପୁରୁଣା ଶ୍ରୀନଗର ସହରର ଖାନୟାର ଅଞ୍ଚଳରେ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି। ଘଟଣାର ସିସିଟିଭି ଫୁଟେଜ ଅନୁଯାୟୀ ଅର୍ଶୀଦ ଅହମ୍ମଦଙ୍କ ଉପରକୁ ଆତଙ୍କବାଦୀ ଅତି କମରେ ଦୁଇଥର ଗୁଳି ଚଳାଇ ଆହତ କରିଥିଲେ। ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ବାସିନ୍ଦା ଅହମ୍ମଦଙ୍କୁ ତୁରନ୍ତ ସୋରାର ଏସକେଆଇଏମ୍‌ଏସ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

author-image
Pramod Behera
Police officer killed

Police officer killed

ଶ୍ରୀନଗର : ଆତଙ୍କବାଦୀର ଶୀକାର ହେଲେ ଜାମ୍ମୁ-କାଶ୍ମୀର ପୋଲିସ। ରବିବାର ଜଣେ ପ୍ରୋବେସନାରୀ ସବ୍-ଇନ୍ସପେକ୍ଟରଙ୍କୁ ଜାମ୍ମୁ କାଶ୍ମୀରର ପୁରୁଣା ଶ୍ରୀନଗର ସହରର ଖାନୟାର ଅଞ୍ଚଳରେ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି। ଘଟଣାର ସିସିଟିଭି ଫୁଟେଜ ଅନୁଯାୟୀ ଅର୍ଶୀଦ ଅହମ୍ମଦଙ୍କ ଉପରକୁ ଆତଙ୍କବାଦୀ ଅତି କମରେ ଦୁଇଥର ଗୁଳି ଚଳାଇ ଆହତ କରିଥିଲେ। ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ବାସିନ୍ଦା ଅହମ୍ମଦଙ୍କୁ ତୁରନ୍ତ ସୋରାର ଏସକେଆଇଏମ୍‌ଏସ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ଅଧିକାରୀ ସୂତ୍ରରୁ ଜଣାପଡିଛି ଯେ ଖାନୟାର ଏକ ବଜାରରେ ରାତି ପ୍ରାୟ ୧.୩୫ରେ ଏହି ଘଟଣା ଘଟିଛି। ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଖୋଜା ଚାଲିଛି। ଏହି ସମୟରେ ପୋଲିସ ଏବଂ ସିଆର୍‌ପିଏଫ୍ ଅଧିକାରୀମାନେ ଏକ ପୁଷ୍ପାଞ୍ଜଳି ଉତ୍ସବରେ ପୋଲିସ ଅଧିକାରୀ ଅର୍ଶୀଦ ଅହମ୍ମଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Advertisment

ଏହି ଅବସରରେ ଜମ୍ମୁ କଶ୍ମୀରର ଡିଜିପି ଦିଲବାଗ ସିଂ ଯୁବ ଅଧିକାରୀ ଶହୀଦ ହୋଇଥିବାରୁ ଦୁଃଖ ପ୍ରକାଶ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀମାନେ ଶୀଘ୍ର ଧରାଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ “ଆମେ ଜଣେ ସାହସୀ ଯୁବ ଅଧିକାରୀଙ୍କୁ ହରାଇଛୁ। ଏହା ଆମ ଓ ତାଙ୍କ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦ କ୍ଷତି। ଆମେ ଆମର ଗଭୀର ସମବେଦନା ଜଣାଉଛୁ। ଏହି ମାମଲାରେ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଦଣ୍ଡ ଦିଆଯିବ।”

ଶ୍ରୀନଗର ମେୟର ଜୁନୈଦ ଅଜିମ ମଟଟୁ, ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଓ ଓମାର ଅବଦୁଲ୍ଲା ଅର୍ଶୀଦ ଅହମ୍ମଦଙ୍କ ହତ୍ୟାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏହାକୁ ଆତଙ୍କବାଦୀଙ୍କ ଦ୍ୱାରା ଭୀରୁତାପୂର୍ଣ୍ଣ ଆକ୍ରମଣ ବୋଲି କହିଛନ୍ତି।

ମେହବୁବା ମୁଫ୍‌ତି ଟ୍ୱିଟ୍ କରି କହିଛନ୍ତି ଯେ ଆଜି ଖାନୟାରରେ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଜେଆଣ୍ଡ୍‌କେ ପୋଲିସ୍ ସବ୍ ଇନ୍ସପେକ୍ଟର ଅର୍ଶୀଦ ଅହମ୍ମଦଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ। ତାଙ୍କ ଆତ୍ମାକୁ ​​ଶାନ୍ତି ମିଳୁ ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି।

ସେହିପରି ଅବଦୁଲ୍ଲା ଟ୍ୱିଟ୍ କରି କହିଛନ୍ତି, “ଶ୍ରୀନଗର ସହରରେ ଏକ ଭୟଙ୍କର ଆକ୍ରମଣରେ ଜେଆଣ୍ଡ୍‌କେ ପୋଲିସ୍ ସବ୍-ଇନ୍ସପେକ୍ଟର ଅର୍ଶୀଦଙ୍କ କର୍ତ୍ତବ୍ୟ ବେଳେ ମୃତ୍ୟୁ ବିଷୟରେ ଶୁଣି ମୁଁ ଦୁଃଖିତ। ଆଲ୍ଲା ଅର୍ଶୀଦଙ୍କୁ ସ୍ୱର୍ଗରେ ସ୍ଥାନ ଦିଅନ୍ତୁ।”

Srinagar Jammu Kashmir
Advertisment
Advertisment