Advertisment

ସାବଧାନ! ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କଲେ ଆଉ ମିଳିବ ନାହିଁ ସରକାରୀ ଚାକିରି

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ଏପରି କାମରେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କ ଉପରେ ପ୍ରଶାସନ ତୀକ୍ଷ୍ମ ନଜର ରଖିଛି। ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଡ଼ିଜିଟାଲ ଜ୍ଞାନକୌଶଳ ବଳରେ ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ଏହାସହ ସେମାନଙ୍କର ପୋଲିସ ରେକର୍ଡର ଯାଂଚ ମଧ୍ୟ ହେବ। ଠିକ୍‌ ସେହିପରି କେନ୍ଦ୍ର-ଶାସିତ ଅଂଚଳରେ ପ୍ରଚଳିତ ଥିବା ଆଇନର ମଧ୍ୟ ସଂଶୋଧନ କରାଯାଇଛି।

author-image
Sarbeswar
ସାବଧାନ! ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କଲେ ଆଉ ମିଳିବ ନାହିଁ ସରକାରୀ ଚାକିରି

Jammu

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଯେଉଁମାନେ ସୁରକ୍ଷାକର୍ମୀଙ୍କୁ ପଥର ମାଡ଼ କରୁଛନ୍ତି ସେମାନଙ୍କୁ ମିଳିବ ନାହିଁ ନିସ୍ତାର। ଯେଉଁ ବ୍ୟକ୍ତିମାନେ ଏପରି କାମ କରୁଛନ୍ତି ସେମାନଙ୍କୁ ସରକାରୀ ଚାକିରି ମିଳିବ ନାହିଁ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ଏଇଥି ପାଇଁ ହେଉଛି ଯେ, କାରଣ ଜାମ୍ମୁରେ ବାରମ୍ବାର ସୁରକ୍ଷାକର୍ମୀଙ୍କ ଉପରେ ପଥର ମାଡ଼ ହେଉଛି। ଆଉ ଏଥିରେ ଅନେକ ଯୱାନ ମଧ୍ୟ ନିହତ ହେଉଛନ୍ତି ଓ କିଛି ଆହତ ମଧ୍ୟ ହେଉଛନ୍ତି। ତେଣୁ ସେମାନଙ୍କୁ ଉଚିତ୍‌ ଶାସ୍ତି ଦେହା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ ବରଂ ଏପରି ଲୋକମାନଙ୍କର ପାସପୋର୍ଟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନିୟମ ଲାଗୁ ନେଇ ଆଦେଶନାମା ମଧ୍ୟ ଜାରି ହୋଇଛି।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ଏପରି କାମରେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କ ଉପରେ ପ୍ରଶାସନ ତୀକ୍ଷ୍ମ ନଜର ରଖିଛି। ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଡ଼ିଜିଟାଲ ଜ୍ଞାନକୌଶଳ ବଳରେ ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ଏହାସହ ସେମାନଙ୍କର ପୋଲିସ ରେକର୍ଡର ଯାଂଚ ମଧ୍ୟ ହେବ। ଠିକ୍‌ ସେହିପରି କେନ୍ଦ୍ର-ଶାସିତ ଅଂଚଳରେ ପ୍ରଚଳିତ ଥିବା ଆଇନର ମଧ୍ୟ ସଂଶୋଧନ କରାଯାଇଛି। ଆଉ ଏଠାରେ ସ୍ପଷ୍ଟ କରାଯାଇଛି ଯେ, ଯେଉଁମାନେ ସରକାରୀ ଚାକିରି କରିବାକୁ ଆବେଦନ କରୁଛନ୍ତି ଏଣିକି ସେମାନେ ନିଜ ବିରୋଧରେ ପଥର ମାଡ଼ ବା ଆକ୍ରମଣ ଭଳି ମାମଲା ଅଛି କି ନାହିଁ ତାହାର ଉପଯୁକ୍ତ ପ୍ରମାଣପତ୍ର ଦେବା ଅନିବାର୍ଯ୍ୟ ବୋଲି ସରକାର କହିଛନ୍ତି।

Advertisment

ଏଠାରେ କହିରଖୁଛୁ, କିଛି ଦିନ ତଳେ ଜାତୀୟ ଖବର କାଗଜ ଇଣ୍ଡିଆନ୍‌ ଏକ୍ପପ୍ରେସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଆଉ କୁହାଯାଇଥିଲା କି, ସ୍ଥାନୀୟ ଅଂଚଳର ପରିବାର କିମ୍ବା ସମ୍ପର୍କୀୟ କୌଣସି ରାଜନୈତିକ ଦଳ ସହ ରହିଛନ୍ତି କି ନାହିଁ ତାହାର ମଧ୍ୟ ପ୍ରମାଣ ପତ୍ର ଦାଖଲ କରିବାକୁ ପଡ଼ିବ। କେବଳ ଏତିକି ନୁହେଁ ବରଂ କୌଣସି ରାଜନୈତିକ କାର୍ଯ୍ୟକ୍ରମ କିମ୍ବା କୌଣସି ବିଦେଶୀ ମିଶନ୍‌ ସଂଗଠନରେ ସେମାନେ ସମ୍ପକ୍ତ ଅଛନ୍ତି କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରିବାକୁ ପଡ଼ିବ।

ସରକାର ଆହୁରି ମଧ୍ୟ କହିଛନ୍ତି କି କୌଣସି ଇସାଲିମ୍‌କ ସଂଗଠନ ସହ ଜଡ଼ିତ ଅଛନ୍ତି କି ନାହିଁ ତାହାର ମଧ୍ୟ ପ୍ରମାଣପତ୍ର ଦେବାକୁ ପଡ଼ିବ। ଏହାସହ ପରିବାରରେ କେଉଁମାନେ ଚାକିରି କରୁଛନ୍ତି ଓ ସେମାନଙ୍କ ସଂଖ୍ୟା କେତେ ତାହାର ମଧ୍ୟ ବିବରଣୀ ଦେବା ପାଇଁ ନିଷ୍ପତ୍ତି ହୋଇଛି।

India News Crackdown Jammu Kashmir
Advertisment
Advertisment