Advertisment

ମନ୍ତ୍ରୀମଣ୍ଡଳ ଅଦଳବଦଳରେ କେଁ, ଏ ମାସ ନୁହେଁ ଆର ମାସରେ ହେବ ଅଦଳବଦଳ କାର୍ଯ୍ୟକ୍ରମ

କୁହାଯାଉଛି କେନ୍ଦ୍ର ନେତାମାନେ ମନ୍ତ୍ରୀ ଅଦଳବଦଳକୁ ନେଇ ଗ୍ରୀନ ସିଗନାଲ ଦେବାରେ ଡ଼େରି କରୁଛନ୍ତି ତେଣୁ ଗେହେଲଟ୍‌ ମଧ୍ୟ ଚୁପ୍‌ ରହିଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତଙ୍କୁ ନଜରରେ ରଖି ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ।

author-image
Sarbeswar
ମନ୍ତ୍ରୀମଣ୍ଡଳ ଅଦଳବଦଳରେ କେଁ, ଏ ମାସ ନୁହେଁ ଆର ମାସରେ ହେବ ଅଦଳବଦଳ କାର୍ଯ୍ୟକ୍ରମ

Sachin Pilot-Ashok Gehlot

ଜୟପୁର: ରାଜସ୍ଥାନ କଂଗ୍ରେସରେ ଲାଗି ରହିଥିବା କନ୍ଦଳ ଥମିବାରେ ନା ନେଉନାହିଁ। ଆଉ ଏହାରି ମଧ୍ୟରେ ବିବାଦର ସମାଧାନ ଲାଗି ଏହି ମାସ ଶେଷ ସପ୍ତାହ ସୁଦ୍ଧା ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା ପାଇଁ ସ୍ଥିର ହୋଇଥିଲା କିନ୍ତୁ ପୁଣି ଥରେ ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ମିଳିଛି। କୁହାଯାଉଛି କେନ୍ଦ୍ର ନେତାମାନେ ମନ୍ତ୍ରୀ ଅଦଳବଦଳକୁ ନେଇ ଗ୍ରୀନ ସିଗନାଲ ଦେବାରେ ଡ଼େରି କରୁଛନ୍ତି ତେଣୁ ଗେହେଲଟ୍‌ ମଧ୍ୟ ଚୁପ୍‌ ରହିଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତଙ୍କୁ ନଜରରେ ରଖି ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ।

Advertisment

କୁହାଯାଉଛି ରାଜସ୍ଥାନ ପ୍ରଭାରୀ ଅଜୟ ମାକେନ୍‌ ଆସନ୍ତା କାଲି ଓ ପହରଦିନ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିବେ ଏପରିକି ପ୍ରତ୍ୟେକ ବିଧାୟକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସରକାର କେମିତି ଚାଲିଛି? ମନ୍ତ୍ରୀମାନେ କେମିତି କାମ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ କେତେ ପ୍ରତିଶତ ବିଧାୟକମାନେ ସନ୍ତୁଷ୍ଟ ଅଛନ୍ତି ଏନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। କେବଳ ବିଧାୟକ ନୁହେଁ ବରଂ ମହାନଗର, ପଞ୍ଚାୟତ ସ୍ତରରେ ନେତାଙ୍କ ସହ ପ୍ରଭାରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଠିକ୍‌ ସେହିପରି କିଛି ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କୁହାଯାଉଛି, ସମସ୍ତଙ୍କ ମତାମତକୁ ନେଇ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯିବ ଏବଂ କିଛି ଜିଲ୍ଲାର ସଭାପତି ମଧ୍ୟ ବଦଳିବେ ବୋଲି ଜଣାପଡ଼ିଛି।

Advertisment

ଦଳ ମଧ୍ୟରେ ଲାଗି ରହୁଥିବା କନ୍ଦଳ ପାଇଁ ନିର୍ବାଚନରେ ଦଳ ପରାଜୟର ସ୍ୱାଦ ବାରମ୍ବାର ଚାଖୁଛି ତେଣୁ ଯେଉଁମାନେ ଦଳରେ ରହି ମଧ୍ୟ ଦଳ ବିରୋଧୀ କାମ କରୁଛନ୍ତି ଏବଂ ଦଳର ନିୟମ ମାନୁନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଇସାରା ମଧ୍ୟ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗେହେଲଟ୍‌-ପାଇଲଟ୍‌ଙ୍କ ମଧ୍ୟରେ ଲଗି ରହିଥିବା କଳି ଏବେ ସାରା ଦେଶରେ ବେଶ୍‌ ଚର୍ଚ୍ଚା ହେଉଛି। ତେଣୁ ଏହି କଳିର ସମାଧାନ ପାଇଁ କେନ୍ଦ୍ରୀୟ ନେତାମାନେ ଅଂଟା ଭିଡ଼ିଥିବା କୁହାଯାଉଛି।

Congress Rajasthan Politics
Advertisment
Advertisment