Advertisment

୧୦୮ ଆମ୍ବୁଲାନ୍ସକୁ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଟ୍ରେନ୍‌

୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେବା ସହ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଇଣ୍ଟରସିଟି ଏକ୍ସପ୍ରେସ୍‌। ତେବେ ଟ୍ରେନ୍ ଆସୁଥିବା ଦେଖି ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Inter City Express Train Hits 108 Ambulance

Inter City Express Train Hits 108 Ambulance

ବିଶାଖାପାଟଣା(ଯଶୋବନ୍ତ ପାଢ଼ୀ): ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେବା ସହ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଇଣ୍ଟରସିଟି ଏକ୍ସପ୍ରେସ୍‌। ଆନ୍ଧ୍ରପ୍ରଦେଶର ପଲାସା ନିକଟରେ ଗତ ରାତିରେ ଏହି ଦୁର୍ଘଟଣା ଘଟିଛି। ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଟରସିଟି ଏକ୍ସପ୍ରେସ୍‌ ଶ୍ରୀକାକୁଲମ ଜିଲ୍ଲାର ପଲାସା ନିକଟରେ ଏକ ୧୦୮ ଆମ୍ବୁଲାନ୍ସ କୁ ଧକ୍କା ଦେଇଥିଲା। ଏହାପରେ ଟ୍ରେନ୍‌ଟି ଆମ୍ବୁଲାନ୍ସକୁ ଦୁର୍ଘଟଣାସ୍ଥଳ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଷ୍ଟେସନ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।

Advertisment

ସୂଚନା ଅନୁସାରେ, ଭୁବନେଶ୍ୱରରୁ ବିଶାଖାପାଟଣା ଅଭିମୁଖେ ଆସୁଥିବା ଫାଲକନାମା ଟ୍ରେନ୍‌ରେ ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପଲାସା ଷ୍ଟେସନରେ ଓହ୍ଲାଇ ଦିଆଯାଇଥିଲା। ପରେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବା ପରେ ଆମ୍ବୁଲାନ୍ସଟି ରୋଗୀଙ୍କୁ ଆଣିବା ଲାଗି ଷ୍ଟେସନ ଯାଉଥିଲା। ଆମ୍ବୁଲାନ୍ସଟି ରେଳ ଫାଟକ ନିକଟରେ ଅଟକି ରହିଥିଲା। ଏହି ସମୟରେ ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଟରସିଟି ଏକ୍ସପ୍ରେସ୍‌ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ଏହାପରେ ଟ୍ରେନ୍‌ଟି ଦୁର୍ଘଟଣାସ୍ଥଳ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଷ୍ଟେସନର ପ୍ଲାଟଫର୍ମ ଯାଏ ଆମ୍ବୁଲାନ୍ସକୁ ଘୋଷାଡ଼ି ନେଇଥିଲା।  

ତେବେ ଟ୍ରେନ୍‌ ଆସୁଥିବା ଦେଖି ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଛାଡି ଦୌଡ଼ି ପଳାଇ ନିଜର ଜୀବନ ବଞ୍ଚାଇଥିଲେ। ଦୁର୍ଘଟଣା ସମୟରେ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବାରୁ ଗୋଟିଏ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିବା କୁହାଯାଉଛି। ତେବେ ଏହି ଦୁର୍ଘଟଣା ପାଇଁ କିଏ ଦାୟୀ ?  କିପରି ଏଭଳି ଦୁର୍ଘଟଣା ଘଟିଲା, ସେନେଇ ନେଇ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣା ପରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଅନ୍ୟ ଟ୍ରେନ୍‌ ଗୁଡ଼ିକ ବହୁ ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି।

Advertisment
Andhra Pradesh Train Accident Inter City Express Train Hits Ambulance
Advertisment
Advertisment