Advertisment

ISI ସମର୍ଥିତ ନୂଆ ଆତଙ୍କୀ ସଂଗଠନ ହିଟ୍‌ ଲିଷ୍ଟରେ ୨୦୦ ଲୋକ, ବଡ଼ ଧରଣର ହମ୍‌ଲା ନେଇ ଯୋଜନା

କୁଖ୍ୟାତ ଆତଙ୍କବାଦୀ ସଂଗଠନ ISI ସମର୍ଥିତ ଆଉ ଏକ ନୂଆ ଆତଙ୍କବାଦୀ ସଂଗଠନ ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଛି।  ଏହି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଆଗକୁ ବଡ଼ ଆତଙ୍କବାଦୀ ହମ୍‌ଲା କରିବା ନେଇ ଗୁଇନ୍ଦା ବିଭାଗ ସତର୍କ କରାଇଛି।

author-image
Rajalaxmi Sahoo
Intel Gets Info Of New ISI Backed Terrorist Front

Intel Gets Info Of New ISI Backed Terrorist Front

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ISI ସମର୍ଥିତ ଆଉ ଏକ ନୂଆ ଆତଙ୍କବାଦୀ ସଂଗଠନ ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଛି।  ଏହି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଆଗକୁ ବଡ଼ ଆତଙ୍କବାଦୀ ହମ୍‌ଲା କରିବା ନେଇ ଗୁଇନ୍ଦା ବିଭାଗ ସତର୍କ କରାଇଛି। 

Advertisment

ସବୁଠାରୁ ବଡ଼ କଥା, ଏହି ଆତଙ୍କୀ ସଂଗଠନ ହିଟ୍‌ ଲିଷ୍ଟରେ ୨୦୦ରୁ ଅଧିକ ଲୋକ ଅଛନ୍ତି। ବିଶେଷକରି, ସୁରକ୍ଷା ସଂସ୍ଥା, ସେମାନଙ୍କ ସୂଚନାର ଉତ୍ସ, ସରକାରଙ୍କ ସହ ଉତ୍ତମ ଯୋଗାଯୋଗରେ ଥିବା ଗଣମାଧ୍ୟମ ପ୍ରତିନିଧି, କାଶ୍ମୀର ଉପତ୍ୟକାରେ ଥିବା ଓ କାଶ୍ମୀର ବାହାରର ଲୋକ, କାଶ୍ମୀର ପଣ୍ଡିତ, ସରକାରୀ ଦଳ ନେତା ଏବଂ ଶିଳ୍ପପତି ଆଦି ରହିଥିବା ଗୁଇନ୍ଦା ସୂଚନା ମିଳିଛି। ୨୦୦ ଜଣିଆ ଏହି ହିଟ୍ ଲିଷ୍ଟରେ ଥିବା ବ୍ୟକ୍ତି ଏବଂ ସେମାନଙ୍କ ଗାଡ଼ି ସମ୍ପର୍କରେ ସବିଶେଷ ତଥ୍ୟ ସମ୍ପୃକ୍ତ ଆତଙ୍କୀ ସଂଗଠନ ପ୍ରସ୍ତୁତ କରିଛି।

Advertisment

ଗୁଇନ୍ଦା ବିଭାଗ ଆହୁରି ସୂଚନା ପାଇଛି ଯେ, ପାକ୍ ଅଧିକୃତ ମୁଜାଫରାବାଦରେ ଗତ ସେପ୍ଟେମ୍ବରରେ ISI ନେତୃତ୍ୱରେ ଅନ୍ୟ ଆତଙ୍କୀ ସଂଗଠନ ମୁଖ୍ୟଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏହି ବୈଠକରେ ନୂଆ ଆତଙ୍କୀ ସଂଗଠନ ଭବିଷ୍ୟତରେ ବଡ଼ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା। ଏହି ସଂଗଠନ ଖାଲି ଆକ୍ରମଣ ଯୋଜନା ନୁହେଁ ବରଂ ଉପତ୍ୟକାରେ ଏହାର ନେଟ୍‌ଓ୍ୱର୍କିଂ ବଢାଇବାକୁ ଆର୍ଥିକ ସହାୟତା ଯୋଗାଡ଼ ଓ ମାନବ ସମ୍ବଳ ସଂଗ୍ରହ କରୁଥିବା ସୂଚନା ହସ୍ତଗତ ହୋଇଛି।

ISI Terrorist Attack
Advertisment
Advertisment