Advertisment

ଏକପାଖିଆ ପ୍ରେମ: ବିବାହିତ ଯୁବତୀଙ୍କ ମୁହଁକୁ ବ୍ଲେଡ଼୍‌ରେ କାଟି ପକାଇଲା ପ୍ରେମୀକ

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ବିବାହର ପାଖାପାଖି ୧ ବର୍ଷ ପରେ ସମ୍ପୃକ୍ତ ଯୁବତୀ ଜଣକ ତାଙ୍କ ଘରକୁ ଆସିଥିଲେ। ଆଉ ନିଜ ଘରକୁ ଆସିଥିବାରୁ ଅନେକ ସମ୍ପର୍କୀୟ ଓ ସାଙ୍ଗମାନେ ମଧ୍ୟ ତାଙ୍କୁ ଦେଖା କରିବାକୁ ଆସିଥିଲେ। ଆଉ ଏକପାଖିଆ ପ୍ରେମୀକ ଯୁବତୀ ଜଣଙ୍କୁ ଅନ୍ୟ କାହା ସାଙ୍ଗରେ ଦେଖି ଉତ୍‌କ୍ଷିପ୍ତ ହୋଇଥିଲା ପରେ ଘରେ ପଶି ବ୍ଲେଡ଼୍‌ରେ ମୁହଁକୁ ବାରମ୍ବାର କାଟି ପକାଇଥିଲା

author-image
Sarbeswar
ଅଦ୍ୟତନ ହୋଇଛି
ଏକପାଖିଆ ପ୍ରେମ: ବିବାହିତ ଯୁବତୀଙ୍କ ମୁହଁକୁ ବ୍ଲେଡ଼୍‌ରେ କାଟି ପକାଇଲା ପ୍ରେମୀକ

Crime

ଭୋପାଳ: ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ। ସ୍ଥିତି ଏମିତି ହେଲାଣି ଯେ, ଘର ଏକୁଟିଆ କେଉଁ ଆଡ଼େ ଯିବାକୁ ଆଉ ସୁରକ୍ଷିତ ମଣୁନାହାନ୍ତି ଯୁବତୀ। ମଧ୍ୟପ୍ରଦେଶରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ, ଆଉ ଆପଣ କହିବେ ଏମିତି ଅପରାଧୀଙ୍କୁ କଡ଼ା ଦଣ୍ଡ ଦିଆଯାଉ। ବର୍ତ୍ତମାନ ଏକ ପାଖିଆ ପ୍ରେମ କରି ପ୍ରେମରେ ଅସଫଳ ହେଲେ ଏମିତି କାଣ୍ଡ ପ୍ରେମୀକମାନେ କରୁଛନ୍ତି ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ତେବେ ମଧ୍ୟପ୍ରଦେଶ ଇନ୍ଦୋରରେ ମଧ୍ୟ ଏପରି ଏକ ଘଟଣା ଘଟିଛି। ଏକପାଖିଆ ପ୍ରେମରେ ପାଗଳ ପ୍ରେମୀକ ଜଣେ ଯୁବତୀଙ୍କୁ ବ୍ଲେଡ଼୍‌ ସାହାଯ୍ୟରେ ଆକ୍ରମଣ କରିଥିଲା। ତେବେ ଭଉଣୀଙ୍କୁ ଆକ୍ରମଣ ହେଉଥିବା ଦେଖି ଭାଇ ମଧ୍ୟ ଦୌଡି ପଳାଇ ଆସିଥିଲେ ଆଉ ଉତ୍‌କ୍ଷିପ୍ତ ପ୍ରେମୀ ପାଗଳ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା। ଉଭୟ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଯୁବତୀଙ୍କ ଗାଲରେ ପାଖାପାଖି ୪୫ ଷ୍ଟିଜ୍‌ ପଡ଼ିଥିବା ସୂଚନା ମିଳିଛି। ଆଉ ପୋଲିସ ଅଭିଯୁକ୍ତ ପ୍ରେମୀକ ଆଶିଶ୍‌ଙ୍କୁ ଗିରଫ କରିଛି। ଆଉ ଆଶିଶଙ୍କ ଅପରାଧକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

Advertisment

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ବିବାହର ପାଖାପାଖି ୧ ବର୍ଷ ପରେ ସମ୍ପୃକ୍ତ ଯୁବତୀ ଜଣକ ତାଙ୍କ ଘରକୁ ଆସିଥିଲେ। ଆଉ ନିଜ ଘରକୁ ଆସିଥିବାରୁ ଅନେକ ସମ୍ପର୍କୀୟ ଓ ସାଙ୍ଗମାନେ ମଧ୍ୟ ତାଙ୍କୁ ଦେଖା କରିବାକୁ ଆସିଥିଲେ। ଆଉ ଏକପାଖିଆ ପ୍ରେମୀକ ଯୁବତୀ ଜଣଙ୍କୁ ଅନ୍ୟ କାହା ସାଙ୍ଗରେ ଦେଖି ଉତ୍‌କ୍ଷିପ୍ତ ହୋଇଥିଲା ପରେ ଘରେ ପଶି ବ୍ଲେଡ଼୍‌ରେ ମୁହଁକୁ ବାରମ୍ବାର କାଟି ପକାଇଥିଲା। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ପୂରା ରକ୍ତରେ ଘର ଭିଜିଯାଇଥିଲା ଓ ଆକ୍ରମଣରେ ଆହତ ହୋଇଥିବା ଭାଇ ଓ ଭଉଣୀଙ୍କ ଚିତ୍କାର ଶୁଣି ପଡ଼ୋଶୀଙ୍କ ସହ ଘର ଲୋକ ଦୌଡ଼ି ଆସିଥିଲେ । ଆଉ ଏହି ସମୟରେ ପ୍ରେମୀ ପାଗଳ ଦୌଡ଼ି ପଳାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି କୁହାଯାଉଛି ଉଭୟଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଘଟଣା ଜଣାପଡ଼ିବା ପରେ ପୋଲିସରେ ମାମଲା ଦାୟର କରାଯାଇଛି। ଆଜାଦ୍‌ ନଗର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହେବା ପରେ ଆଶିଷ୍‌ କହିଛି ଯେ, ମୁଁ ତାକୁ ଅନେକ ଦିନ ହେଲାଣି ଭଲ ପାଉଥିଲି। କିନ୍ତୁ ସେ ମତେ ବିବାହ ନକରି ଆଉ କାହାକୁ ବିବାହ କରିଦେଲା। ଆଉ ଏବେ ଘରକୁ ଆସି ଅନ୍ୟ ଯୁବକଙ୍କ ସହ ମିଶୁଛି ତେଣୁ ଏହାକୁ ମୁଁ ସହିପାରିଲି ନାହିଁ। ତେଣୁ ଏମିତି କଲି ବୋଲି ଆଶିଷ୍‌ କହିଛି।

India Crime Indore
Advertisment
Advertisment