• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଦେଶରେ ବିଜୁଳି ସଙ୍କଟ ସମ୍ଭାବନା । ଘୋର ବିଜୁଳି ସଙ୍କଟ ଦେଇ ଗତି କରୁଥିବା ଚୀନ ପରି ଭାରତର ସ୍ଥିତି ହୋଇପାରେ । ବର୍ତ୍ତମାନ ଅନେକ ଶିଳ୍ପ ଗୁଡିକର ବିଦ୍ୟୁତ୍ କାଟ୍ କରାଯାଉଛି । ଏହାର ପ୍ରଭାବ ଶିଳ୍ପ ଗୁଡିକର ଅର୍ଥ ବ୍ୟବସ୍ଥା ଉପରେ ପଡ଼ିପାରେ ବୋଲି କୁହାଯାଉଛି । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା ଦିଆଯାଇଥିବା କୋଇଲା ତଥ୍ୟର ମୂଲ୍ୟାଙ୍କନ କରି ବିଶେଷଜ୍ଞମାନେ ଏପରି ଚେତାବନୀ ଦେଇଛନ୍ତି । ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶର ମୋଟ ୧୩୫ ତାପଜ ବିଦ୍ୟୁତ୍ ଉତ୍ପାଦନ ମଧ୍ୟରୁ ୭୨ଟି ବିଦ୍ୟୁତ୍ କେନ୍ଦ୍ରରେ ମାତ୍ର ୩ ଦିନ କୋଇଲା ବାକି ଅଛି ବୋଲି । ଏଭଳି ପରିସ୍ଥିତିରେ କେବଳ ତିନି ଦିନ ପାଇଁ ହିଁ ବିଦ୍ୟୁତ ତିଆରି ହୋଇପାରିବ ।

ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଏହି ସମସ୍ତ ୧୩୫ଟି ବିଜୁଳି ଉତ୍ପାଦନ କେନ୍ଦ୍ରରେ ମୋଟ ବ୍ୟବହାରର ୬୬.୩୫ ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ ହେଉଛି । ଫଳରେ କୋଇଲା ଅଭାବରୁ ୭୨ ଟି ପାୱାର ପ୍ଲାଣ୍ଟ ବନ୍ଦ ହୋଇଗଲେ ବିଦ୍ୟୁତ୍ ଉତ୍ପାଦନ ପ୍ରାୟ ୩୩ ପ୍ରତିଶତ ହ୍ରାସ ପାଇବ । ଏହାଦ୍ୱାରା ଦେଶରେ ଶକ୍ତି ସଙ୍କଟ ଦେଖାଦେଇପାରେ । ସରକାରୀ ତଥ୍ୟ ଅନୁଯାୟୀ କରୋନା ମହାମାରୀ ପୂର୍ବରୁ ୨୦୧୯ ଅଗଷ୍ଟ-ସେପ୍ଟେମ୍ବରରେ ଭାରତରେ ଦୈନିକ ୧୦,୬୬୦ କୋଟି ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ ହେଉଥିଲା । ବର୍ତ୍ତମାନ ୨୦୨୧ ଅଗଷ୍ଟ-ସେପ୍ଟେମ୍ବରରେ ଏହା ୧୪,୪୨୦ କୋଟି ୟୁନିଟକୁ ବୃଦ୍ଧି ପାଇଛି । ଦୁଇ ବର୍ଷ ମଧ୍ୟରେ କୋଇଲା ବ୍ୟବହାର ୧୮ ପ୍ରତିଶତ ବୃଦ୍ଧି ପାଇଛି ।

ଅନ୍ୟପଟେ ୫୦ଟି ପାୱାର ପ୍ଲାଣ୍ଟ ମଧ୍ୟରୁ ଚାରିଟିରେ କେବଳ ୧୦ ଦିନର କୋଇଲା ବାକି ଅଛି ଏବଂ ୧୩ଟି ପାୱାର ପ୍ଲାଣ୍ଟରେ ୧୦ ଦିନରୁ ଅଧିକ ବ୍ୟବହାର ପାଇଁ କୋଇଲା ବଳକା ଅଛି । ତେବେ ଦେଶରେ ଶକ୍ତି ସଙ୍କଟ ଦେଖାଦେବା ର୍ପୂବରୁ କୋଇଲା ସଂରକ୍ଷଣର ସମୀକ୍ଷା ପାଇଁ କେନ୍ଦ୍ର ସରକାର କୋଇଲା ମନ୍ତ୍ରଣାଳୟର ନେତୃତ୍ୱରେ ଏକ କମିଟି ଗଠନ କରିଛନ୍ତି । କମିଟିର ସଦସ୍ୟମାନେ ଏହାର ତଦାରଖ କରୁଛନ୍ତି ।

ଏଥି ସହିତ ଅଗଷ୍ଟରେ ଦେଶରେ କୋଇଲା ସଙ୍କଟର ମୂଲ୍ୟାଙ୍କନ ସାମ୍ନାକୁ ଆସିଥିଲା । ଅଗଷ୍ଟ ୧ରେ କେବଳ ୧୩ ଦିନ ପାଇଁ ହିଁ କୋଇଲା ସଂରକ୍ଷଣ ବାକି ରହିଲା । ଆଉ ସେତେବେଳେ କୋଇଲା ଅଭାବ ଯୋଗୁଁ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗିଡ଼ିକ ପ୍ରଭାବିତ ହୋଇଥିଲା । ଏହି କାରଣରୁ ଅଗଷ୍ଟ ମାସର ଶେଷ ସପ୍ତାହରେ ବିଦ୍ୟୁତ୍ ଉତ୍ପାଦନ ୧୩,୦୦ ମେଗାୱାଟ ହ୍ରାସ ପାଇଥିଲା ।