Advertisment

ଭାରତରେ ଧନୀ ତାଲିକାରେ କିଏ ପ୍ରଥମ? ଜାଣନ୍ତୁ

ଭାରତରେ ଧନୀ ତାଲିକାରେ କିଏ ପ୍ରଥମ? ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଆପଣଙ୍କ ମନରେ ଉତ୍ସୁକତା ହେଉଥିବ।। ଏହାରି ଭିତରେ ଆଇଆଇଏଫଏଲ ୱେଲ୍ଥ ହୁରୁନ ଇଣ୍ଡିଆ ରିଚ୍‌ ଲିଷ୍ଟ-୨୦୨୧ରେ ଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି।

author-image
Chandan Shishu
Rich List by IIFL

Rich List by IIFL

ନୂଆଦିଲ୍ଲୀ: ଭାରତରେ ଧନୀ ତାଲିକାରେ କିଏ ପ୍ରଥମ? ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଆପଣଙ୍କ ମନରେ ଉତ୍ସୁକତା ହେଉଥିବ।। ଏହାରି ଭିତରେ ଆଇଆଇଏଫଏଲ ୱେଲ୍ଥ ହୁରୁନ ଇଣ୍ଡିଆ ରିଚ୍‌ ଲିଷ୍ଟ-୨୦୨୧ରେ ଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ଚଳିତ ବର୍ଷ କାହାର ସମ୍ପତ୍ତି କେତେ ବଢ଼ିଛି, ତା’ର ହିସାବ ଦେଇଛି ୱେଲ୍ଥ ହୁରୁନ। ନିଜର ସ୍ଥାନ ବଜାୟ ରଖି ଧନୀ ତାଲିକାର ପୁଣି ଟପ୍‌ରେ ରହିଛନ୍ତି ମୁକେଶ ଅମ୍ବାନୀ। କ୍ରମାଗତ ୧୦ମ ବର୍ଷ ପାଇଁ ଅମ୍ବାନୀ ଧନୀ ତାଲିକାର ୧ନଂ ସ୍ଥାନରେ ରହିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

Advertisment

ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାର ୧ନଂ ସ୍ଥାନରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ତାଙ୍କ ପାଖରେ ଏବେ ୭,୧୮,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ଚଳିତ ବର୍ଷ ଅମ୍ବାନୀଙ୍କ ସମ୍ପତ୍ତି ମହାମାରୀ ସତ୍ତ୍ୱେ ୯% ବଢ଼ିଛି। ରିଟେଲ ଓ ଟେଲିକମ ଅପରେସନରେ ସେ ଅଧିକ ଲାଭ ପାଇଛନ୍ତି। ରିଲାଏନ୍ସ ୨୦୨୧ରେ ବିଶ୍ୱର ମୂଲ୍ୟବାନ କମ୍ପାନୀମାନଙ୍କ ତାଲିକାର ୫୭ତମ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଶିଳ୍ପପତି ଗୌତମ ଆଦାନୀ। ୨୦୨୧ରେ ତାଙ୍କ ସମ୍ପତ୍ତି ୨୬୧ ଗୁଣ ବୃଦ୍ଧି ପାଇଛି। ଫଳରେ ସେ ଭାରତର ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଆଦାନୀ ପରିବାରର ସମ୍ପତ୍ତି ଷ୍ଟକ ମାର୍କେଟର ଚାହିଦା ଯୋଗୁ ୫,୦୫,୯୦୦ କୋଟିରେ ପହଞ୍ଚି ଯାଇଛି। ଚଳିତ ବର୍ଷ ୫୯ ବର୍ଷୀୟ ଆଦାନୀଙ୍କ ସମ୍ପତ୍ତି ଦୈନିକ ୧୦୦୨ କୋଟି ଟଙ୍କା ବଢ଼ିଛି।

Advertisment

ତୃତୀୟ ସ୍ଥାନରେ ଏଚସିଏଲର ଶିବ ନାଦର ଓ ପରିବାର ରହିଛନ୍ତି। ସେମାନଙ୍କ ସମ୍ପତ୍ତି ୬୭% ବଢ଼ିଛି। ଏବେ ପରିବାର ପାଖରେ ୨,୩୬,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏଚସିଏଲ ତୃତୀୟ ଭାରତୀୟ ଆଇଟି କମ୍ପାନୀ ଭାବେ ୧୦ ବିଲିୟନ ଡଲାର ରେଭିନ୍ୟୁ ସୀମାକୁ ଅତିକ୍ରମ କରିବାକୁ ସକ୍ଷମ ହୋଇଛି। ୨୦୨୦ ତୁଳନାରେ ୨୦୨୧ରେ ଶିବ ନାଦରଙ୍କ ଏଚସିଏଲ ଦୈନିକ ୨୬୦ କୋଟି ଟଙ୍କା ଆୟ କରିଛି।

Richest Person ListRichest Person List

ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ଏସପି ହିନ୍ଦୁଜା ଆଣ୍ଡ ଫ୍ୟାମିଲି ଦୁଇଟି ସ୍ଥାନ ତଳକୁ ଖସି ୪ର୍ଥରେ ରହିଛନ୍ତି। ତଥାପି ହିନ୍ଦୁଜାର ସମ୍ପତ୍ତି ୫୩% ବଢ଼ି ୨,୨୦,୦୦୦ କୋଟିରେ ପହଞ୍ଚିଛି। ଏହାର ଦୈନିକ ଆୟ ୨୦୯ କୋଟି ଟଙ୍କା ରହିଛି। ଏମାନଙ୍କ ବ୍ୟତୀତ ଏଲଏନ ମିତ୍ତଲ ଓ ଫ୍ୟାମିଲର ସମ୍ପତ୍ତି ୧୮୭% ବଢ଼ି ୧,୭୪,୪୦୦ କୋଟି, ସାଇରସ ଏସ ପୁନାୱାଲା ଆଣ୍ଡ ଫ୍ୟାମିଲର ସମ୍ପତ୍ତି ୭୪% ବଢ଼ି ୧,୬୩,୭୦୦ କୋଟି, ରାଧାକ୍ରିଷ୍ଣ ଦାମାନି ଆଣ୍ଡ ଫ୍ୟାମିଲର ସମ୍ପତ୍ତି ୭୭% ବଢ଼ି ୧,୫୪,୩୦୦ କୋଟି ଆୟ କରିଛି

ସେହିପରି ବିନୋନ୍ଦ ଶାନ୍ତିଲାଲ ଆଦାନି ଆଣ୍ଡ ଫ୍ୟାମିଲର ସମ୍ପତ୍ତି ୨୧୨% ବଢ଼ି ୧,୩୧,୬୦୦ କୋଟି ଟଙ୍କା, କୁମାର ମଙ୍ଗଲମ ବିର୍ଲା ଆଣ୍ଡ ପରିବାରର ସମ୍ପତ୍ତି ୨୩୦% ବଢ଼ି ୧,୨୨,୨୦୦ କୋଟି ଟଙ୍କା ଓ ଜୟ ଚୌଧୁରୀଙ୍କ ସମ୍ପତ୍ତି ୮୫% ବଢ଼ି ୧,୨୧,୬୦୦ କୋଟି ଟଙ୍କା ହୋଇଛି। ଏହି ବ୍ୟକ୍ତିମାନେ ଭାରତର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି।

India List Richest Person IIFL
Advertisment
Advertisment