Advertisment

୨୪ ଘଣ୍ଟାରେ ୫୧୮ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା

ବର୍ତ୍ତମାନ ସୁଦ୍ଧା ଆକ୍ଟିଭ୍ କେସ ୪ ଲକ୍ଷ ୨୨ ହଜାର ୬୬୦ ଥିବା ବେଳେ ସୁସ୍ଥ ହେଲେଣି ୩ କୋଟି ୨ ଲକ୍ଷ ୬୯ ହଜାର ୭୯୬ ଜଣ। ତେବେ ଦେଶରେ ମୋଟ ମୃତ୍ୟସଂଖ୍ୟା ୪ ଲକ୍ଷ ୧୩ ହଜାର ୬୦୯କୁ ବୃଦ୍ଧି ପାଇଛି। ଏ ପର୍ଯ୍ୟନ୍ତ ୪୦ କୋଟି ୪୯ ଲକ୍ଷ ୩୧ ହଜାର ୭୧୫ ଡୋଜ୍ ଟିକାକରଣ ସରିଲାଣି ବୋଲି ସୂଚନା ମିଳିଛି।

author-image
Sarbeswar
ଏଣିକି ୱେବସାଇଟ୍‌ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ

corona testing

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। କିନ୍ତୁ ଏବେ ବି ସତର୍କ ରହିବାକୁ ବାରମ୍ବାର ପରାମର୍ଶ ଦେଉଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ତେବେ ଗତ ୨୪ ଘଣ୍ଟାରେ ଦେଶରେ ମୋଟ୍ ୫୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସେହିପରି ୪୧ ହଜାର ୧୫୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ଟିଭ୍ କେସ ୪ ଲକ୍ଷ ୨୨ ହଜାର ୬୬୦ ଥିବା ବେଳେ ସୁସ୍ଥ ହେଲେଣି ୩ କୋଟି ୨ ଲକ୍ଷ ୬୯ ହଜାର ୭୯୬ ଜଣ। ତେବେ ଦେଶରେ ମୋଟ ମୃତ୍ୟସଂଖ୍ୟା ୪ ଲକ୍ଷ ୧୩ ହଜାର ୬୦୯କୁ ବୃଦ୍ଧି ପାଇଛି। ଏ ପର୍ଯ୍ୟନ୍ତ ୪୦ କୋଟି ୪୯ ଲକ୍ଷ ୩୧ ହଜାର ୭୧୫ ଡୋଜ୍ ଟିକାକରଣ ସରିଲାଣି ବୋଲି ସୂଚନା ମିଳିଛି।

Advertisment

ସେପଟେ, କରୋନା ସଂକ୍ରମଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । କରୋନାର ଦ୍ୱିତୀୟ ଲହରକୁ ନେଇ ସାରା ବିଶ୍ୱ ତ୍ରସ୍ତ ଥିବା ବେଳେ ପୁଣି ତୃତୀୟ ଲହର ଆସିଗଲାଣି । ଅଗଷ୍ଟ ଶେଷ ସୁଦ୍ଧା ଭାରତରେ କୋଭିଡର ତୃତୀୟ ଲହର ଦେଖାଯିବ। ଏପରି ଚେତାବନୀ ଦେଇଛି ଆଇସିଏମଆର ପକ୍ଷରୁ କୁହାଯାଇଛି । କିନ୍ତୁ ଆଶ୍ୱସ୍ତର କଥା ହେଉଛି ଦ୍ୱିତୀୟ ଲହର ପରି ଏହା ଅଧିକ ସଂକ୍ରାମକ କିମ୍ବା ପ୍ରଭାବୀ ହେବ ନାହିଁ । ଏଥିସହ ଦ୍ୱିତୀୟ ଲହରରେ ଡେଲଟା ଭାରିଆଣ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇ ନପାରେ ବୋଲି ଆଇସିଏମଆର ଏପିଡେମିଓଲୋଜି ମୁଖ୍ୟ ସମୀରନ ପଣ୍ଡା କହିଛନ୍ତି । ତୃତୀୟ ଲହରର ସମ୍ଭାବ୍ୟ ୪ଟି କାରଣ ସମ୍ପର୍କରେ ସେ ଦର୍ଶାଇଛନ୍ତି, କରୋନା କଟକଣା କୋହଳ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ଏହା ଚିନ୍ତାର କାରଣ ପାଲଟିବ।

Advertisment

ଏପଟେ, ଆମେରିକାକୁ ୨୦ ବର୍ଷ ପରେ ଫେରିଲା ଦୁର୍ଲଭ ଭାଇରସ୍ ମଙ୍କି ପକ୍ସ । କରୋନାର ତୃତୀୟ ଲହରୀ ଆରମ୍ଭ ହେବାର ସମ୍ଭାବନା ମଧ୍ୟରେ ଆମେରିକାର ଟେକ୍ସାସରେ ମଙ୍କି ପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ମହାମାରୀ ସହ ମଙ୍କିପକ୍ସ ପାଇଁ ଚିନ୍ତାରେ ସରକାର । ସଂକ୍ରମିତ ବ୍ୟକ୍ତି ଜଣକ ନିକଟରେ ଆଫ୍ରିକାର ନାଇଜେରିଆ ଯାତ୍ରା କରିଥିବା ଜଣାପଡ଼ିଛି । ରୋଗୀଙ୍କୁ ଏବେ ଡାଲାସର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସଂ ଜାରି ରଖିଛନ୍ତି ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଏବଂ ଅନ୍ୟାନ୍ୟ ଏଜେନ୍ସି ।

Coronavirus India COVID19 Updates India
Advertisment
Advertisment