Advertisment

ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ, LACକୁ ମାଡ଼ି ଆସିଥିବା ୨୦୦ ଚୀନ୍ ସେନାଙ୍କୁ ରୋକିଲେ ଭାରତୀୟ ସେନା

ଅରୁଣାଚଳପ୍ରଦେଶରେ LAC ନିକଟରେ ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି। ଗତ ସପ୍ତାହରେ Line of Actual Control( LAC) ନିକଟରେ ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 India China Face Off

India China Face Off

ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶରେ LAC ନିକଟରେ ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି। ଗତ ସପ୍ତାହରେ Line of Actual Control( LAC) ନିକଟରେ ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ। 

Advertisment

LACକୁ ମାଡ଼ି ଆସିଥିବା ୨୦୦ ଚୀନ୍ ସେନାଙ୍କୁ ରୋକିଥିଲେ ଭାରତୀୟ ସେନା। ଏଥିରେ କେହି ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ପରେ ସ୍ଥାନୀୟ କମାଣ୍ଡର ସ୍ତରୀୟ ଆଲୋଚନାରେ ସମସ୍ୟାର ସମାଧାନ ହୋଇଥିଲା। 

Advertisment

ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ଥିର କରାଯାଇଛି। ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି। ସେପଟେ କିନ୍ତୁ ଇଷ୍ଟର୍ଣ୍ଣ ଲଦାଖ ଓ ଅନର୍ଥର୍ଣ୍ଣ ଫ୍ରଣ୍ଟରେ LAC ଆରପଟେ ଚୀନର ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ ଓ ଭିତ୍ତିଭୂମି ନିର୍ମାଣକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଛି। 

ସୂଚନାଥାଉ କି, ଗତବର୍ଷ ଜୁନ୍ ୧୫ରେ ଗଲୱାନ୍‌ ଭ୍ୟାଲି ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ବଢ଼ିଥିଲା। ଲଦାଖ ସୀମାରେ ଦୁଇ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜୁନ୍ ୧୫ ତାରିଖ ରାତିରେ ହୋଇଥିବା ଏହି ଭୟଙ୍କର ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। 

India-China Face Off Chinese Troops Indian Troops LAC
Advertisment
Advertisment