• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଇଂଜିନିୟରିଂରେ IIT ମାଡ୍ରାସ ପ୍ରଥମ, IIT ଦିଲ୍ଲୀ ୨ୟ, IIT ବମ୍ବେ ୩ୟ

  • ମ୍ୟାନେଜମେଣ୍ଟରେ IIM ଅହମ୍ମଦାବାଦକୁ ପ୍ରଥମ ସ୍ଥାନ

  • ମ୍ୟାନେଜମେଣ୍ଟରେ IIM ବେଙ୍ଗଲୁରୁ ୨ୟ, IIM କୋଲକାତା ୩ୟ

ପ୍ରକାଶ ପାଇଲା ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧ । କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୨୦୨୧ ଶିକ୍ଷାବର୍ଷର NIRF Ranking ଜାରି କରିଛନ୍ତି । ବେଙ୍ଗଲୁରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ (IISc)କୁ ଶ୍ରେଷ୍ଠ ୟୁନିଭରସିଟିକୁ ମାନ୍ୟତା ମିଳିଛି । ସେହିପରି ନୂଆଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭରସିଟି (JNU ) ଏହି ତାଲିକାରେ ଦ୍ୱିତୀୟରେ ରହିଛି । ଅନ୍ୟପଟେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ତୃତୀୟ ଶ୍ରେଷ୍ଠ ୟୁନିଭରସିଟି ମାନ୍ୟତା ପ୍ରଦାନ କରାଯାଇଛି ।

ସେହିପରି ଦିଲ୍ଲୀ ବିଶ୍ୱବିଦ୍ୱାଳୟର ମିରାଣ୍ଡା ହାଉସ କଲେଜକୁ ଶ୍ରେଷ୍ଠ କଲେଜ ଭାବରେ ଚୟନ କରାଯାଇଛି । ଇଞ୍ଜିନିୟରର ଟପ୍‌ ୧୦ କଲେଜରୁ ୮ଟି ଆଇଆଇଟି ଓ ୨ ଟି ଏନ୍‌ଆଇଟି ସାମିଲ ଅଛନ୍ତି । ଏଥିମଧ୍ୟରୁ ଆଇଆଇଟି ମାଡ୍ରାସ୍ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ତାଲିକାରେ IIT ଦିଲ୍ଲୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ IIT ବମ୍ବେ ତୃତୀୟ ସ୍ଥାନରେ ରହିଛି । ସେପଟେ ଦିଲ୍ଲୀ ଏମ୍‌ସକୁ ବେଷ୍ଟ ମେଡିକାଲ କଲେଜ ରୂପେ ମନୋନୀତ କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଙ୍କିଂ ଜାରି କରିବାର କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଇଛି । ମ୍ୟାନେଜମେଣ୍ଟରେ IIM ଅହମ୍ମଦାବାଦକୁ ପ୍ରଥମ ସ୍ଥାନ ମିଳିଛି । ସେହିପରି ମ୍ୟାନେଜମେଣ୍ଟରେ IIM ବେଙ୍ଗଲୁରୁ ଦ୍ୱିତୀୟ ସ୍ଥାନରେ ଥିବା ବେଳେ IIM କୋଲକାତା ତୃତୀୟ ସ୍ଥାନ ଅଧିକାର କରିଛି ।

ସୂଚନାଯୋଗ୍ୟ ୨୯ ସେପ୍ଟେମ୍ବର ୨୦୧୫ରେ ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ NIRF ରାଙ୍କିଙ୍ଗ ଆରମ୍ଭ କରିଥିଲେ । ୪ ଏପ୍ରିଲ ୨୦୧୬ରେ ରିସର୍ଚ୍ଚ ପରେ ଶ୍ରେଷ୍ଠ କଲେଜ ଗୁଡ଼ିକର ପ୍ରଥମ ତାଲିକା ପ୍ରକାଶ କଲା । ସେବେଠାରୁ ପ୍ରତିବର୍ଷ HRD ମନ୍ତ୍ରଣାଳୟ ଏହି ରାଙ୍କିଂ ଜାରି କରେ । ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଭିନ୍ନ ପାରାମିଟରରେ ତଥା ଉତ୍କର୍ଷତା ଆଧାରରେ ଜାତୀୟ ମାନ୍ୟତା ଦିଆଯାଏ । ଶିକ୍ଷାଦାନ, ଶିକ୍ଷା ଏବଂ ସମ୍ବଳ, ଅନୁସନ୍ଧାନ ଏବଂ ବୃତ୍ତିଗତ ଅଭ୍ୟାସ, ସ୍ନାତକୋତ୍ତର ଫଳାଫଳ ଆଧାରରେ ଅନୁଷ୍ଠାନଗୁଡ଼ିକୁ ମାର୍କ ମାନ୍ୟତା ପ୍ରଦାନ କରାଯାଏ ।