Advertisment

ସକାଳେ ପତ୍ନୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ, ଅପରାହ୍ଣରେ ଆସିଲା ମୃତ୍ୟୁ ଖବର...

ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ସାରା ଦେଶକୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଲାନ୍ସ ନାଏକ ସାଇ ତେଜା ଅଛନ୍ତି।

author-image
Rajalaxmi Sahoo
Lance Naik Sai Teja

Lance Naik Sai Teja

ହାଇଦ୍ରାବାଦ: ବୁଧବାର ସକାଳ ପ୍ରାୟ ୮ଟାରେ ପତ୍ନୀ ଶ୍ୟାମଲାଙ୍କ ପାଖକୁ ଲାନ୍ସ ନାଏକ ସାଇ ତେଜା ଫୋନ୍‌ କଲ୍‌ କରିଥିଲେ। ହେଲେ ଶ୍ୟାମଲା ଜାଣିନଥିଲେ, ସ୍ୱାମୀଙ୍କ ସହ ତାଙ୍କର ଏହି କଥାବାର୍ତ୍ତା ଶେଷଥର ଥିଲା। ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ସାରା ଦେଶକୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି। ଦୁର୍ଘଟଣାଗ୍ରସ୍ତ ବାୟୁସେନାର Mi-17V5 ହେଲିକପ୍ଟରରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଓ ସେନାର ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୧୪ ଜଣ ଥିଲେ। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଲାନ୍ସ ନାଏକ ସାଇ ତେଜା ଅଛନ୍ତି।

Advertisment

ସିଡିଏସ୍‌ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଥିଲେ ଲାନ୍ସ ନାଏକ ସାଇ ତେଜା। ତାମିଲନାଡୁକୁ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିବା ନେଇ ଲାନ୍ସ ନାଏକ ଶେଷ ଫୋନ୍‌ କଲ୍‌ରେ ପତ୍ନୀଙ୍କୁ କହିଥିଲେ। ଏହାର କିଛି ଘଣ୍ଟା ପରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଲାନ୍ସ ନାଏକ ସାଇଙ୍କ ମୃତ୍ୟୁ ଖବର ନେଇ ବୁଧବାର ଅପରାହ୍ଣରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା।  

୨୭ ବର୍ଷୀୟ ଲାନ୍ସ ନାଏକଙ୍କ ଘର ଆନ୍ଧ୍ର ପ୍ରଦେଶ ଚିତ୍ତୋର ଜିଲ୍ଲା କାଣ୍ଟେଭାରିପଲ୍ଲୀ ଗାଁରେ। ତାଙ୍କର ୫ ବର୍ଷର ପୁଅ ଓ ୩ ବର୍ଷର ଝିଅ ଅଛି। ସେମାନେ ଏତେ ଛୋଟ ଯେ, ଘଟଣାକୁ ହୃଦୟଙ୍ଗମ କରିବା ପାଇଁ ସେମାନଙ୍କ ପାଖରେ ସେତିକି ଶକ୍ତି ନାହିଁ। 

Advertisment

୩ ମାସ ପୂର୍ବେ ଗଣେଶ ପୂଜାରେ ଲାନ୍ସ ନାଏକ ସାଇ ତେଜା ଘରକୁ ଆସିଥିଲେ। ସେନାରେ ଯୋଗ ଦେବା ଲାଗି ଲାନ୍ସ ନାଏକ ସାଇଙ୍କ ମା’ ଭୁବନେଶ୍ୱରୀ ସବୁବେଳେ ୨ ପୁଅଙ୍କୁ ଉତ୍ସାହିତ କରି ଆସୁଥିଲେ। ଲାନ୍ସ ନାଏକ ସାଇଙ୍କ ସାନ ଭାଇ ମହେଶ ସିକିମ୍‌ରେ ସେନାରେ କାର୍ଯ୍ୟ କରୁଛନ୍ତି। 

୨୦୧୩ରେ ଲାନ୍ସ ନାଏକ ସାଇ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେନାରେ ଯୋଗ ଦେବାର ବର୍ଷକ ପରେ ସେ ପୁଣିଥରେ ବିଭାଗୀୟ ପରୀକ୍ଷା ଦେଇଥିଲେ। ଏହାପରେ ସେ 11 Para (Special Forces)ରେ ଲାନ୍ସ ନାଏକ ଭାବେ ନିଯୁକ୍ତି ପାଇଥିଲେ। ସେ ବେଙ୍ଗାଲୁରୁ ସେନା ତାଲିମ ଶିବିରରେ କାର୍ଯ୍ୟରତ ଥିଲେ। ପରେ ଜେନେରାଲ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ୱିଙ୍ଗରେ ନିଯୁକ୍ତ ହୋଇଥିଲେ। ୨୦୧୬ରେ ସେ ବିବାହ କରିଥିଲେ। 

ଲାନ୍ସ ନାଏକ ସାଇ ତେଜାଙ୍କ ମୃତ୍ୟୁ ଖବର ପରେ ପରିବାରଠୁ ଆରମ୍ଭ କରି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 

CDS Chopper Crash Army Helicopter Crash CDS Bipin Rawat Lance Naik Sai Teja IAF Chopper Crash
Advertisment
Advertisment