• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଏବର୍ଷ ଭାରତକୁ ମିଳିବ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ S-40

ନୂଆଦିଲ୍ଲୀ : ଚୀନ ସୀମା ସ୍ଥିତି ନେଇ ବାୟୁସେନା ମୁଖ୍ୟଙ୍କ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏଲ୍ଏସି ଆରପଟେ ଚୀନ ବାୟୁସେନା ଏବେ ବି ରହିଛି ଜଗି ରହିଛି । ଏଲ୍ଏସିର ସମସ୍ତ ୩ଟି ଏୟାରବେସରେ ଚୀନ୍ ସେନା ମୁତୟନ ଥିବା ସେ କହିଛନ୍ତି । ତେବେ କୌଣସି ପରିସ୍ଥିତି ପାଇଁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ତୟାର ଥିବା ସେ କହିଛନ୍ତି ।

ଅକ୍ଟୋବର ୮ରେ ହେବାକୁ ଥିବା ବାୟୁସେନାର ୮୯ତମ ବର୍ଷପୂର୍ତ୍ତି ପୂର୍ବରୁ ସାମ୍ବାଦିକ ସମ୍ମିଓଳନୀ ଅବସରରେ ସେ ଆହୁରି କହିଛନ୍ତି ଯେ ରାଫେଲ, ଆପାଚି ସାମିଲ ହେବା ଫଳରେ ଭାରତୀୟ ବାୟୁସେନାର ଦକ୍ଷତା ଓ କ୍ଷମତା ବଢ଼ିଛି । ଶତ୍ରୁପକ୍ଷକୁ ମୁକାବିଲା କରିବା କ୍ଷେତ୍ରରେ ଭାରତ ବେଶ୍ ଦକ୍ଷ ହୋଇପାରିଛି । ତା ସହିତ ସାଇବର ଆଟାକ ଭଳି ଘଟଣାକୁ ପ୍ରତିହତ କରିବା ଲାଗି ଭାରତୀୟ ବାୟୁସେନା ଏହାର ନେଟଓ୍ୱର୍କ ସିଷ୍ଟମକୁ ବିକଶିତ କରିଛି । ସେହିପରି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଏଥିରୁ ସୁରକ୍ଷା ଦେବା ଲାଗି ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ କହିଛନ୍ତି । ଲଦାଖରେ ଭାରତୀୟ ବାୟୁସେନାର ଉପସ୍ଥିତି ଓ ଦକ୍ଷତା ବୃଦ୍ଧି ଉଚ୍ଚ ପର୍ବତମାଳାରେ ଚୀନର ଦବଦବାକୁ ହ୍ରାସ କରିବ ବୋଲି ସେ କହିଛନ୍ତି ।

ତେବେ ଦୀର୍ଘ ସମୟ ହେଲା ଡ୍ରୋନ୍ ନିରୋଧୀ ଜ୍ଞାନକୌଶଳ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଭାରତ କାମ କରି ଆସୁଛି, ଯାହାକି ଆଗାମୀ ଦିନରେ ସୁରକ୍ଷାବାହିନୀକୁ ବଳ ଦେବ ବୋଲି ସେ କହିଛନ୍ତି । ବାୟୁସେନା ମୁଖ୍ୟ ଆହୁରି କହିଛନ୍ତି, ପାକିସ୍ତାନ ଓ ଚୀନ୍ ମଧ୍ୟରେ ବନ୍ଧୁତା ବଢ଼ିବା ଭାରତ ପାଇଁ ଚିନ୍ତାର କାରଣ ନୁହଁ । ହେଲେ ପାଶ୍ଚାତ୍ୟ ଦେଶର ଜ୍ଞାନକୌଶଳ ପାକିସ୍ତାନ ମାଧ୍ୟମରେ ଚୀନ୍ ହାତରେ ଲାଗିବ ବୋଲି ସେ ଆଶଙ୍କା କରିଛନ୍ତି ।

ସେପଟେ କୋଏମ୍ବାଟୁରରେ ମହିଳା ବାୟୁସେନା ଅଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ବଡ଼ ବୟାନ୍ ଦେଇଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀ । ସେ କହିଛନ୍ତି ପୀଡ଼ିତାଙ୍କ ”ଟୁ ଫିଙ୍ଗର ଟେଷ୍ଟ ’ କରାଯାଇନି । ଏଭଳି ଘଟଣା ପାଇଁ ବାୟୁସେନାରେ କଠୋର ନିୟମ ରହିଛି । ଏ ନେଇ ଗଣମାଧ୍ୟମରେ ଭୁଲ୍ ଖବର ପ୍ରଚାରପ୍ରସାର ହୋଇଛି । ସେପଟେ ପୀଡିତାଙ୍କ ଅଭିଯୋଗକୁ ଗୁରତ୍ୱ ସହ ନେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ତଦନ୍ତ ରିପୋର୍ଟ ଆଧାରରେ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି କହିଛନ୍ତି ।