Advertisment

କାବୁଲ୍‌ରୁ ୧୨୦ ଭାରତୀୟ ନାଗରିକଙ୍କୁ ଧରି ଉଡ଼ାଣ ଭରିଲା ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ

ଆଫଗାନିସ୍ତାନରେ ତାଲିବାନୀ ରାଜ୍‌। ଭୟରେ ଦେଶ ଛାଡ଼ି ପଳାଇ ଯାଉଛନ୍ତି ଲକ୍ଷ ଲକ୍ଷ ଲୋକ। ଆଉ ଏହାରି ସମୟରେ କାବୁଲରୁ ଭାରତୀୟ ଦୂତବାସ କର୍ମଚାରୀଙ୍କୁ ନେଇ ଭାରତ ଅଭିମୁଖେ ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ଉଡ଼ାଣ ଭରିଥିବା ଜାତୀୟ ଗଣମାଧ୍ୟମ ପିଟିଆଇ ପକ୍ଷରୁ ସୂଚନା ମିଳିଛି

author-image
Sarbeswar
ଅଦ୍ୟତନ ହୋଇଛି
କାବୁଲ୍‌ରୁ ୧୨୦ ଭାରତୀୟ ନାଗରିକଙ୍କୁ ଧରି ଉଡ଼ାଣ ଭରିଲା ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ

IAF C-17 aircraft

କାବୁଲ୍‌: ଆଫଗାନିସ୍ତାନରେ ତାଲିବାନୀ ରାଜ୍‌। ଭୟରେ ଦେଶ ଛାଡ଼ି ପଳାଇ ଯାଉଛନ୍ତି ଲକ୍ଷ ଲକ୍ଷ ଲୋକ। ଆଉ ଏହାରି ସମୟରେ କାବୁଲରୁ ଭାରତୀୟ ଦୂତବାସ କର୍ମଚାରୀଙ୍କୁ ନେଇ ଭାରତ ଅଭିମୁଖେ ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ଉଡ଼ାଣ ଭରିଥିବା ଜାତୀୟ ଗଣମାଧ୍ୟମ ପିଟିଆଇ ପକ୍ଷରୁ ସୂଚନା ମିଳିଛି। ଏହି ବିମାନରେ ପାଖାପାଖି ୧୨୦ ରୁ ଅଧିକ ଯାତ୍ରୀ ଥିବା ନେଇ ସୂଚନା ମିଳିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଆଫଗାନ୍‌ରେ ଥିବା ଭାରତୀୟମାନଙ୍କୁ ଗତକାଲି ରାତିରେ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା। ଆଉ ଆଜି ସକାଳୁ ସମସ୍ତଙ୍କୁ ଭାରତ ଫେରାଇ ଅଣାଯାଉଛି। କାବୁଲ୍‌ରେ ପାଖାପାଖି ୬୦୦ ଜଣ ଭାରତୀୟ ଫସିରହିଛନ୍ତି, ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତର ITBP ଯୱାନ୍‌ ଆଫଗାନିସ୍ତାନରେ ପହଞ୍ଚିଛି। ମୋଟ୍‌ ଉପରେ ଆଫ୍‌ଗାନିସ୍ତାନର ସଙ୍କଟ ବଢିବାରେ ଲାଗିଛି। ସ୍ଥିତି ଅଣାୟତ ହୋଇ ପଡ଼ିଛି। ସେଠାରେ ଥିବା ବିଭିନ୍ନ ଦେଶର ଲୋକମାନଙ୍କୁ ନିଜ ଦେଶର ପ୍ରଶାସନ ସ୍ୱତନ୍ତ୍ର ବିମାନ ଯୋଗେ ନେଇଯାଉଥିବା ଦେଖାଯାଉଛି।

Advertisment

ସେପଟେ ଆଫଗାନିସ୍ତାନ ସଙ୍କଟ ନେଇ ଆମେରିକା ବିଦେଶ ମନ୍ତ୍ରୀଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଭିସା ନିୟମରେ ପରିବର୍ତ୍ତନ କରାଯାଇଛି ।

Advertisment

ତେବେ ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସେଠାରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ଏଭଳି ସମୟରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି ଭାରତ । ଭାରତୀୟଙ୍କ ସୁରକ୍ଷା ସହ ସେମାନଙ୍କ ସୁରକ୍ଷିତ ଉଦ୍ଧାର ଲାଗି ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି, ଆଫଗାନିସ୍ତାନରେ ରହୁଥିବା ଶିଖ୍ ଓ ହିନ୍ଦୁ ସମୁଦାୟ ପ୍ରତିନିଧିଙ୍କ ସହ ମନ୍ତ୍ରଣାଳୟ ଲଗାତାର୍‌ ଯୋଗାଯୋଗରେ ରହିଛି । ଯେଉଁମାନେ ଆଫଗାନୀସ୍ତାନ ଛାଡ଼ିବାକୁ ଚାହୁଁଛନ୍ତି, ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ। ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ନୂଆଦିଲ୍ଲୀ ପକ୍ଷରୁ ବିଭିନ୍ନ ସମୟରେ ନୂଆ ନୂଆ ପରାମର୍ଶ ଜାରି କରାଯାଉଛି । କାବୁଲ୍ ଏୟାରପୋର୍ଟରେ ବିମାନ ସେବା ହଠାତ୍ ବନ୍ଦ ହେବା ପରେ ଭାରତୀୟଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନରେ ସମସ୍ୟା ସୃଷ୍ଟି ହୋଇଥିଲା । ଯେତେ ଶୀଘ୍ର ବିମାନସେବା ଆରମ୍ଭ ହେବ, ତୁରନ୍ତ ଭାରତୀୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯିବ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହାଛଡ଼ା ଆଫଗାନିସ୍ତାନରେ ଥିବା ଭାରତୀୟଙ୍କୁ ସହାୟତା ଯୋଗାଇଦେବାକୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଫୋନ୍ ନମ୍ବର ଓ ଇମେଲ୍ ଆଇଡି ଜାରି କରାଯାଇଛି ।

Taliban Attack Afghanistan Taliban Afghanistan India
Advertisment
Advertisment