• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନା କରୋନା ଚିନ୍ତା, ନା ନିୟମକୁ ଭୟ

  • କରୋନା ଭୟ ଭିତରେ ବେପରୁଆ ହେଉଛନ୍ତି ଲୋକେ

  • ଉତ୍ତରାଖଣ୍ଡ ମସୁରୀର ଭିଡିଓ ଭାଇରାଲ୍

ମସୁରୀ : କରୋନାକୁ ଖାତିର ନାହିଁ, ଜଳପ୍ରପାତରେ ଗାଧୋଇ ମଜା ନେଉଛନ୍ତି ହଜାର ହଜାର ପର୍ଯ୍ୟଟକ । କରୋନାର ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ଭାବେ ଯାଇନଥିବା ବେଳେ ତୃତୀୟ ଲହରୀ ପାଇଁ ଚେତାବନୀ ଦେଲେଣି ବିଶେଷଜ୍ଞ । ତଥାପି ଲୋକଙ୍କୁ ମହମାରୀର ଭୟ ନାହିଁ । ଦ୍ୱିତୀୟ ଲହରୀ ସାମାନ୍ୟ ଥମିଥିବା ବେଳେ ବେପରୁଆ ହୋଇଯାଇଛନ୍ତି ଜନସାଧାରଣ । ଅନେକ ରାଜ୍ୟରେ କରୋନା କଟକଣା ହଟାଇବା ଯୋଗୁଁ ଲୋକଙ୍କ ଭିଡି ଜମୁଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଲୋକ ପାହାଡ଼ିଆ ଅଞ୍ଚଳକୁ ବୁଲିବା ପାଇଁ ଯାଉଛନ୍ତି । ଉତ୍ତରାଖଣ୍ଡର ମସୁରୀ-ନୈନିତାଲ ଭଳି ପର୍ଯ୍ୟଟନସ୍ଥଳୀରେ ଏବେ ଲୋକଙ୍କ ଭିଡି ଜମୁଛି ।

ଉତ୍ତରାଖଣ୍ଡ ମସୁରୀର ଏପରି ଏକ ଭିଡିଓ ଏବେ ଭାଇରାଲ ହଉଛି । ମସୁରୀରେ ଏକ ଜଳପ୍ରପାତରେ ହଜାର ହଜାର ଲୋକ ଏକାଠି ହୋଇ ଗାଧୋଉଥିବାର ଦେଖିବାକୁ ମିଳୁଛି । ନା ସାମଜିକ ଦୂରତ୍ୱ ନିୟମ ପାଳନ ହେଉଛି, ନା କେହି ମାସ୍କ ପିନ୍ଧିଛନ୍ତି । ସମସ୍ତେ ଗାଧୋଇବାରେ ବ୍ୟସ୍ତ । ଭିଡିଓ ଦେଖିଲେ ଜଣାପଡ଼ୁଛି, ଏହାର କରୋନା ସମୟର ଭିଡିଓ ନୁହଁ । କିମ୍ବା ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇଛି କରୋନା . .

 

ଟ୍ୱିଟରରେ ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଭାଇରାଲ୍ ହେବା ପରେ ଲୋକେ ଏହି ଭିଡିଓକୁ ନିନ୍ଦା କରୁଛନ୍ତି । ଗୋଟିଏ ପଟେ କରୋନା ଭୟ କମିନଥିବା ବେଳେ ଦେଶରେ ଲଗାତାର ୪୦ ହଜାରୁ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପିରି ସ୍ଥିତିରେ ଲୋକଙ୍କ ଏପରି ବେପରୁଆ ମନୋଭାବ ତୃତୀୟ ଲହରୀକୁ ଖୋଲାଖୋଲି ଆମନ୍ତ୍ରଣ କରିବା ପରି ଲାଗୁଛି ।

ମସୁରୀରର କୁଲଡି ବଜାର, ମଲ ରୋଡରେ ମଧ୍ୟ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାର ଦେଖିବାକୁ ମିଳୁଛି । ଉତ୍ତରାଖଣ୍ଡ, ନୈନିତାଲ, ଋଷିକେଶ, ହରିଦ୍ୱାରରେ ଅଧିକ ଭିଡି ଜମୁଛି । ଅନ୍ୟପଟେ ହିମାଚଳ ପ୍ରଦେଶରେ ଶିମଲା, ମନାଲି ଓ କସୋଲି ଯାଉଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲଗିଛି ।

ବିଗତ କିଛି ଦିନ ପୂର୍ବରୁ ଜନସାଧାରଣଙ୍କ ଖାମଖିଆଲି ମନୋଭାବ ପାଇଁ କେନ୍ଦ୍ର ସରକାର ପ୍ରଶ୍ନ କରିବା ସହ ଚେତବାବନୀ ଦେଇଥିଲେ । ଏପରି ସ୍ଥିତି ଜାରି ରହିଲେ ପୁଣି ଥରେ ଲକଡାଉନ ପରି କଟକଣା ଲଗାଯିବ ବୋଲି ମଧ୍ୟ କହିଛନ୍ତି ।