Advertisment

ଏଣିକି ଗାଡ଼ି ପମ୍ପଚର ମାରିବାକୁ ହେଲେ ଦେବାକୁ ପଡ଼ିବ ୧୫୦ ଟଙ୍କା !

ବର୍ତ୍ତମାନ ସମୟରେ ଗାଡ଼ିର ପ୍ରତ୍ୟେକ ପାର୍ଟ୍ସର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ତେଣୁ ପମ୍ପଚରର ଦାମ ମଧ୍ୟ ବଢାଯିବା ପାଇଁ ସ୍ଥିର ହୋଇଛି

author-image
Sarbeswar
CAR PUMPCHER

CAR PUMPCHER

ନୂଆଦିଲ୍ଲୀ :ପୁଣି ଖାଉଟିଙ୍କ ଉପରେ ପଡ଼ିବାକୁ ଯାଉଛି ମହଙ୍ଗା ମାଡ଼। ଏଣିକି ଆପଣଙ୍କ ଗାଡ଼ି ପମ୍ପଚର ହେଲେ ଖର୍ଚ୍ଚ କରିବାକୁ ପଡ଼ିବ ୧୫୦ ଟଙ୍କା। ଆଜ୍ଞା ହଁ, ଏହି କଥା ପୂରା ସତ। ପୂର୍ବରୁ ଆପଣ ୫୦ କିମ୍ବା ବେଶିରୁ ବେଶି ୮୦ ଟଙ୍କା ମଧ୍ୟରେ ଗାଡ଼ିର ପମ୍ପଚର ମାରିଥିବେ ନିଶ୍ଚିତ। କିନ୍ତୁ ଏବେ ଆଉ ତାହା ଚଳିବ ନାହିଁ। କାରଣ ଗାଡ଼ି ପମ୍ପଚର ମାରିବାକୁ ହେଲେ ଆପଣଙ୍କୁ ଦେବାକୁ ପଡ଼ିବ ୧୫୦ ଟଙ୍କା। ସବୁ ଜିନିଷର ଦାମ୍‌ ବଢୁଥିବା କାରଣରୁ ପମ୍ପଚର ଦାମ୍‌ ବଢିବା ନେଇ କୁହାଯାଇଛି।

Advertisment

ତେବେ ଏହା ଖୁବଶୀଘ୍ର ଲାଗୁ ହେବ ବୋଲି ଜାତୀୟ ସ୍ତରର ବ୍ୟବସାୟୀ ମହାସଂଘ ସୂଚନା ଦେଇଛି। ଗୋଟିଏ ପରେ ଦୀପାବଳିରେ ପେଟ୍ରୋଲ ଓ ଡିଜେଲ୍‌ର ଦାମ କେନ୍ଦ୍ର ସରକାର କମାଇଛନ୍ତି। ଆଉ ଓଡ଼ିଶା ସରକାର ମଧ୍ୟ ତେଲ ଉପରୁ ଭାଟ୍‌ ହ୍ରାସ କରିଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ସାମଗ୍ରୀର ଦରଦାମ ବୃଦ୍ଧି ହେଉଥିବା କାରଣରୁ ଆଗାମୀ ଦିନରେ ପମ୍ପଚର ମାରିବା ପାଇଁ ଅଧିକ ଟଙ୍କା ଖାଉଟିଙ୍କୁ ଦେବାକୁ ପଡ଼ିବ ବୋଲି କୁହାଯାଇଛି। ଯାହାକୁ ନେଇ ଏବେ ଚିନ୍ତାରେ ଗାଡ଼ି ଚାଳକ।

Advertisment

ବର୍ତ୍ତମାନ ସମୟରେ ଗାଡ଼ିର ପ୍ରତ୍ୟେକ ପାର୍ଟ୍ସର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ତେଣୁ ପମ୍ପଚରର ଦାମ ମଧ୍ୟ ବଢାଯିବା ପାଇଁ ସ୍ଥିର ହୋଇଛି। ତେବେ ମହାସଂଘ ପକ୍ଷରୁ କୁହାଯାଇଛି, ୬ ରୁ ୮ ମାସ ତଳେ ତେଲର ଦାମ ଯେତିକି ଥିଲା ବର୍ତ୍ତମାନ ତାହାଠୁ ଢେର ଅଧିକ ରହିଛି। ବଢିଥିଲା ୪୦ ଟଙ୍କା ଆଉ କମିଲା ମାତ୍ର ୧୦ ଟଙ୍କା। ତେଣୁ ସବୁ ଜିନିଷର ଦରଦାମ ବଢୁଛି। ପୂର୍ବରୁ ଗାଡ଼ି ପମ୍ପଚର ପାଇଁ ଆମେ ଯେଉଁ ଅଠା ବ୍ୟବହାର କରୁଥିଲୁ ତାହା ୩୦୦ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୫୦୦ ଟଙ୍କା ହେଲାଣି। କେବଳ ଏତିକି ନୁହେଁ ବରଂ ଅଠା ମାତ୍ର ୮ ଦିନରେ ଶୁଖିବିଯାଉଛି। ସେପଟେ ଟ୍ୟବ୍‌ ଓ ଟାୟାର ଦାମ ମଧ୍ୟ କମ୍ପାନୀ ମାନେ ବଢାଉଛନ୍ତି। ତେଣୁ ସବୁ ଦିଗକୁ ନଜରରେ ରଖି ପମ୍ପଚରର ଦାମ ବଢିଥିବା କୁହାଯାଇଛି।

ଜାତୀୟ ସ୍ତରର ଜଣେ ଅଟୋମୋବାଇଲ୍ ଅପରେଟର ମୁଲାକ ରାଜ ଶର୍ମା କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ହାର ବୃଦ୍ଧି ହେତୁ ପରିବହନ ମହଙ୍ଗା ପଡିଛି। ଅତିରିକ୍ତ ଅଂଶଗୁଡିକର ହାର ୨୦ ରୁ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି | ଲ୍ୟୁବ୍ରିକାଣ୍ଟ ସାମଗ୍ରୀରେ ୩୦ ରୁ ୪୦ ପ୍ରତିଶତ ଟିକସ ବୃଦ୍ଧି ପାଇଛି। ତେଣୁ ଆମ ପାଖରେ କୌଣସି ଉପାୟ ନାହିଁ, ତେଣୁ ଗାଡ଼ିର ପ୍ରତ୍ୟେକ ସାମଗ୍ରୀର ଦର ବୃଦ୍ଧି ହେବାରେ ଲାଗିଛି। କେବଳ ଏତିକି ନୁହେଁ ବରଂ ଆଗାମୀ ଦିନରେ ଯଦି ତେଲ ଦର ଆହୁରି ନକମେ ତେବେ ପମ୍ପଚର କେବଳ ନୁହେଁ ବରଂ ସବୁ ଜିନିଷର ଦରଦାମ ଭୟଙ୍କର ଭାବରେ ବୃଦ୍ଧି ପାଇବ ବୋଲି କୁହାଯାଇଛି।

India Spare Part
Advertisment
Advertisment