Advertisment

ରାସନ କାର୍ଡରେ ଏମିତି ଯୋଡନ୍ତୁ ପରିବାର ସଦସ୍ୟଙ୍କ ନାଁ, ମିଳିବ ଅନେକ ଫାଇଦା

ରାସନ କାର୍ଡ ଅଛି। ହେଲେ ସମସ୍ତଙ୍କର ନାଁ ନାହିଁ। ଏମିତି ସମସ୍ୟାରେ ଆପଣ ପଡିଛନ୍ତି କି। ନିଜ ପରିବାରର ମେମ୍ବରଙ୍କ ନାଁ ରାସନ କାର୍ଡରେ ଯୋଡିବାକୁ ଚାହୁଁଛନ୍ତି କି। ଯଦି ହଁ ତେବେ ଚିନ୍ତା କରିବାର ଆବଶ୍ୟକ ନାହିଁ। ମାତ୍ର କେଇ ମିନିଟରେ ଆପଣ ଏହି ସମସ୍ୟାର ସମାଧାନ କରି ପାରିବେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପ୍ରକ୍ରିୟା।

author-image
Sarbeswar
Rason Card

Rason Card

ନୂଆଦିଲ୍ଲୀ: ରାସନ କାର୍ଡ ଅଛି। ହେଲେ ସମସ୍ତଙ୍କର ନାଁ ନାହିଁ। ଏମିତି ସମସ୍ୟାରେ ଆପଣ ପଡିଛନ୍ତି କି। ନିଜ ପରିବାରର ମେମ୍ବରଙ୍କ ନାଁ ରାସନ କାର୍ଡରେ ଯୋଡିବାକୁ ଚାହୁଁଛନ୍ତି କି। ଯଦି ହଁ ତେବେ ଚିନ୍ତା କରିବାର ଆବଶ୍ୟକ ନାହିଁ। ମାତ୍ର କେଇ ମିନିଟରେ ଆପଣ ଏହି ସମସ୍ୟାର ସମାଧାନ କରି ପାରିବେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପ୍ରକ୍ରିୟା।

Advertisment

ଜରୁରୀ ଡକ୍ୟୁମେଣ୍ଟ

ପରିବାରର କୌଣସି ପିଲାଙ୍କ ନାଁ ଯଦି ରାସନ କାର୍ଡରେ ଯୋଡିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଘରର ମୁଖିଆଙ୍କ ରାସନ କାର୍ଡ, ପିଲାର ଜନ୍ମ ପ୍ରମାଣ ପତ୍ର ଏବଂ ପିତା-ମାତାଙ୍କ ଆଧାର କାର୍ଡ ଆବଶ୍ୟକତା ପଡିଥାଏ। ଏହା ବାଦ ଯଦି ଘରକୁ ଆସିଥିବା ନୂଆ ବୋହୂର ନାଁ ଯୋଡିବାକୁ ଚାହୁଁଛନ୍ତି ତେବେ ତାଙ୍କର ଆଧାର କାର୍ଡ, ମ୍ୟାରେଜ୍ ସାର୍ଟିଫିକେଟ୍, ସ୍ୱାମୀଙ୍କ ରାସନ କାର୍ଡ ଏବଂ ବାପଘରେ ଯେଉଁ ରାସନ କାର୍ଡ ଥିଲା ସେଥିରୁ ନାଁ ହଟାଇବାର ପ୍ରମାଣ ପତ୍ର ଜରୁରୀ ହୋଇଥାଏ ।

ଅନଲାଇନ୍ ପ୍ରକ୍ରିୟା

Advertisment

ପ୍ରଥମେ ଆପଣ ଓଡ଼ିଶା ସରକାରଙ୍କ foododisha.in ଅଫିସିଆଲ ଓ୍ୱେବ ସାଇଟକୁ ଯାଆନ୍ତୁ। ସେଠାରେ ଆପଣଙ୍କୁ ଲଗଇନ କରି ଆଇଡି ବନାଇବାକୁ ହେବ । ଯଦି ପୂର୍ବରୁ ଆଇଡି ଅଛି, ତେବେ ସେଥିରେ ଲଗଇନ୍ କରନ୍ତୁ। ଏହା ପରେ ହୋମ ପେଜରେ ନୂଆ ସଦସ୍ୟଙ୍କ ନାଁ ଯୋଡିବାର ବିକଳ୍ପ ନଜର ଆସିବ। ଏଥିରେ କ୍ଲିକ୍ କଲେ ଆପଣଙ୍କ ସାମ୍ନାରେ ନୂଆ ଫର୍ମ ଆସିବ। ସେଠାରେ ନିଜ ପରିବାରର ନୂଆ ସଦସ୍ୟଙ୍କ ସମସ୍ତ ସୂଚନା ସଠିକ୍ ରୂପେ ଭରନ୍ତୁ । ଫର୍ମ ସହିତ ଜରୁରି ଡକ୍ୟୁମେଣ୍ଟର ସଫ୍ଟ କପି ଅପଲୋଡ କରି ଦିଅନ୍ତୁ। ଫର୍ମ ସବମିଟ୍ ପରେ ଆପଣଙ୍କୁ ମିଳିଯିବ ଏକ ରେଜିଷ୍ଟ୍ରେସନ ନମ୍ବର। ଯାହା ମାଧ୍ୟମରେ ଆପଣ ନିଜ ଫର୍ମକୁ ଟ୍ରାକ୍ କରିପାରିବେ। ଫର୍ମ ଓ ଡକ୍ୟୁମେଣ୍ଟକୁ ଅଧିକାରୀ ଚେକ୍ କରିବା ପରେ ଯଦି ସବୁ ତଥ୍ୟ ଠିକ ଥାଏ ତେବେ ଆପଣଙ୍କ ଫର୍ମକୁ ଆକ୍ସେପ୍ଟ କରି ନିଆଯିବ। ଆଉ ପୋଷ୍ଟ ଜରିଆରେ ଆପଣଙ୍କ ଘରେ ପହଞ୍ଚିଯିବ ରାସନ କାର୍ଡ।

ଅଫଲାଇନ୍ ପ୍ରକ୍ରିୟା

ଅନଲାଇନରେ ଘରେ ବସି ସବୁ କିଛି ହେଉଥିବା ବେଳେ ଅଫଲାଇନ ଆବେଦନ ପାଇଁ ଆପଣଙ୍କୁ ପାଖରେ ଥିବା ଖାଦ୍ୟ ସପ୍ଲାଇ କେନ୍ଦ୍ରକୁ ଯିବାକୁ ହେବ। କୁହାଯାଇଥିବା ସମସ୍ତ ଡକ୍ୟୁମେଣ୍ଟକୁ ସାଥିରେ ନେଇ ନୂଆ ସଦସ୍ୟଙ୍କ ନାଁ ଯୋଡିବା ଫର୍ମ ପୂରଣ କରନ୍ତୁ। ଏହା ପରେ ସମସ୍ତ କାଗଜପତ୍ରକୁ ଫର୍ମ ସହିତ ଯୋଡି ବିଭାଗରେ ଜମା କରି ଦିଅନ୍ତୁ । ଏଥି ପାଇଁ ଆପଣଙ୍କୁ ଏଠାରେ କିଛି ଆବେଦନ ଶୁଳ୍କ ମଧ୍ୟ ଜମା କରିବାକୁ ହେବ। ଫର୍ମ ଜମା ହେବା ପରେ ଅଧିକାରୀ ଆପଣଙ୍କୁ ଏକି ରସିଦ ଦେବେ। ଏହାକୁ ଆପଣ ସମ୍ଭାଳିକି ରଖିବେ। ଏହା ଜରିଆରେ ଆପଣ ଅନଲାଇନ୍ ଆବେଦନର ଷ୍ଟାଟସ୍ ଚେକ୍ କରିପାରିବେ । ଅଧିକାରୀ ଆପଣଙ୍କ ଫର୍ମର ଯାଞ୍ଚ କରି ଅତିକମରେ ୨ ସପ୍ତାହ ମଧ୍ୟରେ ଆପଣଙ୍କ ପାଖକୁ ରାସନ କାର୍ଡ ପଠାଇ ଦେବେ।।

ଗରୀବ ଯେମିତି ଭୋକିଲା ନ ରହିବ, ସେଥିପାଇଁ ସରକାର ଦେଉଛନ୍ତି ରାସନ କାର୍ଡ। ଏହି କାର୍ଡ ସାହାଯ୍ୟରେ ଗରିବ ପରିବାରମାନେ ମାଗଣାରେ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପାଇ ପାରୁଛନ୍ତି।

India Rason Card
Advertisment
Advertisment