• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଆନ୍ଧ୍ରରେ ବର୍ଷା ବିତ୍ପାତ

  • ଗଲାଣି ୨୪ ଜୀବନ

ବିଶାଖାପାଟଣା: ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ଆନ୍ଧ୍ରରେ ଅତି ପ୍ରବଳ ବର୍ଷା । ବର୍ଷା ବିତ୍ପାତରେ ଏଯାଏଁ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ନିଖୋଜ ଅଛନ୍ତି । ଲଗାଣ ବର୍ଷା ଜାରି ରହିବା କାରଣରୁ ୧୩ଟି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ରାସ୍ତାଘାଟ, ଘରଦ୍ୱାର, ବ୍ରିଜ୍, ସବୁ ପାଣିରେ ବୁଡି ରହିଛି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଶହ ଶହ ଗାଁ ଅଧିକାଂଶ ନଦୀ ବିପଦ ସଙ୍କେତ ଉପରେ ବହୁଛି, ଫଳରେ ଡ୍ୟାମ୍ ଖୋଲାଯାଇଛି ।

୩ ଦିନର ଲଗାଣ ବର୍ଷା ପରେ ଚିତ୍ତୁର, କଡପା, କୁର୍ଣ୍ଣୁଲ ଓ ଅନନ୍ତପୁରରେ ସ୍ଥିତି ସଙ୍ଗୀନ ବର୍ଷା ବିତ୍ପାତ ଭିତରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନ୍‌ଡିଆରଏଫ୍‌ ର ୭ଟି ଟିମ୍ । ରେସ୍‌କ୍ୟୁ ଅପରେସନ୍‌ରେ ବାୟୁସେନାର MI-17 ହେଲିକର ବି ସାମିଲ ହୋଇଛି ।

ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡି ଗତକାଲି ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବାସହ ପାଣି ଘେରରେ ଥିବା ଲୋକଙ୍କୁ ତୁରନ୍ତ ରିଲିଫ୍ ଯୋଗାଇବାକୁ ଦେଇଛନ୍ତି । ତିରୁପତି ମନ୍ଦିର ଭିତରେ ପାଣି ପଶିଥିବା ବେଳେ ସେଠାରେ ଫସିରହିଥିବା ପଯର୍ୟଟକଙ୍କ ପାଇଁ ମାଗଣା ରହିବା ଏବଂ ଖାଦ୍ୟ ବ୍ୟବସ୍ଥା କରିବାକୁ ମନ୍ଦିର ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ କର୍ଣ୍ଣାଟକରେ ବି ବେହାଲ ସ୍ଥିତି ଜିଲ୍ଲାର ଟୁମକୁର୍ ନଦୀ ପୋଲ ଉପରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଉଛୁଳା ପାଣିରେ ବାଇକ୍ ସହ ଯାତ୍ରୀ ଭାସିଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି ଏହାରି ଭିତରେ ରାଜ୍ୟର ୧୮ଟି ଜିଲ୍ଲାକୁ ୨୩ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।