Delhi Rain
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମଧ୍ୟ ବନ୍ୟା ପରିସ୍ଥିତି । ବର୍ଷା ପରେ ରାଜରାସ୍ତାରେ ଛୁଟିଥିଲା ପାଣିର ସୁଅ। ସ୍ଥିତି ଏପରି ହୋଇଥିଲା ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି । ବର୍ଷା ଓ ଜଳବନ୍ଦୀ ସମସ୍ୟାକୁ ନେଇ ନାକେଦମ୍ ହୋଇଛନ୍ତି ଦିଲ୍ଲୀ ବାସିନ୍ଦା । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିବା ସହ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଖାଲି ଦିଲ୍ଲୀ କାହିଁକି, ଲଗାଣ ବର୍ଷାରେ ହରିୟାଣାର ଗୁରଗ୍ରାମ ଅଞ୍ଚଳ ମଧ୍ୟ ବେହାଲ ହୋଇଛି।
ଉବୁଟୁବୁ ରାଜଧାନୀ ଦିଲ୍ଲୀ । ପ୍ରବଳ ବର୍ଷାରେ ବେହାଲ କ୍ୟାପିଟାଲ ସିଟି । ବର୍ଷାଜଳ କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ଚାଲୁଛି, ତ ଆଉ କେଉଁଠି ଚଳନ୍ତା ବସରେ ପାଣଇ ପଶିଛି। ବର୍ଷା ଓ ଜଳବନ୍ଦୀ ସମସ୍ୟା ଯୋଗୁଁ ରାସ୍ତାରେ ଗାଡ଼ି ଚାଲିବା ମୁସ୍କିଲ୍ ହୋଇଛି। ସ୍ଥିତି ଏମିତି, ଘଣ୍ଟା ଘଣ୍ଟା ଧରି ସୃଷ୍ଟି ହୋଇଛି ଟ୍ରାଫିକ୍ ସମସ୍ୟା। ଏମିତି ଦୃଶ୍ୟ ଦିଲ୍ଲୀ ଓଖ୍ଲା ଅଞ୍ଚଳରେ ଦେଖିବାକୁ ମିଳିଛି। ଆଇଟିଓ ଅଞ୍ଚଳରେ ସ୍ଥିତି ଆହୁରି ଅସମ୍ଭାଳ ହୋଇ ପଡ଼ିଥିଲା। ଜଳବନ୍ଦୀ ସମସ୍ୟା ଯୋଗୁଁ ଯାତାୟାତ ପୁରା ଠପ୍ ହୋଇଥିଲା । ରାସ୍ତା ଉପରେ ପଛକୁ ପଛ ଲାଗିଛି ଶହ ଶହ କାର୍। ଦିଲ୍ଲୀ ଏୟାରପୋର୍ଟ ରୋଡରେ ଚଳନ୍ତା ବସ୍ ଭିତରେ ବି ପାଣି ପଶିଯାଇଛି । ପ୍ରଗତି ମୈଦାନ ଅଞ୍ଚଳରେ ରାସ୍ତା ଉପରେ ଏତେ ପାଣି ଜମି ରହିଛି ଯେ, କିଛି ଗାଡ଼ି ଷ୍ଟାର୍ଟ ବନ୍ଦ ହୋଇଯିବାରୁ ବାଧ୍ୟ ହୋଇ ଗାଡ଼ିକୁ ଠେଲିଠେଲି ନେଉଥିଲେ ଚାଳକ । ଦିଲ୍ଲୀ ଅଳକାନନ୍ଦା ଅଞ୍ଚଳରେ ମଧ୍ୟ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ପାଣି । ସବୁଠି ଜଳବନ୍ଦୀ ସ୍ଥିତି ।
Also Read
ପ୍ରବଳ ବର୍ଷା ଯୋଗୁଁ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି ।ତେବେ ଦିଲ୍ଲୀରେ ଗତକାଲି ପ୍ରବଳ ବର୍ଷାରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ସେପଟେ, ମହାରାଷ୍ଟ୍ରରେ ଜଳ ପ୍ରଳୟ । ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି। ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ଥିତି ଏବେ ବି ଗମ୍ଭୀର ରହିଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଦେଢ଼ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି ଶତାଧିକ ନିଖୋଜ ଅଛନ୍ତି । ଉଦ୍ଧାର ଓ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)