Advertisment

କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍‌

କମିଲା ସୁନା ଦର । ଭାରତୀୟ ବଜାରରେ ସୁନାର ଦାମ୍ ହ୍ରାସ ପାଇଛି । ଆଜି ସୁନାର ଦାମ୍ ୨୪ ଓ ୨୨ କ୍ୟାରେଟ୍‌ ମୂଲ୍ୟ କମିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪, ୦୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୮, ୧୦୦ ଟଙ୍କା ରହିଛି

author-image
Pallipuspa Samal
Gold rate today

Gold rate today

ଭାରତୀୟ ବଜାରରେ ଆଜି ହ୍ରାସ ପାଇଛି ସୁନା ଦାମ୍‌ । ସୁନା ୨୪ ଓ ୨୨ କ୍ୟାରେଟ୍‌ ମୂଲ୍ୟ କମିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪, ୦୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୮, ୧୦୦ ଟଙ୍କା ରହିଥିବା ଜଣାଯାଇଛି। ସେହିପରି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫, ୦୪୦ ଟଙ୍କା ଓ ୪୯, ୨୩୦ ଟଙ୍କା ହୋଇଛି।

Advertisment

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ପୃଥକ ପୃଥକ ଭାବେ ଦର ଦାମ୍ ରହିଛି । ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭, ୧୦୦ ଟଙ୍କା ଓ ୫୧,୩୮୦ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭, ୨୯୦ ଟଙ୍କା ଓ ୪୮, ୨୯୦ ଟଙ୍କା ଥିବା ରେକର୍ଡ ହୋଇଛି ।

ଏହା ଛଡ଼ା କୋଲକାତାରେ ୨୨ କ୍ୟାରେଟ ମୂଲ୍ୟ ୪୭, ୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୯୦୦ ଟଙ୍କା ରହିଛି। ସେହିପରି ଦକ୍ଷିଣ ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫, ୫୧୨ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୬୫୦ ଟଙ୍କା ଥିବା ରେକର୍ଡ ହୋଇଛି । ସପଟେ ଆଜି ରୁପା ମୂଲ୍ୟ ହ୍ରାସ ପାଇଛି। ଭାରତୀୟ ବଜାରରେ ରୁପା ଦାମ୍‌ କମି କିଲୋ ପ୍ରତି ୬୨ ,୭୦୦ ଟଙ୍କା ରହିଛି ।

Advertisment
Gold Rate todayGold Rate today

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Rate Today
Advertisment
Advertisment