/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635168024.jpg)
Gold Rate Today
ନୂଆଦିଲ୍ଲୀ: ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୭୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୦୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି।
Also Read
ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୯୧୦ ଟଙ୍କା ଓ ୫୨,୧୭୦ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ଦର ଯଥାକ୍ରମେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬, ୬୬୦ ଟଙ୍କା ଓ ୪୭,୬୬୦ଟଙ୍କା ଥିବା ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାଦର ଦଶ ଗ୍ରାମ ପ୍ରତି ୪୪,୭୬୦ ଟଙ୍କା ଓ ୪୯,୧୧୦ ଟଙ୍କା ରହିଛି।
ଭାରତର ବିଭିନ୍ନ ସହରରେ ସୁନାର ଦାମ୍ ଭିନ୍ନ ଭିନ୍ନ ଦର ରହିଛି । ଭାରତର ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ ମୂଲ୍ୟ ରେ ୪୭,୦୧୦ ଟଙ୍କା ଓ ୨୪ କ୍ୟାରେଟ ମୂଲ୍ୟରେ ୪୯,୭୧୦ ଟଙ୍କା ରହିଛି । ସେହିପରି ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫,୨୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୩୭୦ ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି ରୁପା ଦାମ୍ ମଧ୍ୟ ଆଜି ବୃଦ୍ଧି ପାଇଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୫,୬୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।
ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)