Advertisment

ପୁଣି ଶସ୍ତା ହେଲା ସୁନା-ରୂପା

କ୍ରମାଗତ ଦ୍ୱିତୀୟ ଦିନ ଭାରତୀୟ ବଜାରରେ ସୁନା ମୂଲ୍ୟରେ ହ୍ରାସ ଘଟିଛି। ଏଥି ସହିତ ଆଜି ରୂପା ମଧ୍ୟ ଶସ୍ତା ହୋଇଛି। ଦୁର୍ବଳ ବିଶ୍ୱସ୍ତରୀୟ ସୂତ୍ର ଯୋଗୁଁ ସୁନା-ରୂପା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଆଜି, MCX ଉପରେ ସୁନା ମୂଲ୍ୟ ୦.୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୪୭,୪୦୬ ଟଙ୍କା ହୋଇଛି। ଏଥି ସହିତ ରୂପା ୦.୧୯ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୬୫,୨୦୮ ଟଙ୍କା ହୋଇଛି।

author-image
Pramod Behera
undefined

Gold Price fall

ନୂଆଦିଲ୍ଲୀ : କ୍ରମାଗତ ଦ୍ୱିତୀୟ ଦିନ ଭାରତୀୟ ବଜାରରେ ସୁନା ମୂଲ୍ୟରେ ହ୍ରାସ ଘଟିଛି। ଏଥି ସହିତ ଆଜି ରୂପା ମଧ୍ୟ ଶସ୍ତା ହୋଇଛି। ଦୁର୍ବଳ ବିଶ୍ୱସ୍ତରୀୟ ସୂତ୍ର ଯୋଗୁଁ ସୁନା-ରୂପା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଆଜି, MCX ଉପରେ ସୁନା ମୂଲ୍ୟ ୦.୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୪୭,୪୦୬ ଟଙ୍କା ହୋଇଛି। ଏଥି ସହିତ ରୂପା ୦.୧୯ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୬୫,୨୦୮ ଟଙ୍କା ହୋଇଛି। ପୂର୍ବ ପର୍ଯ୍ୟାୟରେ ସୁନା ୦.୧୭ ପ୍ରତିଶତ ଶସ୍ତା ହୋଇଥିବାବେଳେ ରୂପା ହାର ୦.୧୯ ପ୍ରତିଶତ ବୃଦ୍ଧି ପାଇଥିଲା।

Advertisment

ଦୁର୍ବଳ ଆମେରିକୀୟ ଡଲାର ଆଧାରରେ ବିଶ୍ୱ ବଜାରରେ ସୁନା ମୂଲ୍ୟ ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ସୁନା ୦.୨% ବୃଦ୍ଧି ହୋଇ ୧,୮୨୬.୭୫ ଡଲାରରେ ପହଞ୍ଚିଛି। ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ମଧ୍ୟରେ ରୂପା ୦.୪ ପ୍ରତିଶତ ବୃଦ୍ଧି ହୋଇ ୨୪.୭୬ ଡଲାରରେ ପହଞ୍ଚିଥିବାବେଳେ ପ୍ଲାଟିନମ୍ ୧,୦୨୦.୨୬ ଡଲାରକୁ ବୃଦ୍ଧି ପାଇଛି।

Advertisment

ଗୁଡ୍‌ସରିଟର୍ନ ୱେବସାଇଟ୍ ଅନୁଯାୟୀ ଦେଶର ସମସ୍ତ ସହରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଭିନ୍ନ ଭିନ୍ନ ରହିଛି। ସେପ୍ଟେମ୍ବର ୭ରେ ଦେଶର ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନା ପ୍ରତି ୫୦୯୧୦ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୪୭୫୩୦ ଟଙ୍କା, ଚେନ୍ନାଇରେ ୪୮୮୫୦ ଟଙ୍କା ଏବଂ କୋଲକାତାରେ ୪୯୬୫୦ ଟଙ୍କା ରହିଛି।

ଏହା ବ୍ୟତୀତ, ଯଦି ଆମେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ବିଷୟରେ କହିବା, ତେବେ ଗୁଡ୍ସରିଟର୍ନ ଅନୁଯାୟୀ ଦିଲ୍ଲୀରେ ୧୦ ଗ୍ରାମ ସୁନା ପ୍ରତି ୪୬୬୬୦ ଟଙ୍କା ଥିବା ବେଳେ ଚେନ୍ନାଇରେ ୪୪୭୮୦ଟଙ୍କା, ମୁମ୍ବାଇରେ ୪୬୫୩୦ ଟଙ୍କା ଏବଂ କୋଲକାତାରେ ୧୦ ଗ୍ରାମ ପିଛା ୪୬୯୫୦ ଟଙ୍କା ରହିଛି।

ପ୍ରକାଶଥାଉ ଯେ ଆପଣ ଘରେ ବସି ଏହି ହାରଗୁଡିକ ସହଜରେ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଏହି ନମ୍ବର 8955664433ରେ ଏକ ମିସ୍ କଲ୍ ଦେବାକୁ ପଡିବ ଏବଂ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିବ, ଯେଉଁଥିରେ ଆପଣ ଲାଟେଷ୍ଟ ମୂଲ୍ୟ ଯାଞ୍ଚ କରିପାରିବେ।

Gold Prices Fall New Delhi
Advertisment
Advertisment