Advertisment

ସାନ ଭଉଣୀକୁ ବଞ୍ଚାଇବାକୁ ଆସି ଅପହରଣକାରୀଙ୍କ କବଳରେ ପଡ଼ିଗଲେ ବଡ଼ ଭଉଣୀ, ତୁରନ୍ତ ଉଦ୍ଧାର କରିବାକୁ ଦାବି

ଦାଦ୍ରି ସ୍ଥିତ ବାଦଲପୁର କୋଟୱାଲି ଅଞ୍ଚଳର ସାଦୋପୁର ଗାଁରୁ ଜଣେ ବିଏ ଫାଇନାଲ ବର୍ଷର ଛାତ୍ରୀଙ୍କୁ ଭ୍ୟାନରେ ତିନି ଜଣ ଦୁର୍ବୃତ୍ତ ଅପହରଣ କରିନେଇଛନ୍ତି । ସାଦୁଲାପୁର ରେଲୱେ ଫାଟକ ନିକଟରେ ତିନି ସାନ ଭାଇଭଉଣୀଙ୍କ ସହ ପ୍ରାତଃଭ୍ରମଣ କରୁଥିଲେ ସ୍ୱାତୀ । ପ୍ରଥମେ ସାନ ଭଉଣୀ ଖୁସିକୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ ଦୁବୃର୍ତ୍ତ । ହେଲେ ବଡ ଭଉଣୀ ସ୍ୱାତୀ ସାନ ଭଉଣୀକୁ ଅପହର୍ତ୍ତାଙ୍କ ଚାଲ ସଫଳ ହେବାକୁ ଦେଇନଥିଲେ ।

author-image
Prangyan Parimita
ଅଦ୍ୟତନ ହୋଇଛି
noida

noida

ଗ୍ରେଟର୍ ନୋଏଡା : ସାନ ଭଉଣୀକୁ ବଞ୍ଚାଉ ବଞ୍ଚାଉ ଅପହର୍ତ୍ତାଙ୍କ କବଳରେ ପଡ଼ିଗଲେ ବଡ଼ ଭଉଣୀ । ଗ୍ରେଟର ନୋଏଡାର ବାଦଲପୁର କୋଟୱାଲୀ ଅଞ୍ଚଳର ସାଦୋପୁର ଗାଁ ନିକଟରେ ଏପରି ଅଭାବନୀୟ ଘଟଣା ଘଟିଛି । ପ୍ରାତଃଭ୍ରମଣରେ ବାହାରିଥିବା ବେଳେ ବଡ଼ ଭଉଣୀଙ୍କୁ ଅପହରଣ କରିନେଇଛନ୍ତି ଦୁବୃର୍ତ୍ତ । ପାଖରେ ଥିବା ସାନ ଭାଇଭଉଣୀଙ୍କୁ ଅପହରଣ କରିବାକୁ ଚେଷ୍ଟା କରାଯାଇଥିଲା, ହେଲେ ସେଥିରେ ଅପହର୍ତ୍ତାମାନେ ସଫଳ ହୋଇପାରିଲେ ନାହିଁ । କାରଣ ଭାଇଭଉଣୀଙ୍କ ରକ୍ଷା ପାଇଁ ସାମ୍ନାରେ ଢ଼ାଲ ହୋଇ ଛିଡ଼ା ହୋଇରହିଲା ବଡ଼ ଭଉଣୀ । ହେଲେ ଦୁଭାର୍ବଗ୍ୟବଶତଃ ସସେ କିନ୍ତୁ ନିଜକୁ ରକ୍ଷା କରିପାରିଲେ ନାହଁ । ତେବେ ଏହି ଘଟଣା ସମ୍ପର୍କ ଜାଣିବା ପରେ ଗ୍ରାମବାସୀ ଜିଟି ରୋଡ୍ ଅବରୋଧ କରିଛନ୍ତି ।

Advertisment

ଦାଦ୍ରି ସ୍ଥିତ ବାଦଲପୁର କୋଟୱାଲି ଅଞ୍ଚଳର ସାଦୋପୁର ଗାଁରୁ ଜଣେ ବିଏ ଫାଇନାଲ ବର୍ଷର ଛାତ୍ରୀଙ୍କୁ ଭ୍ୟାନରେ ତିନି ଜଣ ଦୁର୍ବୃତ୍ତ ଅପହରଣ କରିନେଇଛନ୍ତି । ସାଦୁଲାପୁର ରେଲୱେ ଫାଟକ ନିକଟରେ ତିନି ସାନ ଭାଇଭଉଣୀଙ୍କ ସହ ପ୍ରାତଃଭ୍ରମଣ କରୁଥିଲେ ସ୍ୱାତୀ । ପ୍ରଥମେ ସାନ ଭଉଣୀ ଖୁସିକୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ ଦୁବୃର୍ତ୍ତ । ହେଲେ ବଡ ଭଉଣୀ ସ୍ୱାତୀ ସାନ ଭଉଣୀକୁ ଅପହର୍ତ୍ତାଙ୍କ ଚାଲ ସଫଳ ହେବାକୁ ଦେଇନଥିଲେ । ସାନ ଭଉଣୀକୁ କୌଶଳକ୍ରମେ ମୁକ୍ତ କରିଥିଲେ ହେଲେ ତାଙ୍କୁ ​​ଅପହରଣ କରି ନେଇ ପଳାଇ ଯାଇଥିଲେ ଅପହରଣକାରୀ । ତେବେ ସୂଚନା ଦେବାପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ଏବେ ପୋଲିସର ଏକ ଟିମ୍ ଅପହୃତ ଛାତ୍ରୀ ଓ ଅପହର୍ତ୍ତାଙ୍କୁ ଖୋଜୁଛି ।

Advertisment

ଛାତ୍ରୀଙ୍କ ଅପହରଣ ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଛି । ସ୍ଥାନୀଲ ଛକ ନିକଟରେ ହଙ୍ଗାମା କରୁଛନ୍ତି ଗାଁ ଲୋକ । ତୁରନ୍ତ ସ୍ୱାତୀକୁ ଉଦ୍ଧାର କରିବାକୁ ଦାବି ହେଉଛି । ଅନ୍ୟପଟେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଛନ୍ତି । ପୋଲିସ ଟିମ୍ ଆଖପାଖର ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରି ଅପହର୍ତ୍ତାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି । ଅପହରଣକାରୀମାନେ ଅଖେଜା ଗାଁ ଆଡକୁ ପଳାଇଛନ୍ତି ବୋଲି କୁହାଯାଉଛି ।

Kidnapping Case
Advertisment
Advertisment