• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦିଲ୍ଲୀ ପୋଲିସ କିଛି କରିପାରିବ ନାହିଁ

  • ଦିଲ୍ଲୀ ପୋଲିସରେ ଆମର ଲୋକ ଅଛନ୍ତି

ନୂଆଦିଲ୍ଲୀ : ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ । ‘ISIS କାଶ୍ମୀର’ ପକ୍ଷରୁ ଇ-ମେଲ୍ ଯୋଗେ ବିଜେପି ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଏହି ଧମକ ମିଳିଛି । ସପ୍ତାହକ ମଧ୍ୟରେ ଗମ୍ଭୀରଙ୍କୁ ତୃତୀୟ ଥର ଏହି ହତ୍ୟା ଧମକ ମିଳିଛି। ୨୮ ନଭେମ୍ବର ରାତିରେ ତାଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ପଠାଯାଇଥିବା ସୂଚନା ମିଳିଛି । କେବଳ ଏତିକି ନୁହେଁ, ଏଥର ଦିଲ୍ଲୀ ପୋଲିସକୁ ଇସାରା କରି ଇମେଲରେ ଉଲ୍ଲେଖ କରି କୁହାଯାଇଛି ,ସେମାନଙ୍କ ସୁରକ୍ଷା ସହ ଜଡିତ ପୋଲିସ ମଧ୍ୟ କିଛି କରିପାରିବ ନାହିଁ । ବର୍ତ୍ତମାନ ଏନେଇ ଦିଲ୍ଲୀ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି ।

ଗତକାଲି ରାତିରେ ପାକିସ୍ତାନର କରାଚିରୁ ଗମ୍ଭୀରଙ୍କୁ ଏକ ଇ-ମେଲ ପଠାଯାଇଛି । ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦିଆଯିବ ବୋଲି ଇମେଲରେ ଧମକ ଦିଆଯାଇଥିଲା । ଏହି ଇମେଲ୍ ଆଇଏସ୍ କାଶ୍ମୀରର ID ରୁ ଆସିଥିବା (isiskasmir@yahoo.com) ସୂଚନା ମିଳିଛି । ଏଥିରେ ଲେଖାଯାଇଛି ଦିଲ୍ଲୀ ପୋଲିସ ଏବଂ ଆଇପିଏସ୍ ଶ୍ୱେତା ଚୌହାନ (ଡିସିପି କେନ୍ଦ୍ରୀୟ ଜିଲ୍ଲା) ଚାହିଁଲେ ମଧ୍ୟ କିଛି କରିପାରିବେ ନାହିଁ । ଦିଲ୍ଲୀ ପୋଲିସ ଭିତରେ ଆମର ଗୁପ୍ତଚରମାନେ ଅଛନ୍ତି ବୋଲି ଇ-ମେଲ୍‌ରେ ଲେଖାଯାଇଛି । ଆଉ ସେମାନେ ଆମକୁ ସମସ୍ତ ତଥ୍ୟ ଦେଉଛନ୍ତି ।

ସୂଚନାଯୋଗ୍ୟ ଏହା ପୂର୍ବରୁ ଗୌତମ ଗମ୍ଭୀରଙ୍କୁ ନିକଟ ଅତୀତରେ ଦୁଇଟି ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା, ଯାହା ଆଇଏସଆଇଏସ କାଶ୍ମୀର ଦ୍ୱାରା ପଠାଯାଇଥିଲା । ଏହା ପରେ ପୂର୍ବତନ କ୍ରିକେଟରଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ପୂର୍ବରୁ ଗୌତମ ଗମ୍ଭୀରଙ୍କ ନିକଟକୁ ଆସିଥିବା ଇମେଲ ଗୁଡିକୁ ଅନୁସନ୍ଧାନ କରୁଛି ସାଇବର ସେଲ୍ ।

Other Stories