• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କୁ ଝଟକା । ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ଥିବା ବେଳେ ସିଏନଜି ଓ ପିଏନଜି ମୂଲ୍ୟ ମଧ୍ୟ ବଢ଼ି ଚାଲିଛି । ଅକ୍ଟୋବର ମାସରେ ଦ୍ୱିତୀୟ ଥର ପାଇଁ ବୃଦ୍ଧି ପାଇଲା PNG ଗ୍ୟାସ୍ ମୂଲ୍ୟ । ଆଇଜିଏଲ୍ ପୁଣିଥରେ PNG ମୂଲ୍ୟରେ ଦୁଇ ଟଙ୍କା ବୃଦ୍ଧି କରିଛି । ୧୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ PNG ଗ୍ୟାସ୍ ମହଙ୍ଗା ହୋଇଛି । ୧୩ ଅକ୍ଟୋବର ୨୦୨୧ ଅର୍ଥାତ୍ ଆଜିଠାରୁ କାର୍ଯ୍ୟକାରୀ ହେବ ନୂତନ ମୂଲ୍ୟ । ମୂଲ୍ୟ ବୃଦ୍ଧି ପରେ ଗୌତମ ବୁଦ୍ଧନଗରରେ PNG ର ମୂଲ୍ୟ ୩୪.୮୬ /SCM ହେବ ।

ଏହାପୂର୍ବରୁ ଅକ୍ଟୋବର ୧ରେ ଦିଲ୍ଲୀରେ ପିଏନଜି ମୂଲ୍ୟ ୟୁନିଟ୍ ପିଛା ୨.୧୦ ଟଙ୍କା (SCM ପିଛା) ମହଙ୍ଗା ହୋଇଥିବା ବେଳେ ନୋଏଡା, ଗାଜିଆବାଦ ଏବଂ ଗ୍ରେଟର ନୋଏଡାରେ ଏହି ମୂଲ୍ୟ ୟୁନିଟ୍ ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା । ଏଭଳି ସ୍ଥିତିରେ ବର୍ତ୍ତମାନ ଦିଲ୍ଲୀରେ ପିଏନଜି ୟୁନିଟ୍ ପିଛା ମୂଲ୍ୟ ୩୩.୦୧ରେ ପହଞ୍ଚିଛି । ସେହିପରି ଏନସିଆରରେ ୟୁନିଟ୍ ପିଛା ୩୨.୮୬ ଟଙ୍କାରେ ବିକ୍ରି ହେଉଛି । ନୋଏଡାରେ ପୁଣି ଥରେ ମୂଲ୍ୟ ବୃଦ୍ଧି କରିବା ପରେ ବର୍ତ୍ତମାନ PNG ର ମୂଲ୍ୟ ୩୪.୮୬ / SCM ହେବ ।

ନୂତନ ମୂଲ୍ୟ ଲାଗୁ ହେବା ପରେ ଅକ୍ଟୋବର ୧୩ ରୁ ଦିଲ୍ଲୀରେ ପିଏନଜି ମୂଲ୍ୟ ୟୁନିଟ୍ ପିଛା ୩୫.୧୧ ଟଙ୍କା, ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦରେ ପିଏନଜି ମୂଲ୍ୟ SCM ପିଛା ୩୪.୮୬ ଟଙ୍କା ହେବ । ଏଥି ସହିତ ରେବାଡ଼ି, କର୍ଣ୍ଣାଲରେ ପିଏନଜି ମୂଲ୍ୟ ଏସସିଏମ ପିଛା ୩୩.୯୨ ଓ ମୁଜାଫରନଗର, ମିରଟ ଏବଂ ଶାମଲିରେ ଏସସିଏମ ପିଛା ୩୮.୯୭ରେ ଉପଲବ୍ଧ ହେବ ।

CNG ମୂଲ୍ୟରେ ପରିବର୍ତ୍ତନ

ସେହିପରି CNG ଗ୍ୟାସର ମୂଲ୍ୟ ମଧ୍ୟ ପରିବର୍ତ୍ତନ କରାଯାଇଛି । ଅକ୍ଟୋବର ୧୩ ସକାଳ ୬ ଟା ସୁଦ୍ଧା ଦିଲ୍ଲୀରେ ସିଏନଜି ୪୯. ୭୬ ଟଙ୍କା, ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ୫୬.୦୨ ଟଙ୍କାରେ ବିକ୍ରି କରାଯିବ । ଏଥି ସହିତ ଗୁରୁଗ୍ରାମରେ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୫୮.୨୦ ଟଙ୍କା ହେବ ।

ସୂଚନାଯୋଗ୍ୟ ୧୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଏନସିଆର ଏବଂ ଅନ୍ୟାନ୍ୟ ସ୍ଥାନରେ CNG ଏବଂ PNG ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି । ନୂତନ ମୂଲ୍ୟରେ କିଲୋଗ୍ରାମ ପିଛା ପ୍ରାୟ ୨.୫୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି ।