• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବାର୍ଡ ଫ୍ଲୁ ଯୋଗୁଁ ଦେଶରେ ପ୍ରଥମ ମଣିଷ ମୃତ୍ୟୁ ମାମଲା

  • ସଂକ୍ରମିତ ହୋଇ ଏମ୍ସରେ ୧୧ ବର୍ଷିୟ ନାବାଳକର ଜୀବନ ଗଲା

ନୂଆଦିଲ୍ଲୀ : ବାର୍ଡ ଫ୍ଲୁ ସଂକ୍ରମଣରେ ଦେଶରେ ପ୍ରଥମ ମାନବ ମୃତ୍ୟୁ । ଏମ୍ସର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିବା ୧୧ ବର୍ଷର ନାବାଳକ ବାର୍ଡ ଫ୍ଲୁରେ ଜୀବନ ହରାଇଛି । ନାବାଳକ ଜଣକ ଏଚ୫ଏନୱାନରେ ସଂକ୍ରମିତ ହୋଇଥିବା କହିଛନ୍ତି ଡାକ୍ତର । ଚଳିତ ବର୍ଷ ଦେଶରେ ବାର୍ଡ଼ ଫ୍ଲୁରେ ଏହା ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି । ନାବାଳକର ସ୍ୱାସ୍ଥ୍ୟାବସ୍ଥା ଅଚାନକ୍ ବିଗିଡ଼ିଯିବା ପରେ ଜୁଲାଇ ୨ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ସୋମବାର ଦିନ ଚିକିତ୍ସିତ ଅବସ୍ଥାରେ ନାବାଳକ ମୃତ୍ୟୁ ହୋଇଛି ।

ନାବାଳକକୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ସଂକ୍ରମଣ ସମ୍ପର୍କରେ ଜାଣିବା ପାଇଁ ଏମ୍ସ ପକ୍ଷରୁ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ମଙ୍ଗଳବାର ଦିନ ନାବାଳକ ଜଣକ ଏଭିଏନ୍ ଇନଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଥିଲା । ବିଶେଷ କରି ପକ୍ଷୀ ଏବଂ କୁକୁଡ଼ାମାନଙ୍କ ଠାରେ ଏହି ଭାଇରସ୍ ଦେଖାଦିଏ ବୋଲି ଡାକ୍ତର କହିଛନ୍ତି । ବାର୍ଡ଼ ଫ୍ଲୁ ପକ୍ଷୀଙ୍କ ଠାରେ ଅତି ଦ୍ରୁତ ଗତିରେ ବ୍ୟାପିଥାଏ ଏବଂ ସେମାନଙ୍କଠାରୁ ମଣିଷକୁ ମଧ୍ୟ ବ୍ୟାପିବାର ସମ୍ଭାବନା ଥାଏ । ଏଥିପାଇଁ ବାର୍ଡ଼ ଫ୍ଲୁ ସଂକ୍ରମଣ ସମୟରେ ଅଣ୍ଡା ଓ ଚିକେନ୍ ନଖାଇବାକୁ ପରାମର୍ଶ ଦିଅନ୍ତି ଡାକ୍ତର ।

୧୯୯୬ରେ ପ୍ରଥମେ ଚୀନରେ ଏହି ଭାଇରସ୍ ଚିହ୍ନଟ ହୋଇଥିଲା । ବାର୍ଡ଼ ଫ୍ଲୁରେ ସଂକ୍ରମିତ ହୋଇ ପକ୍ଷୀମାନେ ମରିପଡ଼ନ୍ତି । ତେବେ ଚଳିତ ବର୍ଷ ଏହା ପ୍ରଥମ ଘଟଣା, ଏହି ଭାଇରସରେ ସଂକ୍ରମିତ ହୋଇ ଜଣେ ମଣିଷର ମୃତ୍ୟୁ ଘଟିଛି । ଜାନୁଆରୀ ମାସରେ ଦିଲ୍ଲୀରେ ବାର୍ଡ଼ ଫ୍ଲୁ ଆତଙ୍କ ଦେଖିବାକୁ ମିଳିଥିଲେଲା । ଆଉ ସେତେବେଳେ ଲାଲକିଲ୍ଲା ଓ ସଞ୍ଜୟ ଝରଣା ନିକଟରେ ପକ୍ଷୀ ମରିପ ଡ଼ିଥିବା ଦେଖିବାକୁ ମିଳିଥିଲା । ଲ୍ୟାବକୁ ପଠାଯାଇଥିବା ଆଠଟି ନମୁନାରେ ସମସ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।

ବାର୍ଡ଼ ଫ୍ଲୁ ହେଉଛି ଏକ ଭୂତାଣୁଜନିତ ରୋଗ । ଯାହାକୁ ‘ଏଭିଆନ୍ ଇନଫ୍ଲୁଏନଜାଏ ମଧ୍ୟ କୁହାଯାଏ । ବାୟୁ ଦ୍ଵାରା ସଂକ୍ରମିତ ହେଉଥିବାରୁ ବାର୍ଡ ଫ୍ଲୁ କୁକୁଡ଼ା ବ୍ୟତୀତ ଗୃହପାଳିତ ପକ୍ଷୀ ଏବଂ ମଣିଷଙ୍କୁ ବ୍ୟାପିଥାଏ ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦିଅନ୍ତି ।