• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହେବ କି । ଯଦି ହେବ, କେବେ ହେବ ? ଏ ସଂପର୍କରେ ଆଜି ହୋଇପାରେ ନିଷ୍ପତ୍ତି । ଆନ୍ଦୋଳନର ଭବିଷ୍ୟତ ରୂପରେଖ ନେଇ ଆଜି ପୁଣି ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ବସିବାକୁ ଯାଉଛି । ଗତକାଲି ଏ ନେଇ ଆଲୋଚନା ହୋଇଥିଲେ ମଧ୍ୟ କିଛି ନିଷ୍ପତ୍ତି ନିଆଯାଇ ପାରିନଥିଲା । ଆଜିର ବୈଠକରେ ଆନ୍ଦୋଳନ ସଂପର୍କରେ ପୁଣି ଥର ବିଚାର ବିମର୍ଶ କରାଯାଇ କିଛି ନିଷ୍ପତ୍ତି ନିଆଯିବାର ସମ୍ଭାବନା ଅଛି ।

କୃଷି ଆଇନ ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବି ନେଇ ୧୫ ମାସ ହେଲା ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ସଂସଦରେ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ ହୋଇଥିଲେ ମଧ୍ୟ ଚାଷୀ ଏଯାଏ ଆନ୍ଦୋଳନ ପ୍ରତ୍ୟାହାର କରି ନାହାନ୍ତି । MSP ଗ୍ୟାରେଣ୍ଟି ପାଇଁ ଆନ, ଆନ୍ଦୋଳନ ବେଳେ ମୃତ ଚାଷୀଙ୍କୁ କ୍ଷତିପୂରଣ ଓ ଅନ୍ୟ କେତେକ ଦାବି ନେଇ ସେମାନେ ଏଯାଏ ଆନ୍ଦୋଳନ ଜାରି ରଖିଛନ୍ତି ।

ତିନୋଟି କୃଷି ଆଇନ ରଦ୍ଦ ହେବା ଏବଂ ଏମଏସପି ଉପରେ ଆଇନ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ କମିଟି ଗଠନ ଘୋଷଣା କରିବା ପରେ କେନ୍ଦ୍ର ପ୍ରଥମ ଥର ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଏକ ଲିଖିତ ପ୍ରସ୍ତାବ ପଠାଇଥିଲା । ସଂଯୁକ୍ତ କିଷାନ ମୋର୍ଚ୍ଚାର ଦାବି ଗୁଡ଼ିକୁ ମାନିବାକୁ ସରକାର ରାଜି ଥିବାର ସଂକେତ ଦେଇଥିବା ସୂଚନା ମିଳିଛି । ଏମ୍ଏସପି ପାଇଁ ଗ୍ୟାରେଣ୍ଟି, ଆନ୍ଦୋଳନକୁ ନେଇ ସବୁ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର, ନଡ଼ା ପୋଡ଼ି ପାଇଁ ମଧ୍ୟ ମାମଲା ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ବିଚାର କରିବାକୁ ରାଜି ଥିବାର ସଂକେତ ମିଳିଥିବା ଜଣାପଡ଼ିଛି ।

କୃଷକଙ୍କ ସମସ୍ତ ଦାବିକୁ ଗ୍ରହଣ କରାଯାଇଥିବା ନେଇ ଏଥିରେ ଉଲ୍ଲେଖ କରାଯାଇଛି । ତେବେ କିଷାନ ମୋର୍ଚ୍ଚାର ନେତାମାନେ ଉକ୍ତ ପ୍ରସ୍ତାବକୁ ସ୍ୱାଗତ କରି ତିନୋଟି ମୁଖ୍ୟ ଆପତ୍ତି ସହ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇ ଦେଇଛନ୍ତି । ସରକାର ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ସହ ବିଚାର କରିବା ପରେ ବୁଧବାର ସୁଦ୍ଧା ଏହାର ପ୍ରତିକ୍ରିୟା ଦେବେ ବୋଲି ଚାଷୀଙ୍କ ତରଫରୁ ଆଶା କରାଯାଉଛି ।