Advertisment

ଆଜି ଠାରୁ ସଂସଦର ଶୀତକାଳୀନ ଅଧିବେଶନ : ଆସିପାରେ କୃଷି ଆଇନ ଉଚ୍ଛେଦ ବିଲ୍

ସଂସଦ ଶୀତ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି | ତେବେ ଏଥର ସଂସଦର ଶୀତକାଳୀନ ଅଧିବେଶନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।କାରଣ ସରକାର ତିନିଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବିଲ୍ ଆଗତ କରିବେ, ଯଦ୍ୱାରା ଗୃହରେ ଜୋରଦାର ବିତର୍କ ହେବାର ସମ୍ଭାବନା ରହିଛି।

author-image
Prangyan Parimita
ଅଦ୍ୟତନ ହୋଇଛି
Parliament Winter Session

Parliament Winter Session

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୨୩ ଯାଏଁ ଚାଲିବାକୁ ଥିବା ଏଥର ଶୀତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବା ଲାଗି ଯୋଜନା ରଖିଛନ୍ତି ସରକାର । ଚଳିତ ଅଧିବେଶନ ଆରମ୍ଭରେ ତିନି କୃଷି ଆଇନ ଉଚ୍ଛେଦ ବିଲ , କ୍ରିପ୍ଟୋ କରେନ୍ସି ନିୟନ୍ତ୍ରଣ ବିଲ୍ ପାସ୍ କରାଇବା ଲାଗି ସରକାର ଯୋଜନା ରଖିଛନ୍ତି ।

Advertisment

କୃଷି ଆଇନ୍ ଉଚ୍ଛେଦ ବିଲ ଆଜି ଲୋକସଭାରେ ଉପସ୍ଥାପିତ ହୋଇପାରେ । ଲୋକସଭାରେ ପାରିତ ହେବା ପରେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ । ଶୀତକାଳୀନ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ସର୍ବଦଳୀୟ ବୈଠକ ବସିଥିଲା ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ଆହୂତ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପୀୟୂଷ ଗୋଏଲ, ଲୋକସଭାରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ, ମଲ୍ଲିକାର୍ଜୁନ ଖଡ଼ଗେ, ଆନନ୍ଦ ଶର୍ମା, ଟିଏମସିରୁ ସୁଦୀପ ବାନାର୍ଜୀ, ଡେରେକ ଓ ବ୍ରିଏନ, ଡିଏମକେରୁ ଟିଆର ବାଲୁ ଓ ଟି. ଶିବା ଏବଂ ଏନସିପିରୁ ଶରଦ ପାଓ୍ୱାର ପ୍ରମୁଖ ଯୋଗ ଦେଇଥିଲେ ।

Advertisment

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଆଶା କରାଯାଉ ଥିଲେ ମଧ୍ୟ ସେ ଆସି ନଥିଲେ । ଏହି ପ୍ରସଙ୍ଗରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସଫେଇ ଦେଇ କହିଥିଲେ, ସର୍ବଦଳୀୟ ବୈଠକରେ ମୋଦି ନିଜେ ପ୍ରଧାନମନ୍ତ୍ରୀ ଯୋଗ ଦେବାର ପରମ୍ପରା ଆରମ୍ଭ କରିଥିଲେ । ଏହା ପୂର୍ବରୁ କେବଳ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଗ ଦେଇ ଆସୁଥିଲେ । ହେଲେ କୌଣସି କାରଣବଶତଃ ପ୍ରଧାନମନ୍ତ୍ରୀ ଆସିପାରି ନାହାନ୍ତି ।

Winter Session Farm Laws Repeal Parliament
Advertisment
Advertisment