Advertisment

ଅଣ୍ଡରଓ୍ୱାଲର୍ଡ ସହିତ ରହିଛି ନୱାବ ମଲିକଙ୍କ ଲିଙ୍କ୍: ଫଡନାଭିସ

ବାବ ମଲିକଙ୍କ ଅଣ୍ଡରଓ୍ୱାଲର୍ଡ ସହିତ ଲିଙ୍କ ଥିବା ଫଡନାଭିସ ଅଭିଯୋଗ କରିଛନ୍ତି ଯାହାର ପ୍ରମାଣ ସେ ଦୀପାବଳି ପରେ ଗଣମାଧ୍ୟମ ଏବଂ ଏନସିପି ସଭାପତି ଶରଦ ପାଓ୍ୱାରଙ୍କୁ ଦେବେ ବୋଲି କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Underworld link

Underworld link

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାକୁ ନେଇ ତେଜୁଛି ରାଜନୀତି। ସମୀର ୱାଙ୍ଖଡେଙ୍କ ପରେ ଏନସିପି ନେତା ନଓ୍ୱାବ ମଲିକଙ୍କ ଟାର୍ଗେଟ୍‌ରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ଡ୍ରଗ୍ସ ପେଡଲରଙ୍କ ସହ ଫଡନାଭିସଙ୍କ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ନଓ୍ବାବ। ଜେଲରେ ଥିବା ଡ୍ରଗ୍ସ ବ୍ୟବସାୟୀ ଜୟଦୀପ ରାଣାଙ୍କ ସହ ଫଡନାଭିସଙ୍କ ଏକ ଫଟୋ ଦେଖାଇବା ସହ ମହାରାଷ୍ଟ୍ର ଏବଂ ଗୋଆରେ ଡ୍ରଗସ୍‌ର ବେଆଇନ କାରବାର ପାଇଁ ସେ ଫଡନାଭିସଙ୍କୁ ଦାୟୀ କରିଛନ୍ତି।

Advertisment

ନୱାବ ମଲିକଙ୍କ ଏହି ଅଭିଯୋଗ ପରେ ଫଡନାଭିସ ତାଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି। ୪ ବର୍ଷ ପୁରୁଣା ଏହି ଫଟୋ କଥା ଏବେ କାହିଁକି ମନେ ପଡିଲା ବୋଲି ଫଡନାଭିସ ପ୍ରଶ୍ନ କରିଛନ୍ତି। ଏଥିସହ ନବାବ ମଲିକଙ୍କ ଅଣ୍ଡରଓ୍ୱାଲର୍ଡ ସହିତ ଲିଙ୍କ ଥିବା ଫଡନାଭିସ ଅଭିଯୋଗ କରିଛନ୍ତି ଯାହାର ପ୍ରମାଣ ସେ ଦୀପାବଳି ପରେ ଗଣମାଧ୍ୟମ ଏବଂ ଏନସିପି ସଭାପତି ଶରଦ ପାଓ୍ୱାରଙ୍କୁ ଦେବେ ବୋଲି କହିଛନ୍ତି।

ସେପଟେ ମୁମ୍ବାଇ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେ ଆଜି ଦିଲ୍ଲୀ SC/ST କମିଶନଙ୍କ କାର୍ଯ୍ୟାଳୟ ଯାଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଆୟୋଗଙ୍କୁ ଦେଇଛନ୍ତି। ତାଙ୍କ ଜାତି ପ୍ରମାଣପତ୍ର, ପ୍ରଥମ ପତ୍ନୀଙ୍କ ଠାରୁ ଶିଶୁର ଜନ୍ମ ପ୍ରମାଣପତ୍ର ଏବଂ ଛାଡପତ୍ର କାଗଜପତ୍ର ଆୟୋଗରେ ଦାଖଲ କରିଛନ୍ତି। ଏହା ସହିତ ସେ ବିବାହ ଦଲିଲ ମଧ୍ୟ ଦେଇଛନ୍ତି।

Advertisment
Underworld Link Mumbai
Advertisment
Advertisment