/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638359587.jpg)
Citizenship
ନୂଆଦିଲ୍ଲୀ: ବଡ଼ ଖବର । ଲୋକସଭାରେ ମନ୍ତ୍ରୀ କଲେ ଖୁଲାସା । ପ୍ରତ୍ୟେକ ଦିନ ପ୍ରାୟ ୩୦୦ ଜଣ ଭାରତୀୟ ଦେଶରୁ ନିଜର ନାଗରିକତା ପ୍ରତ୍ୟାହାର କରୁଛନ୍ତି । ଏହା ଦେଶ ପାଇଁ ଚିନ୍ତାଜନକ, ନା ଦେଶକୁ କିଛି ଫରକ ପଡ଼ୁନି । ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ କେଉଁମାନେ ଦେଶ ଛାଡ଼ୁଛନ୍ତି ? କ’ଣ କରନ୍ତି ସେମାନେ ? ସେମାନଙ୍କୁ କ’ଣ ଭାରତରେ ସବୁ ସୁବିଧା ମିଳିପାରୁନି ? ନା ସେମାନେ ଅନ୍ୟ ଦେଶର ସଂସ୍କୃତି ଓ ପରାମ୍ପରା ପ୍ରତି ଅଧିକ ଆକୃଷ୍ଟ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।
ଗତ ପାଞ୍ଚ ବର୍ଷ ମଧ୍ୟରେ ଛଅ ଲକ୍ଷରୁ ଅଧିକ ଭାରତୀୟ ଦେଶରୁ ନିଜର ନାଗରିକତ୍ୱ ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ମଙ୍ଗଳବାର ଲୋକସଭାରେ ସୂଚନା ଦିଆଯାଇଛି । ତେବେ ଏହି ସମୟ ମଧ୍ୟରେ ଗତ ପାଞ୍ଚ ବର୍ଷରେ ମୋଟ ୪ ହଜାର ୧୭୭ ଜଣଙ୍କୁ ଭାରତୀୟ ନାଗରିକତା ମଧ୍ୟ ଦିଆଯାଇଛି ।
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାଖରେ ଥିବା ତଥ୍ୟ ଅନୁଯାୟୀ, ମୋଟ ୧ କୋଟି ୩୩ ଲକ୍ଷ ୮୩ ହଜାର ୭୧୮ଭାରତୀୟ ନାଗରିକ ବିଦେଶରେ ବାସ କରୁଛନ୍ତି ।
ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୭ରେ ୧ ଲକ୍ଷ ୩୩ ହଜର ୦୪୯ ଜଣ ଭାରତୀୟ, ୨୦୧୮ରେ ୧ ଳକ୍ଷ ୩୪ ହଜାର ୫୬୧ଜଣ, ୨୦୧୯ରେ ୧ ଲକ୍ଷ ୪୪ହଜାର ୦୧୭ ଜଣ, ୨୦୨୦ରେ ୮୫ ହଜାର ୨୪୮ ଜଣ ଏବଂ ୩୦ ସେପ୍ଟେମ୍ବର ୨୦୨୧ ସୁଦ୍ଧା ୧ ଲକ୍ଷ ୧୧ ହଜାର ୨୮୭ ଜଣ ଭାରତରୁ ନିଜର ନାଗରିକତା ପ୍ରତ୍ୟାହାର କରି ନେଇଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ହଜାର ୬୪୫ ଜଣ ଭାରତୀୟ ନାଗରିକତା ପାଇଁ ଆବେଦନ କରିଛନ୍ତି । ଯେଉଁଥିରେ ଆମେରିକାର ୨୨୭ ଜଣ ରହିଥିବା ବେଳେ ପାକିସ୍ଥାନର ୭ ହଜାର ୭୮୨ ଜଣ ରହିଛନ୍ତି । ସେହିଭଳି ଆଫଗାନିସ୍ତାନରୁ ୭୯୫ ଜଣ ଭାରତୀୟ ନାଗରିକତା ଚାହୁଁଥିବା ବେଳେ ବାଂଲାଦେଶରୁ ୧୮୪ ଜଣ ଭାରତୀୟ ନାଗରିକତା ପାଇବାକୁ ଆବେଦନ କରିଛନ୍ତି ।
ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୬ରେ ୧୧୦୬ ଜଣଙ୍କୁ, ୨୦୧୭ରେ ୮୧୭, ୨୦୧୮ରେ ୬୨୮, ୨୦୧୯ରେ ୯୮୭ ଏବଂ ୨୦୨୦ରେ ୬୩୯ ଜଣଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)