• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବେଙ୍ଗାଲୁରୁ : ଆଜି ମୋତେ ମିଳିଗଲା ମୋ ମନ ମୟୁରୀ . . . . ଛାଡ଼ିବିନି ତୁମକୁ ମୁ ଯିବି ପଛେ ମରି । ଏହି ବେଦନାଦାୟୀ ପ୍ରେମ କାହାଣୀ ପାଇଁ ଏ ଗୀତଟି ହିଁ ପ୍ରଜୁଯ୍ୟ । ଦୀର୍ଘ ବର୍ଷର ଅପେକ୍ଷା ପରେ ଯୋଡ଼ି ହୋଇଯାଇଛି ଭଙ୍ଗା ହୃଦୟ । ହାତଗଣ୍ଠି ପଡ଼ିଛି, ସାହାନାଇ ବାଜିଛି । ୩୫ ବର୍ଷର ପରେ ଏକ ହୋଇ ଯାଇଛନ୍ତି ପ୍ରେମୀଯୁଗଳ । ନିରୋଳା ପ୍ରେମ ଆଗରେ ବାଧକ ସାଜିପାରିନି ବୟସ । ସଫଳ ହୋଇଛି ଅଧୁରା ପ୍ରେମକାହାଣୀ । କର୍ଣ୍ଣାଟକର ହାସନ ଜିଲ୍ଲାରେ ଏପରି ଏକ ଦମ୍ପତି ବିବାହ କରିଛନ୍ତି । ପାରିବାରିକ ବିରୋଧ ଯୋଗୁଁ ଯାହା ୩୫ ବର୍ଷ ପୂର୍ବେ ହୋଇପାରି ନଥିଲା, ତାହା ଏବେ ହୋଇଛି । ଦେବରମୁଡାନୋହଲୀ ଗାଁର ଚିକ୍କନା ନାମକ ଜଣେ ବ୍ୟକ୍ତି ଜୟମାଙ୍କୁ ବିବାହ କରିଛନ୍ତି ।

ଗୋଟିଏ ଗାଁର ଜୟମ୍ମାର ଆଉ ଚିକନ୍ନା । ଯୁଆନ୍ ବୟସରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ହସଖୁସିରେ ସଂସାର କରିବେ, ପିଲାଛୁଆ ହେବେ ନାତିନାତୁଣୀ ଦେଖିବେ । କେତେ ଏପରି ସ୍ୱପ୍ନ ଦେଖୁଥିଲେ । ହେଲେ ସମାଜର ବେଡ଼ି ସାମ୍ନାରେ ଉଭୟେ ହାରି ଯାଇଥିଲେ । ଚିକନ୍ନା ଶ୍ରମିକ ଭାବେ କାମ କରୁଥିବାରୁ ଜୟମ୍ମାଙ୍କ ପରିବାର ବିବାହରେ ରାଜି ହୋଇନଥିଲେ । କାନ୍ଦି କାନ୍ଦି ବାପାମା’ଙ୍କ ଗୋଡ଼ ଧରିଲେ ସୁଦ୍ଧା ତାଙ୍କ କଠୋର ହୃଦୟକୁ ତରଳାଇ ପାରିଲେନି । ଶେଷରେ ଯାଏ ହୁଏ ତାହାହିଁ ହେଲା । ବାପାମା’ଙ୍କ ଖୁସି ପାଇଁ ଆଉ ଜଣଙ୍କ ହାତ ଧରିଲେ ଜୟମ୍ମା ।

ହୃଦୟରେ ଚିକନ୍ନା ବସିଥିବା ବେଳେ କେବଳ ଦୁହିତା ଶବ୍ଦକୁ ସାକାର କରିବା ପାଇଁ ହସି ହସି ସବୁ ଲୁହ ପିଇଗଲେ । ଜୟମ୍ମା ନିଜ ଗାଁର ଆଉ ଜଣେ ଯୁବକକୁ ବିବାହ କରିଥିଲେ । ପ୍ରେମିକା ଅନ୍ୟ ଜଣକୁ ବିବାହ କରିବା ପରେ ଦୁଃଖ ସହିପାରି ନଥିଲେ ଚିକନ୍ନା । ଛାତିକୁ ପଥର କରି ଗାଁ ଛାଡି ଚାଲିଗଲେ । ନିକଟସ୍ଥ ଗାଁରେ ରହିବା ସହ ସେଠାରେ ମଧ୍ୟ ଶ୍ରମିକ ଭାବରେ କାର୍ଯ୍ୟ ଜାରି ରଖିଥିଲେ । ତେବେ ପ୍ରେମିକାକୁ ନିଜର ନକରିପାରିବା ଦୁଃଖରେ ଆଜୀବନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ । ଏହାରି ଭିତରେ ଗଡ଼ି ଚାଲିଥିଲା ବର୍ଷ ପରେ ବର୍ଷ । ପୁରୁଣା ପ୍ରେମ ମନରୁ ପାସୋରି ହୋଇଯିବା ଉପରେ ।

ହେଲେ ଜୟମ୍ମା ଓ ଚିକନ୍ନା କେହି କାହାକୁ ଭୁଲି ପାରିନଥାନ୍ତି । ଜୟମ୍ମା ପରିବାର ସମ୍ମାନକୁ ଦୃଷ୍ଟିରେ ରଖି ଚୁପ୍ ରହୁଥିଲେ । ତାଙ୍କର ପୁଅଟିଏ ମଧ୍ୟ ହେଲା । ଆଉ ଏହାରି ମଧ୍ୟରେ ଚିକନ୍ନା ପରିଚିତ ମାନଙ୍କ ମାଧ୍ୟମରେ ଜୟମ୍ମାଙ୍କ ଭଲମନ୍ଦ ପଚାରି ବୁଝୁଥିଲେ । ହେଲେ କିଛି ବର୍ଷ ପରେ ଜୟମ୍ମାଙ୍କୁ ତାଙ୍କ ସ୍ୱାମୀ ଛାଡ଼ିଦେଲେ ଓ ଘରୁ ବାହାର କରିଥିଲେ । ବାପାଙ୍କ ପସନ୍ଦ ସ୍ତ୍ରୀର ମାନମହତ ରଖିଲାନି । ହେଲେ ଚିକନ୍ନା ଏକଥା ଶୁଣିବା ମାତ୍ରେ ଜୟମ୍ମାଙ୍କ ସହ ଯୋଗାଯୋଗ କରିବାକୁ ସ୍ଥିର କରିଥିଲେ । ଆଉ ୩୫ ବର୍ଷ ପରେ ହେଉ ପଛେ ନିଜ ପ୍ରେମକୁ ସାର୍ଥକ କରିବାକୁ ପଣ ନେଇଥିଲେ ।

ଚିକନ୍ନା କୁହନ୍ତି 'ମୁଁ ସବୁବେଳେ ତାଙ୍କ ବିଷୟରେ  ଭାବୁଥିଲି । କୌଣସି କାରଣରୁ ଆମେ ସେହି ସମୟରେ ବିବାହ କରିପାରିଲୁ ନାହିଁ , କିନ୍ତୁ ବର୍ତ୍ତମାନ ଆମେ ଜୀବନର ଶେଷ ପର୍ଯ୍ୟନ୍ତ ଏକାଠି ରହିବାକୁ ଶପଥ ନେଇଛୁ । ଶେଷ ସମୟରେ ହେଲେ ବି ଦୁହେଁ ଦୁହିଁଙ୍କର ଯତ୍ନ ନେବକୁ । ଏତେ ଦିନ ପରେ ସ୍ୱପ୍ନ ସତ ହୋଇଛି । ଜୟମାଙ୍କ ପୁଅକୁ ବର୍ତ୍ତମାନ ୨୫ ବର୍ଷ । ସେ ମହୀସୁର ରାଜ୍ୟ ପରିବହନ ବିଭାଗରେ ଚାକିରୀ କରନ୍ତି । ଆମେ ବିବାହ କଥା ତାକୁ କହିନାହୁଁ । 'ସେ ଆସନ୍ତା ବର୍ଷ ସୁଦ୍ଧା ବିବାହ କରିବେ । ଆଉ ତା’ପରେ ଆମ ବିବାହ କଥା ଜଣାଇବୁ ବୋଲି ସେ କହିଛନ୍ତି

ଆଜି ଜୟମ୍ମାଙ୍କ ହାତ ଧରିଛନ୍ତି ଚିକନ୍ନା । ପ୍ରାଣର ପ୍ରିୟାକୁ ଏତେ ବର୍ଷ ପରେ ନିକଟରେ ପାଇ ସେ ଖୁବ୍ ଖୁସି । ପୁଣି ଯୋଡ଼ି ହୋଇଯାଇଛି ମନ, ପ୍ରାଣ ଆଉ ହୃଦୟ । ବୁଢ଼ା ବୟସରେ ପ୍ରେମିକା ଜୟମ୍ମାର ହାତ ଧରିଛନ୍ତି ଚିକନ୍ନା । ଅଧୁରା ପ୍ରେମକାହାଣୀ ନୂଆ କାହାଣୀ ଲେଖିଛି ।