Advertisment

ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ

ଜମ୍ମୁ-କାଶ୍ମୀର ବାରମୁଳା ଜିଲ୍ଲାର ସୋପାରରେ ଆଜି ସେନା-ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଆତଙ୍କୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ସୁରକ୍ଷାକମୀ

author-image
Minati Mishra
ଅଦ୍ୟତନ ହୋଇଛି
ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ

encounter at jammu and kashmir

ସୋପାର: ଜମ୍ମୁ-କାଶ୍ମୀର ବାରମୁଳା ଜିଲ୍ଲାର ସୋପାରରେ ଆଜି ସେନା-ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ସୁରକ୍ଷାକମୀ ୨ ଆତଙ୍କୀଙ୍କ ମୁଣ୍ଡ ଗଡ଼ାଇଛନ୍ତି। ଏହି ଦୁଇ ଆତଙ୍କୀ ଲସ୍କର-ଏ-ତୋଇବା ସଂଗଠନର ବୋଲି ଜଣାପଡ଼ିଛି। ପୋଲିସ ସୂତ୍ରରୁ ମିଳିଥିବା ଖବରରୁ ଜଣାଯାଇଛି, ଜଣେ ଆତଙ୍କୀର ପରିଚୟ ମିଳିଛି, ଯାହାର ନାଁ ଫୟାଜ ବାର। ଫୟାଜ ଉତ୍ତର କଶ୍ମୀର ହିଂସାରେ ସଂପୃକ୍ତ ଥିଲେ। ନିହତ ଆତଙ୍କୀଙ୍କ ପାଖରୁ ବିପୁଳ ମାରଣାସ୍ତ୍ର ଏବଂ ବିସ୍ଫୋଟକ ଜବତ କରାଯାଇଛି। ତେବେ ଏହି ଇଲାକାରେ ଅଧିକ ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରି ସୁରକ୍ଷାକର୍ମୀ ଛାନଭିନ ଚଳାଇଛନ୍ତି। 

Advertisment

କଶ୍ମୀର ଆଇଜିପି ବିଜୟ କୁମାରଙ୍କ କହିବା ଅନୁଯାୟୀ, ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ୨ ଆତଙ୍କୀଙ୍କୁ ଏନକାଉଣ୍ଟରରେ ନିପାତ କରାଯାଇଛି। ଏମାନଙ୍କ ମଧ୍ୟରୁ ଫୟାଜ ବାର ସାଧାରଣ ନାଗିରକ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ସଂପୃକ୍ତ ଥିଲା। ଏହାବ୍ୟତୀତ ଉତ୍ତର କଶ୍ମୀର ହିଂସାରେ ମଧ୍ୟ ସେ ସଂପୃକ୍ତ ଥିଲା। ପୋଲିସ ସୂତ୍ରରୁ ଖବର ମିଳିଥିଲା ସୋପାରର ବାରପୋରା ଗ୍ରାମରେ ଜଣେ ଆତଙ୍କୀ କମାଣ୍ଡର ଓ ତାଙ୍କ ସାଥୀ ଲୁଚି ରହିଛି। ଏହା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଇଥିଲା। 

Advertisment

ମିଡିଆ ରିପୋର୍ଟ ଅନୁଯାୟୀ, ଗୁରୁବାର ଆତଙ୍କୀମାନେ ଏକ ଘରେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ରାସ୍ତା ନାକାବନ୍ଦୀ କରି ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ। ହେଲେ ଲୁଚି ରହିଥିବା ଆତଙ୍କୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ବର୍ଷା ଆରମ୍ଭ କରିଦେଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିଗୁଳା ବିନିମୟ ଚାଲିଥିଲା। ଏହି ସମୟରେ ଇଣ୍ଟନେଟ୍‌ ସେବା ବନ୍ଦ କରି ଦିଆଯାଇ ଥିଲା। ଆଇଜି ବିଜୟ କୁମାରଙ୍କ କହିବା ଅନୁଯାୟୀ, ଆତଙ୍କୀଙ୍କଠାରୁ ୨ଟି ଏକ-୪୭ ଏବଂ ୮ଟି ମାଗାଜିନ ଜବତ କରାଯାଇଛି। 

Encounter In Jammu And Kashmir J&K Encounter
Advertisment
Advertisment