Advertisment

ଜମ୍ମୁରେ ପୁଣି ଦେଖାଗଲା ଡ୍ରୋନ୍ : ସତୱାରି ଅଞ୍ଚଳରେ ହାଇଆଲର୍ଟ ଜାରି

ଜମ୍ମୁରେ ପୁଣି ଥରେ ଡ୍ରୋନ୍ ଗତିବିଧି ଦେଖିବାକୁ ମିଳିଛି । ଆଜି ପାହାନ୍ତା ପ୍ରାୟ ୪ଟା ୧୫ ସମୟରେ ରାୟପୁର ସତୱାରିରେ ଏହି ଡ୍ରୋନ୍ ଦେଖିବାକୁ ମିଳିଥିଲା ​​।

author-image
Prangyan Parimita
ଅଦ୍ୟତନ ହୋଇଛି
ଜମ୍ମୁରେ ପୁଣି ଦେଖାଗଲା ଡ୍ରୋନ୍ : ସତୱାରି ଅଞ୍ଚଳରେ ହାଇଆଲର୍ଟ ଜାରି

Suspected Drone Spotted

ଜମ୍ମୁ : ଜମ୍ମୁରେ ପୁଣି ଥରେ ଡ୍ରୋନ୍ ଗତିବିଧି ଦେଖିବାକୁ ମିଳିଛି । ଆଜି ପାହାନ୍ତା ପ୍ରାୟ ୪ଟା ୧୫ ସମୟରେ ରାୟପୁର ସତୱାରିରେ ସନ୍ଧିଗ୍ଧ ଡ୍ରୋନ୍ ଦେଖିବାକୁ ମିଳିଥିଲା ​​। ତେବେ ଡ୍ରୋନ୍ କେଉଁଠାରୁ ଆସିଛି, କିଏ ପଠାଇଛି, ସେସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରାଯାଉଛି । ସତୱାରି ଅଞ୍ଚଳରେ ପ୍ରଥମେ ଏହି ଡ୍ରୋନକୁ ଭାରତୀୟ ଯବାନମାନେ ଦେଖିବାକୁ ପାଇଥିଲେ । ଏହା ପରେ ସ୍ଥାନୀୟ ପୋଲିସ ଷ୍ଟେସନରେ ଏସମ୍ପର୍କରେ ସୂଚନା ଦିଆଯାଇଥିଲା । ସତୱାରି ପାଖରେ ଏକ ଏୟାରଫୋର୍ସ ଷ୍ଟେସନ୍ ରହିଛି, ଆଉ ଏହି ଏୟାରଷ୍ଟେସନ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ସନ୍ଦେହ କରାଯାଉଛି ।

Advertisment

ଅଗଷ୍ଟ ୧୫କୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀରରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ଆଲର୍ଟରେ ଅଛନ୍ତି । ଗତକାଲି ଜାମ୍ମୁ କାଶ୍ମୀର ପୋଲିସର ଡିଜିପି ମଙ୍ଗଳବାର ଦିନ ଜମ୍ମୁରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ । ଏହି ବୈଠକରେ ସମସ୍ତ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ । ଡ୍ରୋନର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପୋଲିସ ଏବଂ ସମସ୍ତ ସୁରକ୍ଷା ଏଜେନ୍ସି ଗୁଡ଼ିକୁ ସତର୍କ ରହିବାକ କୁହାଯାଇଥିଲା । ଜମ୍ମୁ କାଶ୍ମୀରରେ ଡ୍ରୋନ୍ ଉଡ଼ିବା କେବଳ ସେନା ପାଇଁ ନୁହେଁ ବରଂ ସମସ୍ତ ସରକାରୀ ଏଜେନ୍ସି ପାଇଁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ।

ସେପଟେ ଡ୍ରୋନ୍ ସମ୍ବନ୍ଧରେ ୱେଷ୍ଟର୍ଣ୍ଣ ନୌସେନା କମାଣ୍ଡ ଏକ ବଡ ଘୋଷଣା କରିଛି । ପଶ୍ଚିମ ନୌସେନା କମାଣ୍ଡର ତିନି କିଲୋମିଟର ସୀମା ମଧ୍ୟରେ ଡ୍ରୋନ୍ ଦେଖାଗଲେ, ତୁରନ୍ତ ଏହାକୁ ନଷ୍ଟ କରିଦିଆଯିବ । ଡ୍ରୋନ୍ ସହିତ ଘରୋଇ ବିମାନ ଉଡ଼ାଣ ଉପରେ ମଧ୍ୟ ବାରଣ କରାଯାଇଛି । ଏହାସହ ଡ୍ରୋନ୍ ଉଡ଼ାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଡ୍ରୋନ୍ କିମ୍ବା ବ୍ୟକ୍ତିଗତ ଜାହାଜ ଉଡ଼ାଇବା ପୂର୍ବରୁ ଡିଜିସିଏର ଅନୁମତି ଆବଶ୍ୟକ । ଏପରି କାର୍ଯ୍ୟ ପାଇଁ ଏକ ସପ୍ତାହ ପୂର୍ବରୁ ଡିଜିସିଏର ଅନୁମତି ଅନୁମତି ଆଣିବାକୁ ପଡ଼ିବ ।

Advertisment

ସୂଚନାଯୋଗ୍ୟୁ ଜନ୍ ୨୭ରେ ଜମ୍ମୁ ବାୟୁସେନା ଷ୍ଟେସନରେ ଦୁଇଟି ବୋମା ବିସ୍ଫୋରଣ ଘଟିଥିଲା । ରାତି ପ୍ରାୟ ୨ଟା ବେଳେ ଭାରତୀୟ ବାୟୁସେନା ପରିଚାଳିତ ‘ବାୟୁସେନା ଷ୍ଟେସନ୍‌’ରେ ଦୁଇଟି ବିସ୍ଫୋରଣ ଘଟିଥିଲା । ରାତି ପ୍ରାୟ ୧:୩୭ରେ ଘଟିଥିବା ପ୍ରଥମ ବିସ୍ଫୋରଣ ଯୋଗୁଁ ଗୋଟାଏ କୋଠାଘରର ଛାତ କଣା ହୋଇଯାଇଥିଲା ଏବଂ ରାତି ୧.୩୭ରେ ଘଟିଥିବା ବିସ୍ଫୋରଣଟି ପ୍ରାୟ ଏକ କିଲୋମିଟର ଦୂରରେ ଘଟିଥିବା ଶୁଭିଥିଲା। ଡ୍ରୋନ୍ ସାହାଯ୍ୟରେ ବାୟୁସେନା ଷ୍ଟେସନରେ ଆକ୍ରମଣ ହୋଇଥିବା ସନ୍ଦେହ କରିଥିଲା ସୁରକ୍ଷା ଏଜେନ୍ସି ।

Jammu Kashmir Suspected Drone
Advertisment
Advertisment