/odishatv-khabar/media/post_attachments/uploadimage/library/16_9/16_9_0/lpg_1626167940.jpg)
LPG Cylinder
ନୂଆଦିଲ୍ଲୀ: ମାସ ଆରମ୍ଭରୁ ସାଧାରଣଜନତାଙ୍କୁ ଝଟ୍କା। ପୁଣିଥରେ ଘରୋଇ ଏଲ୍ପିଜି ସିଲିଣ୍ଡର ଦାମ୍ ମହଙ୍ଗା ହୋଇଛି। ଗୋଟିଏପଟେ ତୈଳ ଦର ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଏଲ୍ପିଜି ସିଲିଣ୍ଡର ଦାମ୍ ବୃଦ୍ଧି ନେଇ ଲୋକଙ୍କ ଚିନ୍ତା ଆହୁରି ଦ୍ୱିଗୁଣିତ ହୋଇଛି। ନନ୍-ସବ୍ସିଡି ଘରୋଇ ଏଲ୍ପିଜି ସିଲିଣ୍ଡର ଦାମ୍ ବୁଧବାର ୧୪.୨ କିଲୋକୁ ୧୫ ଟଙ୍କା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ଏହି ଦାମ୍ ୮୯୯ ଟଙ୍କାରେ ପହଞ୍ଚିଛି। ୫ କିଲୋ ସିଲିଣ୍ଡରର ଦାମ୍ ଏବେ ୫୦୨ ଟଙ୍କାରେ ମିଳୁଛି।
ଦିଲ୍ଲୀ ଓ ମୁମ୍ବାଇରେ ନନ୍-ସବ୍ସିଡି ଘରୋଇ ଏଲ୍ପିଜି ସିଲିଣ୍ଡର ଦାମ୍ ପୂର୍ବରୁ ୮୮୪ ଟଙ୍କା ୫୦ ପଇସା ଥିବାବେଳେ ଏବେ ଏହା ୮୯୯ ଟଙ୍କା ୫୦ ପଇସାରେ ପହଞ୍ଚିଛି। ପାଟନାରେ ଏଲ୍ପିଜି ସିଲିଣ୍ଡର ଦାମ୍ ୯୯୮ ଟଙ୍କା ରହିଛି। ଯଦି ଚଳିତ ବର୍ଷ କଥା କହିବା, ତା’ହେଲେ ଜାନୁଆରୀ ୧ରେ ଏଲ୍ପିଜି ସିଲିଣ୍ଡର ଦାମ୍ ୬୯୪ ଟଙ୍କା ଥିଲା। ସେପ୍ଟେମ୍ବର ୧ରେ ଏହି ଦାମ୍ ୮୮୪ ଟଙ୍କାରେ ପହଞ୍ଚି ଥିଲା। ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୧, ୧୫ ଦିନ ମଧ୍ୟରେ ୫୦ ଟଙ୍କା ବୃଦ୍ଧି ପାଇଥିଲା।
ଏହାପୂର୍ବରୁ ଅକ୍ଟୋବର ୧ରେ କେବଳ ୧୯ କିଲୋ କମର୍ସିଆଲ୍ ସିଲିଣ୍ଡର ଦାମ୍ ବୃଦ୍ଧି କରାଯାଇଥିଲା। ପେଟ୍ରୋଲିୟମ କମ୍ପାନୀ ଗୁଡ଼ିକ କମର୍ସିଆଲ୍ ସିଲିଣ୍ଡର ଦାମ୍ରେ ୪୩ ଟଙ୍କା ୫ ପଇସା ବୃଦ୍ଧି କରିଥିଲେ। ଫଳରେ ରେଷ୍ଟୁରାଣ୍ଟ, ଢାବା ଇତ୍ୟାଦିରେ ଖାଦ୍ୟର ଦାମ୍ ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍ ସିଲିଣ୍ଡର ଦାମ୍ ୧୭୩୬.୫ ପଇସା ରହିଛି। ପୂର୍ବରୁ ଏହି ଦାମ୍ ୧୬୯୩ ଟଙ୍କା ଥିଲା। ସେହିପରି କୋଲକାତାରେ ୧୯ କିଲୋ କମର୍ସିଆଲ୍ ସିଲିଣ୍ଡର ଦାମ୍ ୧୮୦୫ ଟଙ୍କା ଥିବାବେଳେ ପୂର୍ବରୁ ଏହି ଦାମ୍ ୧୭୭୦ ଟଙ୍କା ୫ ପଇସା ଥିଲା।
ପ୍ରତ୍ୟେକ ମାସରେ ପହିଲାରୁ ୧୫ ତାରିଖ ମଧ୍ୟରେ ତୈଳ କମ୍ପାନୀ ଗୁଡ଼ିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ରେ ପରିବର୍ତ୍ତନ କରିଥାନ୍ତି। ଯଦି ଆପଣ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ଦର ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ସରକାରୀ ତୈଳ କମ୍ପାନୀ https://iocl.com/Products/IndaneGas.aspx ୱେବ୍ସାଇଟ୍କୁ ଯାଇ ଚେକ୍ କରିପାରିବେ। ଏଠାରେ ପ୍ରତ୍ୟେକ ମାସରେ କମ୍ପାନୀ ଗୁଡ଼ିକ ନୂଆ ଦର ଜାରି କରିଥାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)