• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମହାରାଷ୍ଟ୍ରରେ କଷ୍ଟମ୍‌ ବିଭାଗକୁ ମିଳିଲା ବଡ଼ ସଫଳତା । ମୁମ୍ବାଇ କଷ୍ଟମ୍‌ ଟିମ୍‌ ମୁମ୍ବାଇ ବିମାନ ବନ୍ଦରରୁ ୪.୪୪ କୋଟି ଟଙ୍କା ମୂଲ୍ୟର ସୁନା ଏବଂ ୨.୨ କୋଟି ଟଙ୍କା ମୂଲ୍ୟର ହୀରା ଜବତ କରିଛି । ୧୩ ଟି ଭିନ୍ନ ଭିନ୍ନ ମାମଲାରେ ମୋଟ ୬.୪୬ କୋଟି ଟଙ୍କା ମୂଲ୍ୟର ଚୋରା ସାମଗ୍ରୀ ଜବତ କରିଛି କଷ୍ଟମ୍‌ ବିଭାଗ । ଯାତ୍ରୀ ଜଣକ ତାଙ୍କ ଅନ୍ତବସ୍ତ୍ରରେ ସୁନା ଲୁଚାଇ ଆଣୁଥିବାବେଳେ କଷ୍ଟମ୍‌ ବିଭାଗ ଜବତ କରିଛି । ସେହିପରି ଆଉ ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇ ଆଣୁଥିବାବେଳେ ଧରାପଡ଼ିଛନ୍ତି ।

ନ୍ୟୁଜ୍ ଏଜେନ୍ସି ANI ର ସୂଚନା ଅନୁଯାୟୀ, ଚୋରା ଚାଲାଣକାରୀମାନେ ହୀରାକୁ ନୁଡୁଲ୍ସର ପ୍ୟାକେଟରେ ଲୁଚାଇ ରଖିଥିଲେ, ଯାହାଫଳରେ କେହି ଏହାକୁ ସନ୍ଦେହ କରିପାରିବେ ନାହିଁ, କିନ୍ତୁ କଷ୍ଟମ୍‌ ବିଭାଗ ଯାଞ୍ଚ ସମୟରେ ଏହାକୁ ଜବତ କରିଥିଲା । ଏହି ମାମଲାରେ କଷ୍ଟମ୍‌ ବିଭଗ ମୋଟ୍‌ ୪ ଜଣଙ୍କୁ ଗିରଫ କରିଛି ।

କଷ୍ଟମ୍‌ ଟିମ୍‌ କଲମ୍ବୋରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଜଣେ ବିଦେଶୀ ନାଗରିକକୁ ଅଟକ ରଖିଥିଲେ ଏବଂ ତାଙ୍କୁ ଯାଞ୍ଚ କରିବା ପରେ ତାଙ୍କଠୁ ୩୨୧ ଗ୍ରାମର ସୁନା ମିଳିଥିଲା । ଯାହାକୁ ସେ ତାଙ୍କ ଅନ୍ତବସ୍ତ୍ର ଭିତରେ ଲୁଚାଇ ନେଉଥିଲେ ।

ସୂଚନା ଅନୁଯାୟୀ, ଦୁବାଇ , ଆବୁଧାବି , ବାହାରୀନ , ଦୋହା , ରିୟାଦ , ମସ୍କଟ , ବ୍ୟାଙ୍କକ୍  ଏବଂ ସିଙ୍ଗାପୁରର ମୋଟ୍ ୧୦ ଜଣ ଲୋକଙ୍କୁ ଅଟକ ରଖିଥିଲା କଷ୍ଟମ୍‌ ବିଭାଗ। ଯାଞ୍ଚ ପରେ ତାଙ୍କ ବ୍ୟାଗ୍‌ ଭିତରୁ ୪.୦୪ କୋଟି ଟଙ୍କା ମୂଲ୍ୟର ୬.୧୯୯ କିଲୋଗ୍ରାମର ସୁନା ଉଦ୍ଧାର କରାଯାଇଥିଲା । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି ।

ସେହିପରି ମୁମ୍ବାଇରୁ ବ୍ୟାଙ୍କକ୍‌କୁ ଯାଉଥିବା ଜଣେ ଯାତ୍ରୀଙ୍କୁ ଅଟକାଇ ଯାଞ୍ଚ କରିଥିଲା କଷ୍ଟମ୍‌ ଟିମ୍‌ । ଯାଞ୍ଚ ପରେ ସେହି ଯାତ୍ରୀଙ୍କ ନିକଟରୁ ହୀରା ମିଳିଥିଲା । ସେ ଚତୁରତାର ସହିତ ଏହି ହୀରାଗୁଡ଼ିକୁ ତାଙ୍କ ଟ୍ରଲି ବ୍ୟାଗ ଭିତରେ ନୁଡୁଲ୍ସ ପ୍ୟାକେଟରେ ଲୁଚାଇ ରଖିଥିଲେ । ତାଙ୍କଠାରୁ ୨.୦୨ କୋଟି ଟଙ୍କାର ହୀରା ଜବତ କରାଯାଇଥିଲା । ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି ।