Advertisment

ମଇଦା ଓ ଚାଉଳ ଅଟାରେ କେମିକାଲ ଅପମିଶ୍ରଣ ! FSSAI ଦେଲା ଟିପ୍ସ, କିପରି କରିବେ ଯାଞ୍ଚ ?

ପାର୍ବଣ ଋତୁରେ ଅପମିଶ୍ରିତ ସାମଗ୍ରୀର ଭୟ ଅଧିକ ଥାଏ । ଏହି ସମୟ ମଧ୍ୟରେ ମଇଦା ଏବଂ ଅଟା ପରି ଖାଦ୍ୟ ସାମଗ୍ରୀ ଅଧିକ ମାତ୍ରାରେ କିଣନ୍ତି ଜନତା । ମିଠା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରିବାରେ ସେଗୁଡିକ ବ୍ୟବହୃତ ହୁଏ

author-image
Prangyan Parimita
ଅଦ୍ୟତନ ହୋଇଛି
Detecting  Boric acid adulteration in Maida / Rice flour

Detecting Boric acid adulteration in Maida / Rice flour

ପାର୍ବଣ ଋତୁରେ ଅପମିଶ୍ରିତ ସାମଗ୍ରୀର ଭୟ ଅଧିକ ଥାଏ । ଏହି ସମୟ ମଧ୍ୟରେ ମଇଦା ଏବଂ ଚାଉଳ ଅଟା ପରି ଖାଦ୍ୟ ସାମଗ୍ରୀ ଅଧିକ ମାତ୍ରାରେ କିଣନ୍ତି ଜନତା । ମିଠା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରିବାରେ ସେଗୁଡିକ ବ୍ୟବହୃତ ହୁଏ । କିନ୍ତୁ ଏହାର ସୁଯୋଗ ନେଇ କିଛି ମୁନାଫାଖୋର ବ୍ୟବସାୟୀ ଅଧିକ ଲାଭ ଆଶାରେ ଚାଉଳ ଓ ମଇଦାରେ ବୋରିକ୍ ଏସିଡ୍ ମିଶାଇ ଦିଅନ୍ତି । ଏହି ଅପମିଶ୍ରିତ ସାମଗ୍ରୀ ଆମ ସ୍ୱାସ୍ଥକୁ  ବହୁତ କ୍ଷତି ପହଞ୍ଚାଇଥାଏ ।

Advertisment

ତେବେ ଏଥିରୁ ବଞ୍ଚିବ ପାଇଁ FSSAI (ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ) ନିକଟରେ ଭିଡିଓ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି । ଯେଉଁଥିରେ ବୋରିକ୍ ଏସିଡ୍ ଥିବା ଚାଉଳ କିମ୍ବା ମଇଦାକୁ କିପରି ଚିହ୍ନଟ କରାଯିବ, ସେ ସମ୍ପର୍କୀତ ଟିପ୍ସ ଦିଆଯାଇଛି । ଏହି ଛୋଟ ଭିଡିଓଟି ଆପଣଙ୍କ ପକେଟ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ ।

Advertisment

ମଇଦା କିମ୍ବା ଚାଉଳରେ ବୋରିକ୍ ଏସିଡ୍ ଚିହ୍ନଟ କରିବାକୁ, ଏକ ଟେଷ୍ଟ୍ ଟ୍ୟୁବରେ ୧ ଗ୍ରାମ୍ ମଇଦା ନିଅନ୍ତୁ । ଆଉ ତା’ପରେ ପରେ ଏଥିରେ ୫ ମିଲି ପାଣି ମିଶାଇ ଭଲ ଭାବେ ମିଶାନ୍ତୁ । ଏହି ପ୍ରକ୍ରିୟା ପରେ ଟେଷ୍ଟ୍ ଟ୍ୟୁବରେ କନସେନଟ୍ରେଟେଡ୍ HClର କିଛି ବୁନ୍ଦା ମିଶାନ୍ତୁ । ଆଉ ଏହା ପରେ ଏହି ସଲ୍ୟୁସନରେ ଏକ ଟରମରିକ ପେପର୍ ପକାନ୍ତୁ । ମଇଦା କିମ୍ବା ଅଟା ଯଦି ଶୁଦ୍ଧ ହୋଇଥିବ. ତେବେ କାଗଜର ରଙ୍ଗରେ କୌଣସି ପରିବର୍ତ୍ତନ ହେବ ନାହିଁ । କିନ୍ତୁ କାଗଜର ରଙ୍ଗ ଯଦି ବଦଳିଯାଏ ତଥା ଲାଲ ହୋଇଯାଏ, ତେବେ ଅପମିଶ୍ରଣ ହୋଇଥିବା ସ୍ପଷ୍ଟ ହୋଇଯିବ ।

ବୋରିକ୍ ଏସିଡ୍ ଏପରି ଏକ ରାସାୟନିକ ପଦାର୍ଥ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ବୋରିକ୍ ଏସିଡ୍ ତଳିପେଟ ଯନ୍ତ୍ରଣା, ଜ୍ୱର, ବାନ୍ତି, ନାଲି ଦାଗ କିମ୍ବା ଚର୍ମ ଜଳିବା ତଥା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବଢ଼ାଇପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

Detecting Food Adulterants Jago Grahak Jago
Advertisment
Advertisment